କୋଇଲା ଖଣିରେ ଭୟଙ୍କର ଦୁର୍ଘଟଣା, ୧୮ ଶ୍ରମିକ ମୃତ

ବେଜିଂ: ଚାଇନାର ଗୋଟିଏ କୋଇଲା ଖଣିରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଶ୍ରମିକମାନେ ଖଣିରେ କାମ କରୁଥିବା ବେଳେ ହଠାତ୍‌ କାର୍ବନ ମନୋକ୍ସାଇଡ୍ ଗ୍ୟାସ ଲିକ୍‌ କରିଥିଲା। ଏହା ସଂସ୍ପର୍ଶରେ ଆସି ଏତେ ସଂଖ୍ୟକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖଣି ଭତରେ ଆହୁରି ୫ ଜଣ ଶ୍ରମିକ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ କରାଯାଉଛି। ସୂଚନା ଅନୁସାରେ, ଚୋଙ୍ଗକ୍ୟୁଙ୍ଗ ସ୍ଥିତ […]

fhy

fhy

Hemant Lenka
  • Published: Saturday, 05 December 2020
  • Updated: 05 December 2020, 10:15 PM IST

Sports

Latest News

ବେଜିଂ: ଚାଇନାର ଗୋଟିଏ କୋଇଲା ଖଣିରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଶ୍ରମିକମାନେ ଖଣିରେ କାମ କରୁଥିବା ବେଳେ ହଠାତ୍‌ କାର୍ବନ ମନୋକ୍ସାଇଡ୍ ଗ୍ୟାସ ଲିକ୍‌ କରିଥିଲା। ଏହା ସଂସ୍ପର୍ଶରେ ଆସି ଏତେ ସଂଖ୍ୟକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖଣି ଭତରେ ଆହୁରି ୫ ଜଣ ଶ୍ରମିକ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ କରାଯାଉଛି।

ସୂଚନା ଅନୁସାରେ, ଚୋଙ୍ଗକ୍ୟୁଙ୍ଗ ସ୍ଥିତ ଡିଆଶୁଇଡୋଙ୍ଗ କୋଇଲା ଖଣିରେ ୨୪ ଜଣ ଶ୍ରିମକ କାମ କରୁଥିଲେ। ଏହି ସମୟରେ ହଠାତ୍‌ ଗ୍ୟାସ୍‌ ନିର୍ଗତ ହୋଇଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ଖଣି ଭିତରୁ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ମୃତଦେହ ଓ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏବେ ବି ୫ ଜଣ ନିଖୋଜ ଥିବା ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି।

ଚାଇନାର ଖଣି ଖାଦାନରେ ଦୁର୍ଘଟଣା ଘଟିବା ନୂଆ କଥା ନୁହେଁ। ପ୍ରତିବର୍ଷ ଚାଇନାର ବିଭିନ୍ନ ସହରରେ ଥିବା ଖଣି ଖାଦାନରେ ଅଘଟଣ ଘଟି ଶହଶହ ଲୋକଙ୍କ ଜୀବନ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos