ବିଧାନସଭା ଅଧିବେଶନ ପୂର୍ବରୁ ୨୩ ବିଧାୟକ କରୋନାରେ ଆକ୍ରାନ୍ତ

ଅମୃତସର: ବିଧାନସଭା ଅଧିବେଶନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ପଞ୍ଜାବରେ ୨୩ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ୩ ଜଣ କ୍ୟାବିନେଟ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ଓ ଆଜି ଅନ୍ୟମାନେ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଅଗଷ୍ଟ ୨୮ରୁ ପଞ୍ଜାବ ବିଧାନସଭା ଅଧିବେଶ ଆରମ୍ଭ ହେବ। ଏଥିପାଇଁ ସବୁ ସଦସ୍ୟଙ୍କର କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଥିଲା। […]

cd

cd

Hemant Lenka
  • Published: Wednesday, 26 August 2020
  • Updated: 26 August 2020, 05:27 PM IST

Sports

Latest News

ଅମୃତସର: ବିଧାନସଭା ଅଧିବେଶନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ପଞ୍ଜାବରେ ୨୩ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ୩ ଜଣ କ୍ୟାବିନେଟ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ଓ ଆଜି ଅନ୍ୟମାନେ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି।

ଅଗଷ୍ଟ ୨୮ରୁ ପଞ୍ଜାବ ବିଧାନସଭା ଅଧିବେଶ ଆରମ୍ଭ ହେବ। ଏଥିପାଇଁ ସବୁ ସଦସ୍ୟଙ୍କର କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଥିଲା। ଏହିକ୍ରମରେ ବିଧାୟକଙ୍କର ଟେଷ୍ଟ କରାଯିବାରୁ ଜଣଙ୍କ ପରେ ଜଣେ ଏଥିରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିବାରେ ଲାଗିଛି।

ସୂଚନା ଅନୁଯାୟୀ, କରୋନାରେ ଆକ୍ରାନ୍ତ ହୋଇଥିବା ବିଧାୟକଙ୍କ ମଧ୍ୟରେ ଆପର ୩ ଜଣ, ଅକାଳୀ ଦଳର ୬ ଜଣ ଓ ବାକି କଂଗ୍ରେସର ସଦସ୍ୟ। ଯେଉଁମାନଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି, ସେମାନଙ୍କୁ ବିଧାନସଭାରେ ବସିବାକୁ ଅନୁମତି ମିଳିବ। ବିଧାନସଭାରେ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos