ପିଓକେ ଛାତିରେ ଭୂକମ୍ପର ତାଣ୍ଡବ, ୨୩ ମୃତ ୩୦୦ ଆହତ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ସମେତ ଉତ୍ତର ଭାରତ ଏବଂ ପାକିସ୍ତାନର ବେଶ୍‌ କିଛି ଅଞ୍ଚଳରେ ଆଜି ଭୂମିକମ୍ପର ତାଣ୍ଡବ ଦେଖିବାକୁ ମିଳିଛି। ଆଜି ଅପରାହ୍ଣ ୪.୩୫ ମିନିଟ୍‌ ସମୟରେ ପିଓକେରେ ଶକ୍ତିଶାଳୀ ଭୂକମ୍ପ ଝଟକା ପୂରା ପ୍ରଦେଶକୁ ଛାରଖାର କରିଦେଇଛି। ଏଥିରେ ବର୍ତ୍ତମାନ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିବା ସେମାନଙ୍କ ମଧ୍ୟରୁ ୧୦୦ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ମୀରପୁର ଡିଆଇଜି ସୂଚନା ଦେଇଛନ୍ତି। […]

pok

pok

Subrat Kumar Nayak
  • Published: Tuesday, 24 September 2019
  • Updated: 24 September 2019, 10:50 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ସମେତ ଉତ୍ତର ଭାରତ ଏବଂ ପାକିସ୍ତାନର ବେଶ୍‌ କିଛି ଅଞ୍ଚଳରେ ଆଜି ଭୂମିକମ୍ପର ତାଣ୍ଡବ ଦେଖିବାକୁ ମିଳିଛି। ଆଜି ଅପରାହ୍ଣ ୪.୩୫ ମିନିଟ୍‌ ସମୟରେ ପିଓକେରେ ଶକ୍ତିଶାଳୀ ଭୂକମ୍ପ ଝଟକା ପୂରା ପ୍ରଦେଶକୁ ଛାରଖାର କରିଦେଇଛି। ଏଥିରେ ବର୍ତ୍ତମାନ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିବା ସେମାନଙ୍କ ମଧ୍ୟରୁ ୧୦୦ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ମୀରପୁର ଡିଆଇଜି ସୂଚନା ଦେଇଛନ୍ତି। ପିଓକେର ନୂଆ ମୀରପୁର ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପ ପରେ କିଛି ଫଟୋ ଜାତୀୟ ଗଣମାଧ୍ୟମର ହସ୍ତଗତ ହୋଇଛି, ଯାହାକି ଦର୍ଶାଉଛି କିଛି ମିନିଟ୍‌ରେ ପ୍ରକୃତି କିଭଳି ଭୟଙ୍କର ତାଣ୍ଡବ ରଚିଛି।

ଯେଉଁଥିରେ ରାସ୍ତା ମଝିରୁ ଫାଟି ଆଁ କରିଥିବା ବେଳେ ଘର ଦ୍ୱାରା ସଂପୂର୍ଣ୍ଣ ମାଟିରେ ମିଶି ଯାଇଛି। ରାସ୍ତା ମଝିରୁ ଦୁଇ ଫାଳ ହୋଇଯିବାରୁ ଏକାଧିକ ଗାଡ଼ି ଏହା ମଧ୍ୟରେ ଫସି ରହିଛି। ରିକ୍ଟର୍‌ ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ପ୍ରଥମେ ୬.୩ ରହିଥିବା ସୂଚନା ମିଳିଥିଲା। ତେବେ ପ୍ରକୃତରେ ଏହା ୫.୮ ବୋଲି ଜଣାପଡ଼ିଛି। ଭୂକମ୍ପର କେନ୍ଦ୍ର ସ୍ଥଳ ପିଓକେର ନୂଆ ମୀରପୁର ନିକଟରେ ରହିଥିବା ରିପୋର୍ଟରେ କୁହାଯାଇଛି। ମୀରପୁର, ଜରିକାସ୍‌ ଏବଂ ଜଟ୍‌ଲାନ୍‌ ଆଦି ଅଞ୍ଚଳରେ ଆକାଶମାର୍ଗରୁ କ୍ଷୟକ୍ଷତି ଆକଳନ କରାଯାଇଛି।

ପିଓକେର ମୀରପୁର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ କ୍ଷୟକ୍ଷତି ଘଟିଥିବା ଆଶଙ୍କା କରାଯାଉଛି। ତେବେ ମୀରପୁରର ଜାତୀୟ ରାଜପଥ ଫାଟିକି ଆଁ କରିଥିବାରୁ ଭୂକମ୍ପ କେତେ ଭୟଙ୍କର ଥିଲା, ତାହା ସ୍ପଷ୍ଟ ହୋଇଛି। ଜାତୀୟ ରାଜପଥ ଫାଟି ଯାଇଥିବାରୁ ଯାତାୟାତ ବନ୍ଦ ହୋଇ ଯାଇଛି। ରାସ୍ତାଘାଟ ବନ୍ଦ ହୋଇଯାଇଥିବାରୁ ଉଦ୍ଧାରକାରୀ ଦଳ ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହାନ୍ତି। ଝେଲମ୍‌ ନଦୀଠାରେ ସଡ଼କ ଭୁଷୁଡ଼ିଯିବା କାରଣରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିଭଳି ମଙ୍ଗଳା ଡ୍ୟାମ୍‌ର ପାଣି ଝେଲମ୍‌ ନଦୀରେ ପଶିଆସିଥିବା ସୂଚନା ମିଳିଛି।

ଏଥିପାଇଁ ପିଓକେର ହସ୍ପିଟାଲଗୁଡ଼ିକ ପାଇଁ ପାକିସ୍ତାନ ସରକାର ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିବା ଡେପୁଟୀ କମିଶନର ଏଜେକେ ରାଜା କାସିର ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଥିଲେ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତ୍ୱରିତ ଉଦ୍ଧାର କାର୍ଯ୍ୟ ସହ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ହସ୍ପିଟାଲକୁ ଆଲର୍ଟ ରହିବାକୁ କୁହାଯାଇଛି। ସେନା ପକ୍ଷରୁ ଯବାନ ଓ ମେଡିକାଲ ଟିମ୍‌କୁ କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠା ଯାଇଥିବା ପାକିସ୍ତାନ ସେନାଧ୍ୟକ୍ଷ କମାର ଜାଭେଦ୍‌ ବଜ୍‌ୱା କହିଛନ୍ତି। ସେମାନେ ବିମାନ ଏବଂ ମେଡିକାଲ ଉପକରଣ ସହ ପ୍ରସ୍ତୁତ ଥିବା ସେ ଜଣାଇଛନ୍ତି।

ଭୂକମ୍ପର ଝଟକା ସିଆଲକୋଟ୍‌, ସରଗୋଧା, ମନଶେହରା, ଗୁଜରାଟ, ଚିତ୍ରାଲ, ମଲକାନ୍ଦା, ସଂଘଲା, ବାଜାଉର, ସ୍ୱତ, ସାହିୱଲ, ରହିମ ୱାର ଖାନ ଓ ମୀରପୁରରେ ଅନୁଭୂତ ହୋଇଛି। ଏହାବାଦ୍‌ ପାକିସ୍ତାନର ଲାହୋର, ଇସ୍‌ଲାମାବାଦ, ରାୱଲପିଣ୍ଡି ଓ ପେଶୱାର ଭଳି ବଡ଼ବଡ଼ ସହରରେ ମଧ୍ୟ ଲୋକମାନେ ଭୂକମ୍ପ ପରେ ଦୀର୍ଘ ସମୟ ଧରି ଘର ବାହାରେ ଆଶ୍ରୟ ନେଇଥିଲେ।
ପାକିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି, ଆଜିର ଭୂମିକମ୍ପ ୨୦୦୫ ମସିହାର ଭୂମିକମ୍ପ ପରି ଏତେ ମଧ୍ୟ ଭୟଙ୍କର ନୁହେଁ। ୧୪ ବର୍ଷ ତଳେ ଏହି ଘଟଣାରେ ୮୭,୩୫୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ କେବଳ ୧୯ ହଜାର ଜଣ ଶିଶୁଙ୍କର ପ୍ରାଣ ଯାଇଥିବା କୁହାଯାଏ। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୬ ଥିଲା। ଏହା ୧୯୩୫ ପରଠାରୁ ଦକ୍ଷିଣ ଏସିଆର ସବୁଠାରୁ ଭୟଙ୍କର ଭୂମିକମ୍ପ କୁହାଯାଏ।

ଭୂକମ୍ପର ଝଟ୍‌କା ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା। ଉତ୍ତର ଭାରତର ପଞ୍ଜାବ, ହରିଆଣା ଏବଂ ଚଣ୍ଡୀଗଡ଼ ସହ ରାଜଧାନୀ ନୂଆଦିଲ୍ଲୀ ମଧ୍ୟ ଅନୁଭୁତ ହୋଇଛି। ତେବେ ଜମ୍ମୁ-କଶ୍ମୀରର କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ନାହିଁ ବୋଲି କହିଛନ୍ତି ଡିଜି ଦିଲ୍‌ବାଗ ସିଂହ। ଏପରିକି କୌଣସି ନିର୍ମାଣ ଏବଂ ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story