ପୁଣି ଅଶାନ୍ତ କୋଲକାତା, ଗୁଳିମାଡ଼ରେ ୨ ମୃତ

କୋଲକାତା: ପୁଣିଥରେ ପଶ୍ଚିମବଙ୍ଗର ଭାତପରାରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ୧୭ ବର୍ଷୀୟ ବାଳକଙ୍କ ସମେତ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ୧୭ ବର୍ଷୀୟ ବାଳକ ଜଣଙ୍କ ନାଁ ରାମବାବୁ ଶ’ ସେ ଏଠାରେ ଗୁପଚୁପ୍‌ ଦୋକାନ କରିଥିଲେ। ଘଟଣାରେ ଆହତ ହୋଇଥିବା ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ସେମାନଙ୍କୁ ନିକଟସ୍ଥ […]

w

Hemant Lenka
  • Published: Thursday, 20 June 2019
  • , Updated: 20 June 2019, 03:34 PM IST

କୋଲକାତା: ପୁଣିଥରେ ପଶ୍ଚିମବଙ୍ଗର ଭାତପରାରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ୧୭ ବର୍ଷୀୟ ବାଳକଙ୍କ ସମେତ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।

ପ୍ରାଣ ହରାଇଥିବା ୧୭ ବର୍ଷୀୟ ବାଳକ ଜଣଙ୍କ ନାଁ ରାମବାବୁ ଶ’ ସେ ଏଠାରେ ଗୁପଚୁପ୍‌ ଦୋକାନ କରିଥିଲେ। ଘଟଣାରେ ଆହତ ହୋଇଥିବା ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୋଷ୍ଠୀ ସଂଘର୍ଷ କାରଣରୁ ଘନଘନ ବୋମା ମାଡ଼ ସାଙ୍ଗକୁ ଗୁଳି ଫୁଟିଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା। ତେବେ ସ୍ଥିତି ଅଣାୟାତ୍ତ ହେବାରୁ ପୁଲିସ୍‌କୁ ମଧ୍ୟ ଗୁଳିମାଡ଼ କରିଥିବା ଖବର ରହିଛି।

ଏହି ଘଟଣାକୁ ନେଇ ରାଜ୍ୟ ପୁଲିସ୍‌ ମୁଖ୍ୟ, ମୁଖ୍ୟ ଶାସନ ସଚିବ, ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଜରୁରୀ ବୈଠକ କରିଛନ୍ତି। ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବେଙ୍ଗଲ ପୁଲିସ୍‌ ମୁଖ୍ୟ ସ୍ଥାନୀୟ ପୁଲିସ୍‌ ଷ୍ଟେସନର ନୂଆ ବିଲଡିଂ ଉଦ୍‌ଘାଟନ କରିବା ପୂର୍ବରୁ ହିଁ ଏଭଳି ହିଂସାକାଣ୍ଡ ଘଟିଛି।

ଜାତୀୟ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ବିଶେଷ କରି ଭାତପରାରେ ସବୁଠାରୁ ଅଧିକ ଲୋକ ହିଂସାକାଣ୍ଡରେ ପ୍ରଭାବିତ ହୋଇଥିଲେ। ଆଜିର ହିଂସାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ବିପୁଳ ପରିମାଣର ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ବିଶେଷ କରି ପୁଲିସ୍‌ କର୍ମୀଙ୍କ ସହ ଆରଏଏଫ ଫୋର୍ସ ମୁତୟନ ହୋଇଛନ୍ତି।

Related story