ପୁଣି ଆକାଶରୁ ଖସିଲା ମୃତ୍ୟୁ, ୧୮ ଜଣଙ୍କ ଜୀବନ ଗଲା

ପାଟନା: ଏବେ ପ୍ରକୃତି ବିହାରବାସୀଙ୍କ ଉପରେ ସତେ ଯେମିତି କୋପ କରିଛି। ବାରମ୍ବାର ଭୟଙ୍କର ବିଜୁଳି ମାଡ଼ ହେବାରୁ ରାଜ୍ୟରେ ଅନେକ ଲୋକଙ୍କ ଜୀବନ ଯାଉଛି। ଆଜି ବିଜୁଳି ମାଡ଼ରେ ରାଜ୍ୟରେ ପୁଣିଥରେ ୧୮ ଜଣଙ୍କ ଜୀବନ ଯାଇଛି। ୫ଟି ଜିଲ୍ଲାରେ ବିଜୁଳି ମାଡ଼ରେ ଏତେ ଲୋକଙ୍କ ମୃତ୍ୟୁ ଘଟିଛି। ଭୋଜପୁର ଓ ସାରନରେ ସର୍ବାଧିକ ୪ ଜଣ ଲେଖାଏ ଲୋକ ପ୍ରାଣ ହରଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟ କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକ ହେଲା କମିପୁର,ପାଟନା ଓ […]

asd

asd

Hemant Lenka
  • Published: Saturday, 04 July 2020
  • Updated: 04 July 2020, 06:44 PM IST

Sports

Latest News

ପାଟନା: ଏବେ ପ୍ରକୃତି ବିହାରବାସୀଙ୍କ ଉପରେ ସତେ ଯେମିତି କୋପ କରିଛି। ବାରମ୍ବାର ଭୟଙ୍କର ବିଜୁଳି ମାଡ଼ ହେବାରୁ ରାଜ୍ୟରେ ଅନେକ ଲୋକଙ୍କ ଜୀବନ ଯାଉଛି।

ଆଜି ବିଜୁଳି ମାଡ଼ରେ ରାଜ୍ୟରେ ପୁଣିଥରେ ୧୮ ଜଣଙ୍କ ଜୀବନ ଯାଇଛି। ୫ଟି ଜିଲ୍ଲାରେ ବିଜୁଳି ମାଡ଼ରେ ଏତେ ଲୋକଙ୍କ ମୃତ୍ୟୁ ଘଟିଛି। ଭୋଜପୁର ଓ ସାରନରେ ସର୍ବାଧିକ ୪ ଜଣ ଲେଖାଏ ଲୋକ ପ୍ରାଣ ହରଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟ କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକ ହେଲା କମିପୁର,ପାଟନା ଓ ବକ୍ସର।

ଗତକାଲି ୫ଟି ଜିଲ୍ଲାରେ ବିଜୁଳି ମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ବିଜୁଳି ମାଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଛନ୍ତି।

ସେହିପରି ବର୍ଷା ଓ ଘଡ଼ଘଡ଼ି ସମୟରେ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୋଟିଏ ସପ୍ତାହରେ ରାଜ୍ୟରେ ବିଜୁଳି ମାଡ଼ରେ ୧୫୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos