ବିଜେପିରେ ମିଶିଲେ ଶାହୀନ ବାଗ ଆନ୍ଦୋଳନକାରୀ, ଆପ୍‌ ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦିଲ୍ଲୀର ଶାହୀନ ବାଗରେ ଆନ୍ଦୋଳନ କରୁଥିବା ୩ ପ୍ରମୁଖ ସଦସ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଏହି ଆନ୍ଦୋଳନ ହିଁ ବିଜେପି ପାଇଁ ସାରା ଦେଶରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ୩ ଜଣ ସଦସ୍ୟ ଏବେ ପଦ୍ମ ଧରିଛନ୍ତି। ବିଜେପି ମଧ୍ୟ ସେମାନକୁ ବେଶ ଆନନ୍ଦରେ କୋଳାଇ ନେଇଛି। ସାମାଜିକ କର୍ମୀ ଶାହାଜାଦ ଅଲୀ, ଡା. ମେହରୀନ ଓ ତବସୁମ ହୁସେନ […]

dut

dut

Hemant Lenka
  • Published: Monday, 17 August 2020
  • Updated: 17 August 2020, 09:15 PM IST

Sports

Latest News

ନୂଆଦିଲ୍ଲୀ: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦିଲ୍ଲୀର ଶାହୀନ ବାଗରେ ଆନ୍ଦୋଳନ କରୁଥିବା ୩ ପ୍ରମୁଖ ସଦସ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଏହି ଆନ୍ଦୋଳନ ହିଁ ବିଜେପି ପାଇଁ ସାରା ଦେଶରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ୩ ଜଣ ସଦସ୍ୟ ଏବେ ପଦ୍ମ ଧରିଛନ୍ତି। ବିଜେପି ମଧ୍ୟ ସେମାନକୁ ବେଶ ଆନନ୍ଦରେ କୋଳାଇ ନେଇଛି।

ସାମାଜିକ କର୍ମୀ ଶାହାଜାଦ ଅଲୀ, ଡା. ମେହରୀନ ଓ ତବସୁମ ହୁସେନ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତାଙ୍କ ଉପସ୍ଥିତିରେ ପଦ୍ମ ଦଳରେ ସାମିଲ ହୋଇଛନ୍ତି। ଶାହାଜାଦ କିଛି ମାସ ତଳେ ବିଜେପି ସରକାର ଆଣିଥିବା ସିଏଏ ଓ ଏନଆରସିକୁ ବିରୋଧ କରି ଶତାଧିକ ଲୋକଙ୍କୁ ଏକାଠି କରି ଆନ୍ଦୋଳନ କରୁଥିଲେ।

ବିଜେପିର ମିଶିବା ପରେ ସେ କହିଛନ୍ତି, ବିଜେପି ମୁସଲିମମାନଙ୍କ ଶତ୍ରୁ ନୁହେଁ। ଏକଥା ପ୍ରମାଣ କରିବା ପାଇଁ ମୁଁ ବିଜେପି ଦିଲ୍ଲୀ ୟୁନିଟରେ ସାମିଲ ହୋଇଛି। ତେବେ ସିଏଏ ଆନ୍ଦୋଳନକାରୀଙ୍କୁ ଦେଶଦ୍ରୋହୀ ବୋଲି କହୁଥିବା ବିଜେପିକୁ ଏହି ମିଶ୍ରଣ ପର୍ବରେ ଜୋରଦାର ଟାର୍ଗେଟ କରିଛି ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍)।

ଆପ ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି ଯେ ଏହି ସାମାଜିକର୍ମୀ ମାନଙ୍କୁ ବିଜେପି ହିଁ ଶାହୀନ ବାଗ ପଠାଇଥିଲା। ଶାହୀନ ବାଗ ଚକ୍ରବ୍ୟୁହ ବିଜେପି ଦ୍ୱାରା ହିଁ ରଚା ଯାଇଥିଲା। ଶାହୀନ ବାଗ ଆନ୍ଦୋଳନକାରୀମାନେ ବିଜେପି କର୍ମୀ ଥିଲେ। ସେମାନେ ଭାରତ ବିରୋଧୀ ସ୍ଲୋଗାନ ଯଦି ଦେଉଥିଲେ, ତା’ହେଲେ ପୁଲିସ୍‌ କାହା ନିର୍ଦ୍ଦେଶରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିଲା? ଦିଲ୍ଲୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଶାହୀନ ବାଗ ନାଟକ ଆରମ୍ଭ କରିଥିଲା। ହେଲେ ଏଥିରେ ଦଳ ଫେଲ ମାରିଛି। ବିଜେପି ଦିଲ୍ଲୀରେ ହାରିବା ପରେ ଶାହୀନ ବାଗ ଆନ୍ଦୋଳନ ଶେଷ ହୋଇଥିଲା ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଆପ ସାଂସଦ ସଞ୍ଜୟ ସିଂହ କହିଛନ୍ତି, ”ବିଜେପି କରୁଥିବା ଦୋ ମୁହାଁ ରାଜନୀତିର ପର୍ଦ୍ଦାଫାସ ହୋଇଛି। ଏବେ ଦେଶବାସୀ ଜାଣି ସାରିଛନ୍ତି ଯେ ଶାହୀନ ବାଗ ଆନ୍ଦୋଳନ କିଏ କରୁଥିଲା। ଦିଲ୍ଲୀରେ ଦଙ୍ଗା ବିଜେପି ହିଁ କରିଥିଲା। ଦେଶ ବିରୋଧୀ ନାରା ବିଜେପି ବାଲା ଲଗାଇଥିଲେ। ଦେଶର ଗର୍ଦ୍ଦାରଙ୍କ ପ୍ରତି ସାବଧାନ ରହିବା ଉଚିତ।”

୨୦୧୯ ଡିସେମ୍ବର ୧୪ରୁ ଶାହୀନ ବାଗରେ ସିଏଏ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହା ୧୦୦ରୁ ଅଧିକ ଦିନ ଚାଲିଥିଲା। ମହାମାରୀ କରୋନା ଦେଶରେ ପ୍ରବେଶ କରିବାରୁ ୨୦୨୦ ମାର୍ଚ୍ଚ ୨୪ରେ ଏହା ବନ୍ଦ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story