କୋଇଲା ଖଣିରେ ଭୟଙ୍କର ଦୁର୍ଘଟଣା: ୧୬ ମୃତ

ବେଜିଂ: ଦକ୍ଷିଶପଶ୍ଚିମ ଚାଇନାର ଚୋଙ୍ଗକ୍ୟୁଙ୍ଗରେ ଥିବା ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୧୬ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଖଣିରେ ଥିବା କାର୍ବୋନ ମନୋକ୍ସାଇଡର ସ୍ତର ବଢ଼ିଯିବାକୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଖଣିରେ ଥିବା ଜଳନ୍ତା ବେଲ୍ଟର ପ୍ରଭାବ ଯୋଗୁ ଏଠାରେ ଥିବା କାର୍ବୋନ ମନୋକ୍ସାଇଡର ସୁରକ୍ଷା ସ୍ତର ହଠାତ୍‌ ବୃଦ୍ଧି ପାଇଯାଇଥିଲା। ଏହି କାରଣରୁ ଏଠାରେ କାମ କରୁଥିବା ୧୭ ଜଣ ଶ୍ରମିକ ଫସି ଯାଇଥିଲେ। ୭୫ ଜଣିଆ ଉଦ୍ଧାରକାରୀ […]

vc

vc

Hemant Lenka
  • Published: Sunday, 27 September 2020
  • Updated: 27 September 2020, 08:51 PM IST

Sports

Latest News

ବେଜିଂ: ଦକ୍ଷିଶପଶ୍ଚିମ ଚାଇନାର ଚୋଙ୍ଗକ୍ୟୁଙ୍ଗରେ ଥିବା ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୧୬ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଖଣିରେ ଥିବା କାର୍ବୋନ ମନୋକ୍ସାଇଡର ସ୍ତର ବଢ଼ିଯିବାକୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଖଣିରେ ଥିବା ଜଳନ୍ତା ବେଲ୍ଟର ପ୍ରଭାବ ଯୋଗୁ ଏଠାରେ ଥିବା କାର୍ବୋନ ମନୋକ୍ସାଇଡର ସୁରକ୍ଷା ସ୍ତର ହଠାତ୍‌ ବୃଦ୍ଧି ପାଇଯାଇଥିଲା।

ଏହି କାରଣରୁ ଏଠାରେ କାମ କରୁଥିବା ୧୭ ଜଣ ଶ୍ରମିକ ଫସି ଯାଇଥିଲେ। ୭୫ ଜଣିଆ ଉଦ୍ଧାରକାରୀ ଦଳ ଓ ୩୦ ଜଣିଆ ଡାକ୍ତରୀ ଟିମ୍‌ ସେମାନଙ୍କୁ ବାହାର କରିବା କାର୍ଯ୍ୟରେ ନିୟୋଜତ ହୋଇଥିଲେ। ତେବେ ସେମାନେ କେବଳ ଜଣେ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରିପାରିଥିଲେ। ତାଙ୍କୁ ଏବେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos