ନିର୍ବାଚନ ପୂର୍ବରୁ ଟଙ୍କା ଦେଇଥିଲେ, ଭୋଟ ପରେ ନେଇଗଲେ

ବେଙ୍ଗାଲୁରୁ: ରାଜନେତା ଓ ସରକାରମାନେ କେମିତି ଲୋକଙ୍କ ଭାବନା ସହ ଖେଳ ଖେଳନ୍ତି, ତାହା ଏବେ ସାମ୍ନାକୁ ଆସିଛି। କର୍ଣ୍ଣାଟକା ଲୋକସଭା ନିର୍ବାଚନ ପୂର୍ବରୁ କୃଷି ଋଣ ଛାଡ଼ ବାବଦରେ ଚାଷୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଟଙ୍କା ପଠାଇଥିଲେ। ହେଲେ ରାଜ୍ୟରେ କ୍ଷମତାସୀନ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ପ୍ରାୟ ୧୪ ହଜାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସେମାନଙ୍କୁ ମିଳିଥିବା ଟଙ୍କା ଗାଏବ ହୋଇଯାଇଛି। ୟାଦଗିର ଜିଲ୍ଲା ଅନ୍ତର୍ଗତ ସାଗର ଗାଁର ଚାଷୀ ଶିବପ୍ପାଙ୍କ ବ୍ୟାଙ୍କ […]

s

Hemant Lenka
  • Published: Wednesday, 12 June 2019
  • , Updated: 12 June 2019, 04:24 PM IST

ବେଙ୍ଗାଲୁରୁ: ରାଜନେତା ଓ ସରକାରମାନେ କେମିତି ଲୋକଙ୍କ ଭାବନା ସହ ଖେଳ ଖେଳନ୍ତି, ତାହା ଏବେ ସାମ୍ନାକୁ ଆସିଛି। କର୍ଣ୍ଣାଟକା ଲୋକସଭା ନିର୍ବାଚନ ପୂର୍ବରୁ କୃଷି ଋଣ ଛାଡ଼ ବାବଦରେ ଚାଷୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଟଙ୍କା ପଠାଇଥିଲେ। ହେଲେ ରାଜ୍ୟରେ କ୍ଷମତାସୀନ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ପ୍ରାୟ ୧୪ ହଜାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସେମାନଙ୍କୁ ମିଳିଥିବା ଟଙ୍କା ଗାଏବ ହୋଇଯାଇଛି।

ୟାଦଗିର ଜିଲ୍ଲା ଅନ୍ତର୍ଗତ ସାଗର ଗାଁର ଚାଷୀ ଶିବପ୍ପାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଗତ ଏପ୍ରିଲ ମାସରେ ୪୩,୫୫୩ ଟଙ୍କା ଜମା ହୋଇଥିଲା। ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ନିର୍ବାଚନ ପୂର୍ବରୁ କୃଷି ଋଣ ଛାଡ଼ କରିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତଦ୍‌ ମୁତାବକ ଏହି ଅର୍ଥ ଶିବପ୍ପାଙ୍କ ଆକାଉଣ୍ଟରେ ଜମା ହୋଇଥିଲା। ତେବେ ଜୁନ୍‌ ୩ରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ଅର୍ଥ ଗାଏବ ହୋଇଯାଇଥିଲା। କେବଳ ଶିବପ୍ପା ନୁହନ୍ତି, ରାଜ୍ୟର ପ୍ରାୟ ୧୩୯୮୮ ଜଣ ଚାଷୀଙ୍କ ସହ ଏଭଳି ଘଟଣା ଘଟିଛି।

ଚାଷୀମାନେ କହିଛନ୍ତି, ସରକାର ଭୋଟ୍‌ ପାଇବା ପାଇଁ ଏଭଳି ଟଙ୍କା ଜମା କରିଥିଲେ। ହେଲେ ଏବେ ଏହାକୁ ନେଇଯାଇଛନ୍ତି। ସରକାର ଆମ ଭାବନା ସହ ଖେଳ ଖେଳିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଚାଷୀଙ୍କ ଏଭଳି ଅଭିଯୋଗକୁ ସରକାର ଅସ୍ୱୀକାର କରିଛନ୍ତି। ସେମାନେ ଏହାକୁ ବିରୋଧୀ ଦଳର ଚକ୍ରାନ୍ତ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି, “ଏଭଳି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହେବା ନ୍ୟାଶନାଲାଇଜଡ୍‌ ବ୍ୟାଙ୍କ ଗୁଡ଼ିକ ଦ୍ୱାରା ହୋଇଛି। ଏହି ବ୍ୟାଙ୍କ ଗୁଡ଼ିକ ସିଧାସଳଖ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛନ୍ତି। ଅଡିଟ୍‌ ବେଳେ ରାଜ୍ୟ ସରକାରଙ୍କ ନଜରକୁ ବ୍ୟାଙ୍କ ଗୁଡ଼ିକର ଅବହେଳା ସାମ୍ନାକୁ ଆସିଛି। ଫଳରେ ରାଜ୍ୟର କୋଟିକୋଟି ଟଙ୍କା କ୍ଷତିକୁ ରୋକାଯାଇ ପାରିଛି। ଜୁନ୍‌ ୧୪ରେ ମୁଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ବୈଠକ କରି ଏ ସମ୍ପର୍କରେ ଆଲୋଚନା କରିବି। ରାଜ୍ୟ ସରକାର ୭.୫ ଲକ୍ଷ ଚାଷୀଙ୍କୁ ୩,୯୩୦ କୋଟି ଟଙ୍କା ଦେବାକୁ ସ୍ଥିର କରିଥିଲେ। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଭୁଲବଶତଃ ୧୩,୯୮୮ ଚାଷୀଙ୍କ ଖାତାକୁ ୫୯.୮ କୋଟି ଟଙ୍କା ଚାଲି ଯାଇଥିଲା। ବର୍ତ୍ତମାନ ଏହାକୁ ସେମାନଙ୍କ ଆକାଉଣ୍ଟରୁ ପ୍ରତ୍ୟାହାର କରାଯାଉଛି।”

Related story