କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦକୁ ୧୦ ବର୍ଷ ଜେଲ୍‌

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟମାଇଣ୍ଡ ହାଫିଜ ସୟିଦକୁ ୧୦ ବର୍ଷର ଜେଲଦଣ୍ଡ ମିଳିଛି। ପାକିସ୍ତାନର ଏକ କୋର୍ଟ ତା’ ନାଁରେ ଥିବା ଦୁଇଟି ଆତଙ୍କବାଦ ମାମଲା ବିଚାର କରି ତା’କୁ ଏଭଳି ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରଥମଥର ପାଇଁ ଯେ ଆତଙ୍କବାଦୀ ହାଫିଜକୁ ପାକିସ୍ତାନ କୋର୍ଟ ଏଭଳି ଜେଲ ଦଣ୍ଡରେ ଦଣ୍ଡିତ କରିନାହାନ୍ତି। ଏହା ପୂର୍ବରୁ ଫେବୃଆରୀ ମାସରେ ୨ଟି ଟେରର ଫାଇନାନ୍‌ସିଂ ମାମଲାରେ ହାଫିଜ ଓ ତା’ର ସହଯୋଗୀଙ୍କୁ ୧୧ […]

s

s

Hemant Lenka
  • Published: Thursday, 19 November 2020
  • Updated: 19 November 2020, 05:10 PM IST

Sports

Latest News

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟମାଇଣ୍ଡ ହାଫିଜ ସୟିଦକୁ ୧୦ ବର୍ଷର ଜେଲଦଣ୍ଡ ମିଳିଛି। ପାକିସ୍ତାନର ଏକ କୋର୍ଟ ତା’ ନାଁରେ ଥିବା ଦୁଇଟି ଆତଙ୍କବାଦ ମାମଲା ବିଚାର କରି ତା’କୁ ଏଭଳି ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରଥମଥର ପାଇଁ ଯେ ଆତଙ୍କବାଦୀ ହାଫିଜକୁ ପାକିସ୍ତାନ କୋର୍ଟ ଏଭଳି ଜେଲ ଦଣ୍ଡରେ ଦଣ୍ଡିତ କରିନାହାନ୍ତି। ଏହା ପୂର୍ବରୁ ଫେବୃଆରୀ ମାସରେ ୨ଟି ଟେରର ଫାଇନାନ୍‌ସିଂ ମାମଲାରେ ହାଫିଜ ଓ ତା’ର ସହଯୋଗୀଙ୍କୁ ୧୧ ବର୍ଷ ଲେଖାଏ ଜେଲଦଣ୍ଡ ମିଳିଥିଲା।

ପିଟିଆଇରେ ପ୍ରକାଶିତ ଖବର ଅନୁଯାୟୀ, ଦୁଇଟି ଆତଙ୍କବାଦ ମାମଲାରେ ଲସ୍କର-ଇ-ତୋଇବାର ସହଯୋଗୀ ସଂଗଠନ ଜମାତ-ଉଦ ଦାୱାର ୪ ଜଣ ସଦସ୍ୟଙ୍କୁ ଲାହୋର ସ୍ଥିତ ଆତଙ୍କବାଦ ନିରୋଧ କୋର୍ଟ ଦୋଷୀ ସାବ୍ୟସ୍ତ କରି ଜେଲଦଣ୍ଡ ଶୁଣାଇଛନ୍ତି। ଏହି ୪ ଜଣଙ୍କ ମଧ୍ୟରେ ଜେୟୁଡିର ପ୍ରତିଷ୍ଠାତା ହାଫିଜ ମଧ୍ୟ ରହିଛି।

ହାଫିଜ ଓ ତା’ର ଦୁଇ ସହଯୋଗୀ ଜାଫର ଇକବାଲ ଓ ୟାହା ମୁହାଜିଦକୁ ସାଢ଼େ ୧୦ ବର୍ଷ ଲେଖାଏ ଜେଲଦଣ୍ଡ ମିଳିଥିବା ବେଳେ ତା’ର ଭିଣୋଇ ଅବଦୁଲ ରେହମାନ ମକ୍କିକୁ ୬ ମାସ ପାଇଁ ଜେଲଦଣ୍ଡ ମିଳିଛି।

ଗତବର୍ଷ ଜୁଲାଇ ମାସରେ ହାଫିଜକୁ ପାକିସ୍ତାନରେ ଟେରର ପାଇନାନସିଂ ମାମଲାରେ ଗିରଫ କରାଯାଇଥିଲା। ତା’କୁ ଲାହୋରର ଉଚ୍ଚ ସୁରକ୍ଷା ବଳୟ ମଧ୍ୟରେ ଥିବା କୋଟ ଲାକଫଟ ଜେଲ୍‌ରେ ରଖା ଯାଇଥିଲା। ପାକିସ୍ତାନର ଆତଙ୍କବାଦ ନିରୋଧ ବିଭାଗ ଜେୟୁଡି ନାଁରେ ୪୧ଟି ମାମଲା ରୁଜୁ କରିଛି। ଏହା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪ଟି ମାମଲାର ବିଚାର ହୋଇଛି। ୪ଟି ଯାକ କେସ୍‌ରେ ହାଫିଜ ଦୋଷୀ ସାବ୍ୟସ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos