ଗଣଦୁଷ୍କର୍ମ ଓ ଯୌନ ଉତ୍ପୀଡ଼ନ ସହି ନପାରି ୨ ନାବାଳିକାଙ୍କ ଆତ୍ମହତ୍ୟା!

ଲକ୍ଷ୍ନୌ: ପୁଣିଥରେ ଉତ୍ତର ପ୍ରଦେଶରୁ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଗଣଦୁଷ୍କର୍ମ ଓ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ଦୁଇ ଜଣ ନାବାଳିକା ଆତ୍ମହତ୍ୟା କରିଛନ୍ତି। ଚିତ୍ରକୋଟ ଜିଲ୍ଲାର ଗୋଟିଏ ଗାଁରେ ଜଣେ ୧୪ ବର୍ଷୀୟ ନାବାଳିକା ଗତକାଲି ରାତିରେ ଆତ୍ମହତ୍ୟା କରିଛନ୍ତି। ଅକ୍ଟୋବର ୮ରେ ୩ ଜଣ ଯୁବକ ନାବାଳିକାଙ୍କୁ ନିକଟସ୍ଥ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ନାବାଳିକା ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କ ସହ ଏପରି […]

yu

yu

Hemant Lenka
  • Published: Wednesday, 14 October 2020
  • Updated: 14 October 2020, 06:56 PM IST

Sports

Latest News

ଲକ୍ଷ୍ନୌ: ପୁଣିଥରେ ଉତ୍ତର ପ୍ରଦେଶରୁ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଗଣଦୁଷ୍କର୍ମ ଓ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ଦୁଇ ଜଣ ନାବାଳିକା ଆତ୍ମହତ୍ୟା କରିଛନ୍ତି।

ଚିତ୍ରକୋଟ ଜିଲ୍ଲାର ଗୋଟିଏ ଗାଁରେ ଜଣେ ୧୪ ବର୍ଷୀୟ ନାବାଳିକା ଗତକାଲି ରାତିରେ ଆତ୍ମହତ୍ୟା କରିଛନ୍ତି। ଅକ୍ଟୋବର ୮ରେ ୩ ଜଣ ଯୁବକ ନାବାଳିକାଙ୍କୁ ନିକଟସ୍ଥ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ନାବାଳିକା ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କ ସହ ଏପରି ଘଟିଥିଲା। ଘଟଣା ପରେ ନାବାଳିକାଟିକୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରିଥିଲେ।

ପୀଡ଼ିତାଙ୍କ ମା’ କହିଛନ୍ତି, “ଘଟଣା ପରେ ମୋ ଝିଅ ଘୁଷୁଡି ଘୁଷୁଡ଼ି ଘର ପାଖକୁ ଆସିଥିଲା। ଏହାପରେ ଆମେ ପୁଲିସକୁ ଖବର ଦେଇଥିଲୁ। ପୁଲିସ୍‌ ହାତଗୋଡ଼ ଅବସ୍ଥାରେ ଫଟୋ ଉଠାଇଥିଲା ଓ ଏହାପରେ ଝିଅକୁ ଏଥିରୁ ମୁକ୍ତି ଦେଇଥିଲା। ମୋ ଝିଅକୁ ପୁଲିସ୍‌ ଦୁର୍ବୃତ୍ତଙ୍କ ବିଷୟରେ ପଚାରିଥିଲେ। ହେଲେ ସେ କାହାକୁ ଚିହ୍ନି ନଥିବା କହିଥିଲା। ଦୁର୍ବୃତ୍ତମାନଙ୍କୁ ଠାବ କରିବା ପରେ ପୁଲିସ୍‌ ମାମଲା ରୁଜୁ କରିବ ବୋଲି କହି ଚାଲି ଯାଇଥିଲା। ପୁଲିସ୍ ମୋ ଝିଅର ଅଭିଯୋଗ ଗ୍ରହଣ ନ କରିବାରୁ ସେ ଗତକାଲି ଆତ୍ମହତ୍ୟା କରିଛି।”

ଚିତ୍ରକୋଟ ରେଞ୍ଜର ଆଇଜି କେ ସତ୍ୟନାରାୟଣ କହିଛନ୍ତି, କାର୍ଯ୍ୟରେ ଅବହେଳା ପାଇଁ ଦୁଇ ଜଣ ପୁଲିସ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ପ୍ରୟାସ କରାଯାଉଛି। ଜିଲ୍ଲା ମାଜିଷ୍ଟ୍ରେଟ ଓ ଆଇଜି ନିଜେ ପୀଡ଼ିତାଙ୍କ ପରିବାରକୁ ଭେଟିଥିବା ସେ କହିଛନ୍ତି।

ସେହିପରି ପ୍ରତାପଗଡ଼ ଜିଲ୍ଲାରେ ମଧ୍ୟ ଯୌନ ନିର୍ଯାତନାର ଅଭିଯୋଗ ଆଣି ଜଣେ ୧୭ ବର୍ଷୀୟ ନାବାଳିକା ଆତ୍ମହତ୍ୟା କରିଛନ୍ତି। ୩ ଜଣ ଯୁବକ ତାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଉଥିବାରୁ ସେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ଏକାଦଶ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀ ଜଣଙ୍କ କୂଅକୁ ଡେଇଁ ଜୀବନ ହାରିଥିବା ପୁଲିସ୍ କହିଛି।

ପୀଡ଼ିତାଙ୍କ ମା’ କହିଛନ୍ତି, ତାଙ୍କ ପଡ଼ୋଶୀ ଭାବେ ରହୁଥିବା ୩ ଜଣ ଯୁବକ ୬ ମାସ ହେଲାଣି ଝିଅଟିକୁ ନିର୍ଯାତନା ଦେଉଥିଲେ। ମଙ୍ଗଳବାର ୩ ଜଣ ଯୁବକ ଘରେ ପଶିବା ସହ ଝିଅକୁ ହଇରାଣ କରିଥିଲେ। ଏହି କାରଣରୁ ସେ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ୍ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିଛି। ୩ ଯୁବକଙ୍କ ମଧ୍ୟରୁ ଗୁଡୁ ନାମକ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story