କେମିତି ଦେଖାଯିବ ଅଯୋଧ୍ୟାର ମସଜିଦ ଓ ହସ୍ପିଟାଲ, ଆସିଲା ପ୍ରଥମ ଫଟୋ

ଲକ୍ଷ୍ନୌ: ରାମ ମନ୍ଦିର ଭଳି ଅଯୋଧ୍ୟାରେ ମସଜିଦ ମଧ୍ୟ ନିର୍ମାଣ ହେବ। ରାମ ମନ୍ଦିରକୁ ଭବ୍ୟ କରି ତିଆରି କରାଯାଉଥିବା ବେଳେ ମସଜିଦକୁ ମଧ୍ୟ ଅତି ଚମତ୍କାର ଢଙ୍ଗରେ ନିର୍ମାଣ କରାଯିବ। ମସଜିଦ୍‌ ନିର୍ମାଣ ଦାୟିତ୍ୱରେ ଥିବା ଟ୍ରଷ୍ଟ ଆଜି ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସଜିଦ ଓ ହସ୍ପିଟାଲର ପ୍ରତିକାତ୍ମକ ଫଟୋ ସାର୍ବଜନୀନ କରିଛି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାମ ପାଇଁ ଆସନ୍ତା ମାସରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏଠାରେ ମସଜିଦ ସହ ହସ୍ପିଟାଲ […]

yt

yt

Hemant Lenka
  • Published: Saturday, 19 December 2020
  • Updated: 19 December 2020, 09:49 PM IST

Sports

Latest News

ଲକ୍ଷ୍ନୌ: ରାମ ମନ୍ଦିର ଭଳି ଅଯୋଧ୍ୟାରେ ମସଜିଦ ମଧ୍ୟ ନିର୍ମାଣ ହେବ। ରାମ ମନ୍ଦିରକୁ ଭବ୍ୟ କରି ତିଆରି କରାଯାଉଥିବା ବେଳେ ମସଜିଦକୁ ମଧ୍ୟ ଅତି ଚମତ୍କାର ଢଙ୍ଗରେ ନିର୍ମାଣ କରାଯିବ। ମସଜିଦ୍‌ ନିର୍ମାଣ ଦାୟିତ୍ୱରେ ଥିବା ଟ୍ରଷ୍ଟ ଆଜି ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସଜିଦ ଓ ହସ୍ପିଟାଲର ପ୍ରତିକାତ୍ମକ ଫଟୋ ସାର୍ବଜନୀନ କରିଛି।

ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାମ ପାଇଁ ଆସନ୍ତା ମାସରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏଠାରେ ମସଜିଦ ସହ ହସ୍ପିଟାଲ ବି ତିଆରି ହେବ। ତେବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ କାମ ବେଳେ ହସ୍ପିଟାଲକୁ ଅଧିକ ସଂପ୍ରସାରଣ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

In 1st Pics, A Glimpse Of Futuristic Ayodhya Mosque And Hospital -  News9.live

ଉତ୍ତର ପ୍ରଦେଶର ଧାନ୍ନିପୁରଠାରେ ନିର୍ମାଣ ହେବାକୁ ଥିବା ମସଜିଦର ନାଁ କ’ଣ ରହିବ, ତା’ହା ସ୍ଥିର ହୋଇନାହିଁ। କିନ୍ତୁ କୌଣସି ରାଜା କିମ୍ବା ମହାରାଜଙ୍କ ନାଁରେ ଏହାକୁ ନାମିତ କରାଯିବ ନାହିଁ ବୋଲି ଇଣ୍ଡୋ-ଇସଲାମିକ କଲଚର ଫାଉଣ୍ଡେସନ(ଆଇଆଇସିଏଫ) ଟ୍ରଷ୍ଟ କହିଛି। ଏଥିସହ ମସଜିଦ ଓ ହସ୍ପିଟାଲର ଫଟୋ ମଧ୍ୟ ଜାରି କରିଛି।

ଟ୍ରଷ୍ଟ ପକ୍ଷରୁ ଉପସ୍ଥାପିତ ଡିଜାଇନ୍‌ ଅନୁସାରେ ମସଜିଦ୍‌କୁ ଅତ୍ୟନ୍ତ ଭବ୍ୟ ଭାବେ ତିଆରି କରାଯିବ। ଏହାର ଉପର ଭାଗରେ କାଚ ଓ ତା’ର ଜାଲି ଲାଗିବ। ଅଲଟ୍ରା ମଡର୍ଣ୍ଣ ଷ୍ଟାଇଲରେ ଏହାକୁ ତିଆରି କରାଯିବ। ଏହା ମଧ୍ୟରେ ଏକାଥରେ ୨ ହଜାର ଲୋକ ନମାଜ ପଢ଼ିପାରିବେ। ସେହିପରି ଏହାର ପଛ ଭାଗରେ ଗୋଟିଏ ସୁଉଚ୍ଚ ହସ୍ପିଟାଲ ତିଆରି କରାଯିବ। ଏହାର ଚାରିପାଖରେ ସବୁଜ ଗଛର ବଳୟ ସୃଷ୍ଟି କରାଯିବ। ହସ୍ପିଟାଲଟି ମଧ୍ୟ କାଚ ଓ ଜାଲିରେ ତିଆରି ହେବ।

ସେହିପରି ମସଜିଦ ପାଖରେ ଗୋଟିଏ ସଂଗ୍ରହାଳୟ ରହିବ। ଏଥିରେ ଉଭୟ ହିନ୍ଦୁ ଓ ମୁସଲିମ ଧର୍ମର ସଂଘର୍ଷ ଏବଂ ଭାଇଚାରାର କାହାଣୀ ଉପଲବ୍ଧ ହେବ। ଗବେଷଣା ଓ ପବ୍ଲିକେଶନ ପାଇଁ ମସଜିଦ ଜମିରେ ବ୍ୟବସ୍ଥା କରାଯିବ। ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମାଗଣାରେ ଖାଇବା ଯୋଗାଇ ଦେବା ପାଇଁ କମ୍ୟୁନିଟି କିଚିନ୍‌ର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଟ୍ରଷ୍ଟ କହିଛି।

In 1st Pics, A Glimpse Of Futuristic Ayodhya Mosque And Hospital Plan

ସୂଚନାଯୋଗ୍ୟ, ଅଯୋଧ୍ୟାରେ ଥିବା ବିବାଦୀୟ ଜମିକୁ ସୁପ୍ରିମକୋର୍ଟ ରାମ ମନ୍ଦିର ନିର୍ମାଣ ପାଇଁ ଛାଡ଼ି ଦେବାକୁ କହିଥିବା ବେଳେ ମସଜିଦ ପାଇଁ ୫ ଏକର ଜମି ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ କହିଥିଲେ। ଉକ୍ତ ନିର୍ଦ୍ଦେଶ ଅନୁସାରେ ଉତ୍ତର ପ୍ରଦେଶ ସରକାର ମୁସଲିମ ପକ୍ଷକୁ ୫ ଏକର ଜମି ଦେଇଛନ୍ତି। ସେହି ଜମିରେ ଟ୍ରଷ୍ଟ ପକ୍ଷରୁ ମସଜିଦ ନିର୍ମାଣ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story