ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସହ ସମ୍ପର୍କ ରଖିଥିଲେ ୨୦୦ ପୁଲିସ୍‌ କର୍ମଚାରୀ!

କାନପୁର: ଉତ୍ତର ପ୍ରଦେଶ କାନପୁର ଏନକାଉଣ୍ଟର ଘଟଣାରେ ଆଶ୍ଚର୍ଯ୍ୟଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଧରିବାକୁ ଯାଇଥିବା ପୁଲିସ୍‌ ଉପରେ ଅଚାନକ ଗୁଳିମାଡ଼ ହେବାରୁ ଏଥିରେ ୮ ଜଣ ସହିଦ ହୋଇଥିଲେ। ସେହିପରି ବିକାଶ ଦୁବେ ବି ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଛି। ଏବେ ଖବର ଆସି ପହଞ୍ଚି ଯେ ବିକାଶ ଦୁବେ ସହ ଚାଉବେୟପୁର ପୁଲିସ୍‌ ଷ୍ଟେସନ ସମେତ ଏକାଧିକ ଥାନାର ପ୍ରାୟ ୨୦୦ ଜଣ କମ୍ପଚାରୀ ସମ୍ପର୍କ ରଖିଥିଲେ। ଏବେ […]

dya

dya

Hemant Lenka
  • Published: Tuesday, 07 July 2020
  • Updated: 07 July 2020, 05:08 PM IST

Sports

Latest News

କାନପୁର: ଉତ୍ତର ପ୍ରଦେଶ କାନପୁର ଏନକାଉଣ୍ଟର ଘଟଣାରେ ଆଶ୍ଚର୍ଯ୍ୟଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଧରିବାକୁ ଯାଇଥିବା ପୁଲିସ୍‌ ଉପରେ ଅଚାନକ ଗୁଳିମାଡ଼ ହେବାରୁ ଏଥିରେ ୮ ଜଣ ସହିଦ ହୋଇଥିଲେ। ସେହିପରି ବିକାଶ ଦୁବେ ବି ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଛି।

ଏବେ ଖବର ଆସି ପହଞ୍ଚି ଯେ ବିକାଶ ଦୁବେ ସହ ଚାଉବେୟପୁର ପୁଲିସ୍‌ ଷ୍ଟେସନ ସମେତ ଏକାଧିକ ଥାନାର ପ୍ରାୟ ୨୦୦ ଜଣ କମ୍ପଚାରୀ ସମ୍ପର୍କ ରଖିଥିଲେ। ଏବେ ତଦନ୍ତକାରୀ ଅଧିକାରୀ ଖୋଦ୍‌ ନିଜ ବିଭାଗର ଏହି ୨୦୦ ଜଣ କର୍ମଚାରୀଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଏନକାଉଣ୍ଟର ପୂର୍ବରୁ ବିକାଶକୁ ଫୋନ କରି ସତର୍କ କରାଇ ଦେଇଥିବା ୧୦ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏମାନେ ସମସ୍ତେ ଚାଉବେୟପୁର ପୁଲିସ୍‌ ଷ୍ଟେସନରେ କାମ କରୁଥିଲେ। ସମସ୍ତେ ନିଲମ୍ବିତ ହେବାରୁ ସେମାନଙ୍କ ସ୍ଥାନରେ ରିଜର୍ଭ ପୁଲିସ୍‌ ଲାଇନ୍‌ରୁ ୧୦ ଜଣ କନଷ୍ଟେବଲଙ୍କୁ କାମ କରିବା ପାଇଁ ଥାନାକୁ ପଠା ଯାଇଛି।

କାନପୁର ଆଇଜି ମୋହିତ ଅଗ୍ରୱାଲ କହିଛନ୍ତି, “ଆମେ ଚାଉବେୟପୁର ପୁଲିସ୍‌ ଷ୍ଟେସନକୁ ସ୍କାନରରେ ରଖିଛୁ। ସେହିପରି ପୂର୍ବରୁ ଚାଉବେୟପୁର ଥାନାରେ କାମ କରିଥିବା ଅଧିକାରୀଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିଛୁ। ଏହି ପୁଲିସ୍‌ କର୍ମଚାରୀମାନେ ବିକାଶ ଦୁବେକୁ ସାହାଯ୍ୟ କରିଥିଲେ ଓ ଏହା ବଦଳରେ ଅନେକ ଫାଇଦା ପାଇଥିଲେ ବୋଲି ସନ୍ଦେହ କରାଯାଉଛି।

ବିକାଶ ଦୁବେକୁ ପୁଲିସ୍‌ ବିଭାଗରେ ସହଯୋଗ କରୁଥିବା କର୍ମଚାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଚାଉବେୟପୁର, ବିଲହାଉର, କାକୱାନ ଓ ଶିବରାଜପୁର ଥାନାର ପ୍ରାୟ ୨୦୦ କର୍ମଚାରୀ ବିକାଶ ସହ ସମ୍ପର୍କ ରଖିଥିବା ଜଣାପଡ଼ିଛି। ଏହି ସବୁ କର୍ମଚାରୀଙ୍କ ମୋବାଇଲ ଫୋନ୍‌ କଲ୍‌ ରେକର୍ଡ ଯାଞ୍ଚ କରାଯାଉଛି।

କାନପୁର ଏନକାଉଣ୍ଟରର ତଦନ୍ତ କରୁଥିବା ଇନ୍ସପେକ୍ଟର କେକେ ଶର୍ମା କହିଛନ୍ତି, ଜୁଲାଇ ୨ ଅପରାହ୍ନ ୪ଟାରେ ବିକାଶ ଦୁବେ ପୁଲିସ୍‌କୁ ଫୋନ କରି ଧମକ ଦେଇଥିଲା। ଯଦି ବିବାଦ ପୁଲିସ୍‌ ବଢ଼ାଇବ, ତା’ହେଲେ ବିକାରୁ ଗାଁରେ ରକ୍ତର ନଦୀ ବହିବ। ବିକାଶ ଦୁବେର ଧମକ ଶୁଣି ଆମେ ଆଶ୍ଚର୍ଯ୍ୟ ହୋଇଥିଲୁ। ପୁଲିସ୍‌ର ଗତିବିଧି ସମ୍ପର୍କରେ ଖବର ଦେଇଥିବା ଥାନାର କିଛି ଅଫିସର ଓ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos