୬ ବର୍ଷରେ ୨୮୩୮ ପାକିସ୍ତାନୀଙ୍କୁ ମିଳିଛି ନାଗରିକତା

ନୂଆଦିଲ୍ଲୀ: ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ଅଣ ମୁସଲିମକୁ ଭାରତର ନାଗରିକତା ଦେବା ପାଇଁ କେନ୍ଦ୍ର ସରକାର ସିଏଏ ଆଣିଛନ୍ତି। ହେଲେ ଏହି ଆଇନ ପୂର୍ବରୁ ମଧ୍ୟ ବିଭିନ୍ନ କାରଣରୁ ବିତାଡ଼ିତ ହେଉଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ନାଗରିକଙ୍କୁ ଭାରତ ସରକାର ନାଗରିକତା ଦେଇଛନ୍ତି। ଏହି କାରଣରୁ ସିଏଏକୁ କାହିଁକି ଲାଗୁ କରାଗଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ କରାଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “ଗତ ୬ ବର୍ଷ ମଧ୍ୟରେ ପାକିସ୍ତାନର ୨୮୩୮ […]

u

u

Hemant Lenka
  • Published: Sunday, 19 January 2020
  • Updated: 19 January 2020, 03:48 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ଅଣ ମୁସଲିମକୁ ଭାରତର ନାଗରିକତା ଦେବା ପାଇଁ କେନ୍ଦ୍ର ସରକାର ସିଏଏ ଆଣିଛନ୍ତି। ହେଲେ ଏହି ଆଇନ ପୂର୍ବରୁ ମଧ୍ୟ ବିଭିନ୍ନ କାରଣରୁ ବିତାଡ଼ିତ ହେଉଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ନାଗରିକଙ୍କୁ ଭାରତ ସରକାର ନାଗରିକତା ଦେଇଛନ୍ତି। ଏହି କାରଣରୁ ସିଏଏକୁ କାହିଁକି ଲାଗୁ କରାଗଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ କରାଯାଉଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “ଗତ ୬ ବର୍ଷ ମଧ୍ୟରେ ପାକିସ୍ତାନର ୨୮୩୮ ଜଣଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି। ଏମାନେ ସମସ୍ତେ ଶରଣାର୍ଥୀ। ସେହିପରି ବାଂଲାଦେଶର ୧୭୨ ଓ ଆଫଗାନିସ୍ତାନର ୯୧୪ ଜଣ ଶରଣାର୍ଥୀଙ୍କୁ ମଧ୍ୟ ଭାରତର ନାଗରିକତା ମିଳିଛି। ଏମାନଙ୍କ ମଧ୍ୟରେ ବିଭିନ୍ନ ଧର୍ମର ଲୋକ ରହିଛନ୍ତି।

୧୯୬୪ରୁ ୨୦୦୮ ମଧ୍ୟରେ ୪,୦୦,୦୦୦ ତାମିଲ(ଶ୍ରୀଲଙ୍କା ଶରଣାର୍ଥୀ)ଙ୍କୁ ମଧ୍ୟ ଭାରତର ନାଗରିକତା ମିଳିଛି। ୨୦୧୪ ଯାଏ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ୫୬୬ ଜଣ ମୁସଲିମଙ୍କୁ ଭାରତର ନାଗରିକତା ମିଳିଥିଲା। ୨୦୧୬-୧୮ ମୋଦି ସରକାରଙ୍କ ଶାସନ କାଳରେ ୧୫୯୫ ଜଣ ପାକିସ୍ତାନୀ ଅପ୍ରବାସୀ ଓ ୩୯୧ ଆଫଗାନିସ୍ତାନ ମୁସଲିମଙ୍କୁ ଭାରତର ନାଗରିକତା ଦିଆଯାଇଛି।

୨୦୧୬ରେ ଆଦନାନ ସ୍ୱାମୀଙ୍କୁ ମଧ୍ୟ ଭାରତର ନାଗରିକତା ମିଳିଥିଲା। ପୂର୍ବ ପାକିସ୍ତାନରୁ ଏଠାକୁ ଚାଲି ଆସିଥିବା ଲୋକମାନେ ଭାରତର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ରହୁଛନ୍ତି। ସେମାନେ ଦୀର୍ଘ ୫୦ରୁ ୬୦ ବର୍ଷ ହେଲାଣି ସେଠାରେ ରହୁଛନ୍ତି। ହେଲେ ଆପଣ ଯଦି ସେଠାକୁ ଯିବେ, ତା’ହେଲେ ସେମାନଙ୍କ ଅବସ୍ଥା ଦେଖି ଆପଣଙ୍କ ହୃଦୟ କାନ୍ଦିବ। ଶ୍ରୀଲଙ୍କା ଶରଣାର୍ଥୀଙ୍କ ସହ ମଧ୍ୟ ସମାନ ବ୍ୟବହାର କରାଯାଉଛି। ସେମାନଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos