୨୦୦୯ ଏନ୍‌କାଉଣ୍ଟରର ଭିଡିଓ ଜାରି କଲେ ମାଓବାଦୀ

ରାୟପୁର: ଛତିଶଗଡ଼ ରାଜନନ୍ଦନଗାଁଓ ଜଙ୍ଗଲରେ ୨୦୦୯ ଜୁଲାଇରେ ହୋଇଥିବା ଏନ୍‌କାଉଣ୍ଟରର ଭିଡିଓ ଜାରି କରିଛି ମାଓବାଦୀ ।  ଏହି ଏନ୍‌କାଉଣ୍ଟରରେ  ରାଜନନ୍ଦଗାଁର ତତ୍‌କାଳୀନ ଏସ୍‌ପି ବିନୋଦ ଚୈବେଙ୍କ ସହ ୨୯ ଜଣ ଯବାନ୍‌ଙ୍କ ମୃତ୍ୟୁ ଘଟିଥିଲା। ଏସ୍‌ପିଙ୍କ ନେତୃତ୍ୱରେ ମାଓ ଦମନ ପାଇଁ ବାହାରିଥିବା ଏହି ଟିମ୍‌ ଉପରକୁ ମାଓବାଦୀମାନେ ଆକ୍ରମଣ କରିଥିଲେ। ମାଓବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ  ସମସ୍ତ ଯବାନ୍‌ ଏଠାରେ ଟଳି ପଡ଼ିଥିଲେ। ମାଓବାଦୀମାନେ ସେମାନଙ୍କ ମୃତଦେହ ଭିଡ଼ି ନେବା ସହ ପାଖରେ ଥିବା ବିପୁଳ […]

mao

mao

Rakesh Mallick
  • Published: Thursday, 18 August 2016
  • Updated: 18 August 2016, 11:12 PM IST

Sports

Latest News

ରାୟପୁର: ଛତିଶଗଡ଼ ରାଜନନ୍ଦନଗାଁଓ ଜଙ୍ଗଲରେ ୨୦୦୯ ଜୁଲାଇରେ ହୋଇଥିବା ଏନ୍‌କାଉଣ୍ଟରର ଭିଡିଓ ଜାରି କରିଛି ମାଓବାଦୀ ।  ଏହି ଏନ୍‌କାଉଣ୍ଟରରେ  ରାଜନନ୍ଦଗାଁର ତତ୍‌କାଳୀନ ଏସ୍‌ପି ବିନୋଦ ଚୈବେଙ୍କ ସହ ୨୯ ଜଣ ଯବାନ୍‌ଙ୍କ ମୃତ୍ୟୁ ଘଟିଥିଲା।

ଏସ୍‌ପିଙ୍କ ନେତୃତ୍ୱରେ ମାଓ ଦମନ ପାଇଁ ବାହାରିଥିବା ଏହି ଟିମ୍‌ ଉପରକୁ ମାଓବାଦୀମାନେ ଆକ୍ରମଣ କରିଥିଲେ। ମାଓବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ  ସମସ୍ତ ଯବାନ୍‌ ଏଠାରେ ଟଳି ପଡ଼ିଥିଲେ। ମାଓବାଦୀମାନେ ସେମାନଙ୍କ ମୃତଦେହ ଭିଡ଼ି ନେବା ସହ ପାଖରେ ଥିବା ବିପୁଳ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ।

ଏନ୍‌କାଉଣ୍ଟରର ଦୀର୍ଘ ବର୍ଷ ପରେ ମାଓବାଦୀମାନେ ଏଭଳି ଭିଡିଓ ଜାରି କରି ସାଧାରଣ ଲୋକଙ୍କୁ ଆତଙ୍କିତ କରିବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି।

ଏ ସମ୍ପର୍କରେ ଓଡ଼ିଶାର ପୂର୍ବତନ ପୋଲିସ୍ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି, “ଏପରି ଭିଡିଓ ସୋସିଆଲ ମିଡିଆରେ ଛାଡ଼ି ମାଓବାଦୀମାନେ ସର୍ବସାଧାରଣ ଓ ପୋଲିସ୍‌କୁ ଭୟଭୀତ କରିବାକୁ ଚାହୁଁଛନ୍ତି। କିନ୍ତୁ ସେପରି କିଛି ହେବନି। ସେମାନେ ନିଜ ଅଜାଣତରେ ପ୍ରମାଣ କରିଦେଲ ୨୦୦୯ରୁ ୧୬ ମଧ୍ୟରେ ଏଭଳି କିଛି ଘଟଣା ଘଟାଇ ପାରିନାହାନ୍ତି। ଏଥିରୁ ପ୍ରମାଣ ହୋଇଗଲା ସେମାନେ ବିଫଳ ହୋଇଛନ୍ତି।”

ଓଡ଼ିଶାର ପୂର୍ବତନ ପୋଲିସ୍‌ ଡିଜି ଏସ୍‌.ଏନ୍‌. ତିୱାରି କହିଛନ୍ତି, “ସେମାନେ ଦେଖାଇବାକୁ ଚାହୁଁଛନ୍ତି ଆମେ ଓଡ଼ିଶାରେ ସକ୍ରିୟ ଅଛୁ। ପୋଲିସ୍‌କୁ ଦେଖାଇବାକୁ ଚାଡୁଁଛନ୍ତି ଆମେ ଏପରି ଆତର୍କିତ ଆକ୍ରମଣ କରି କ୍ଷତି ପହଞ୍ଚାଇ ପାରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos