ଚାଷୀଙ୍କ ଆନ୍ଦୋଳନ ସ୍ଥଳରେ ମୁତୟନ ଦୁଇ ଆଇପିଏସଙ୍କୁ କରୋନା

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ପ୍ରତି କରୋନା ସଂକ୍ରମଣର ଭୟ ସୃଷ୍ଟି ହୋଇଛି। ଦିଲ୍ଲୀ-ହରିଆଣା ସୀମା ସିଙ୍ଘୁରେ ଚାଲିଥିବା ଚାଷୀ ଆନ୍ଦୋଳନ ସ୍ଥଳରେ ମୁତୟନ ଦୁଇ ଜଣ ଆଇପିଏସ ଅଫିସର ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ଦୁଇ ଆଇପିଏସ ଅଫିସର ହିଁ ପୂରା ଚାଷୀ ଆନ୍ଦୋଳନ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିର ଦାୟିତ୍ୱରେ ରହିଥିଲେ। ସେମାନଙ୍କୁ କରୋନା ହୋଇଥିବାରୁ ଅନ୍ୟମାନଙ୍କ ପ୍ରତି ସଂକ୍ରମଣର ଭୟ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, […]

t

t

Hemant Lenka
  • Published: Friday, 11 December 2020
  • Updated: 11 December 2020, 07:25 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ପ୍ରତି କରୋନା ସଂକ୍ରମଣର ଭୟ ସୃଷ୍ଟି ହୋଇଛି। ଦିଲ୍ଲୀ-ହରିଆଣା ସୀମା ସିଙ୍ଘୁରେ ଚାଲିଥିବା ଚାଷୀ ଆନ୍ଦୋଳନ ସ୍ଥଳରେ ମୁତୟନ ଦୁଇ ଜଣ ଆଇପିଏସ ଅଫିସର ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି।

ଏହି ଦୁଇ ଆଇପିଏସ ଅଫିସର ହିଁ ପୂରା ଚାଷୀ ଆନ୍ଦୋଳନ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିର ଦାୟିତ୍ୱରେ ରହିଥିଲେ। ସେମାନଙ୍କୁ କରୋନା ହୋଇଥିବାରୁ ଅନ୍ୟମାନଙ୍କ ପ୍ରତି ସଂକ୍ରମଣର ଭୟ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଡିସିପି ଗୌରବ ଓ ଅତିରିକ୍ତ ଡିସିପି ଘନଶ୍ୟାମ ବଂଶଲଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେମାନଙ୍କୁ ଏବେ ହୋମ ଆଇସୋଲେସନରେ ରଖାଯାଇଛି। ଦୀର୍ଘ ଦୁଇ ସପ୍ତାହ ହେଲାଣି ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସିଙ୍ଘୁ ସୀମାରେ ବିପୁଳ ସଂଖ୍ୟାରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

ଶତାଧିକ ଚାଷୀଙ୍କ ଦିଲ୍ଲୀରେ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ପୁଲିସ୍ ପକ୍ଷରୁ ଏକାଧିକ ସ୍ତରୀୟ ବ୍ୟାରିକେଡ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ସୀମାରେ ହଜାର ହଜାର ସଂଖ୍ୟକ ଚାଷୀ ଓ ପୁଲିସ୍‌ କର୍ମଚାରୀ ଥିବାରୁ ଏଠାରେ କରୋନା ସଂକ୍ରମଣର ଭୟ ସୃଷ୍ଟି ହୋଇଥିଲା। ଏବେ ଦୁଇ ଆଇପିଏସ କରୋନାରେ ଆକ୍ରାନ୍ତ ହୋଇଥିବାରୁ ସେଠାରେ ଉପସ୍ଥିତ ଥିବା ଚାଷୀ ଓ ପୁଲିସ୍‌ କର୍ମଚାରୀଙ୍କ ପ୍ରତି କୋଭିଡ-୧୯ର ଭୟ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos