ଦିଲ୍ଲୀ ବିଧାନସଭା ଭାଙ୍ଗିଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଗୋଟିଏ ପଟେ ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗଣତି ଚାଲିଥିବା ବେଳେ ଅନ୍ୟପଟେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଆଜି ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ବିଧାନସଭାକୁ ଭଙ୍ଗ କରିଛନ୍ତି।

ଏନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ “ଉପରାଜ୍ୟପାଳ ଅନୀଲ ବୈଜଲ ମଙ୍ଗଳବାର ଦିଲ୍ଲୀର ୬ଷ୍ଠ ବିଧାନସଭାକୁ ଭଙ୍ଗ କରିଛନ୍ତି। ଆଜିଠାରୁ ଏହା କାର୍ଯ୍ୟକାରୀ ହେବ। ଏବେ ଭୋଟ ଗଣତି ଚାଲିଛି। ଫଳାଫଳ ପ୍ରକାଶ ପାଇବା ପରେ ଦିଲ୍ଲୀର ୭ମ ବିଧାନସଭା ଗଠନ ପାଇଁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇବ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।