ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କଲେ ୫ ଜଣ

ରାଞ୍ଚି: ଜଣେ ୧୫ ବର୍ଷୀୟ ଆଦିବାସୀ ଝିଅଙ୍କୁ ୫ ଜଣ ଯୁବକ ଦୁଷ୍କର୍ମ କରିଛନ୍ତି। ଝାରଖଣ୍ଡର ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ କରାଅ ପୁଲିସ ଷ୍ଟେସନ ଅଧୀନରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନାବାଳିକା ଜଣଙ୍କ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ମେଳା ଦେଖି ଫେରୁଥିବା ବେଳେ ତାଙ୍କ ସହ ଏହି ଅମାନବୀୟ ଘଟଣା ଘଟିଛି। ସୋମବାର ସନ୍ଧ୍ୟାରେ ଘଟଣା ଘଟିଥିଲେ ହେଁ ପୁଲିସ୍ ଏଯାଏ ଦୁର୍ବୃତ୍ତମାନଙ୍କୁ ଗିରଫ କରିପାରି ନାହିଁ। ପୀଡ଼ିତାଙ୍କ […]

f

f

Hemant Lenka
  • Published: Wednesday, 02 December 2020
  • Updated: 02 December 2020, 03:27 PM IST

Sports

Latest News

ରାଞ୍ଚି: ଜଣେ ୧୫ ବର୍ଷୀୟ ଆଦିବାସୀ ଝିଅଙ୍କୁ ୫ ଜଣ ଯୁବକ ଦୁଷ୍କର୍ମ କରିଛନ୍ତି। ଝାରଖଣ୍ଡର ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ କରାଅ ପୁଲିସ ଷ୍ଟେସନ ଅଧୀନରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନାବାଳିକା ଜଣଙ୍କ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ମେଳା ଦେଖି ଫେରୁଥିବା ବେଳେ ତାଙ୍କ ସହ ଏହି ଅମାନବୀୟ ଘଟଣା ଘଟିଛି।

ସୋମବାର ସନ୍ଧ୍ୟାରେ ଘଟଣା ଘଟିଥିଲେ ହେଁ ପୁଲିସ୍ ଏଯାଏ ଦୁର୍ବୃତ୍ତମାନଙ୍କୁ ଗିରଫ କରିପାରି ନାହିଁ। ପୀଡ଼ିତାଙ୍କ ଠାରୁ ତଥ୍ୟ ସଂଗ୍ରହ କରି ପୁଲିସ୍‌ ତୋରପା ଏସଡିପିଓଙ୍କ ନେତୃତ୍ୱରେ ୭ ଜଣିଆ ଏସଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଛି।

ଖୁଣ୍ଟି ଏଏସପି ଆଶୁତୋଷ ଶେଖର କହିଛନ୍ତି, ଝିଅଟିର ଗାଁ ଠାରୁ ୧୨ କିମି ଦୂରରେ ଗୋଟିଏ ମେଳା ପଡ଼ିଥିଲା। ଏହାକୁ ଦେଖିବା ପାଇଁ ଝିଅଟି ଯାଇଥିଲା। ରାତି ପ୍ରାୟ ୯.୩୦ରେ ଝିଅଟି ତା’ର ଆଉ ଜଣେ ବନ୍ଧୁ ଓ ୪ ଜଣ ପୁଅଙ୍କ ସହ ଘରକୁ ଫେରୁଥିଲା। ଏହି ସମୟରେ ୫ ଜଣ ଯୁବକ ବାଇକ୍‌ରେ ସେମାନଙ୍କୁ ଗାଁରେ ଛାଡ଼ି ଦେବାକୁ ପ୍ରସ୍ତାବ ଦେଇଥିଲେ।

ହେଲେ କେହି ବି ଏଥିରେ ରାଜି ହୋଇ ନଥିଲେ। ଫଳରେ ଯୁବକମାନେ ସମସ୍ତଙ୍କୁ ଆକ୍ରମଣ କରିଥିଲେ। ଏହା ଦେଖି ସମସ୍ତେ ନିଜ ନିଜର ଜୀବନ ରକ୍ଷା କରିବାକୁ ଦୌଡ଼ିଥିଲେ। ହେଲେ ୧୫ ବର୍ଷୀୟ ନାବାଳିକା ଜଣଙ୍କ ୫ ଆକ୍ରମଣକାରୀଙ୍କ ହାବୁଡ଼େରେ ପଡ଼ି ଯାଇଥିଲା।

ସେମାନେ ତା’କୁ ଦୀର୍ଘ ସମୟ ଧରି ଗଣଦୁଷ୍କର୍ମ କରିବା ପରେ ରାସ୍ତା କଡ଼ରେ ଫିଙ୍ଗି ଫେରାର ହୋଇଯାଇଥିଲେ। ପୁଲିସ୍‌ ଘଟଣା ସର୍ମ୍ପକରେ ଖବର ପାଇ ରାତି ପ୍ରାୟ ୧୨.୩୦ରେ ଝିଅଟିକୁ ଉଦ୍ଧାର କରିଥିଲା। ମେଡିକାଲ ଟେଷ୍ଟ ପରେ ଝିଅଟି ବିପଦ ମୁକ୍ତ ଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos