ଶାହଙ୍କ ରାଲିରେ ‘ଗୋଲି ମାରୋ’ ନାରା, ୩ ବିଜେପି କର୍ମୀ ଗିରଫ

କୋଲକାତା: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କୋଲକାତା ରାଲିରେ ସାମିଲ ହୋଇଥିବା ୩ ବିଜେପି କର୍ମୀଙ୍କୁ ଗୋଲି ମାରୋ… ନାରା ଦେବା ମହଙ୍ଗା ପଡ଼ିଛି। ଏଥିପାଇଁ ପୁଲିସ୍‌ ୩ ବିଜେପି କର୍ମୀଙ୍କୁ ଆଜି ଗିରଫ କରିଛି। ଦିଲ୍ଲୀ ନିର୍ବାଚନ ବେଳେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଯେଉଁଭଳି ଭାବେ ଗୋଲି ମାରୋ ନାରା ଦେଇଥିଲେ ଠିକ ସେହିପରି ପରି ଗରିଫ ୩ ବିଜେପି କର୍ମୀ ନାରା ବାଜି କରିଥିଲେ। ଦିଲ୍ଲୀ ନାରାବାଜି ଘଟଣାରେ କେହି ବି […]

bjp

bjp

Hemant Lenka
  • Published: Monday, 02 March 2020
  • Updated: 02 March 2020, 02:39 PM IST

Sports

Latest News

କୋଲକାତା: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କୋଲକାତା ରାଲିରେ ସାମିଲ ହୋଇଥିବା ୩ ବିଜେପି କର୍ମୀଙ୍କୁ ଗୋଲି ମାରୋ... ନାରା ଦେବା ମହଙ୍ଗା ପଡ଼ିଛି। ଏଥିପାଇଁ ପୁଲିସ୍‌ ୩ ବିଜେପି କର୍ମୀଙ୍କୁ ଆଜି ଗିରଫ କରିଛି।

ଦିଲ୍ଲୀ ନିର୍ବାଚନ ବେଳେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଯେଉଁଭଳି ଭାବେ ଗୋଲି ମାରୋ ନାରା ଦେଇଥିଲେ ଠିକ ସେହିପରି ପରି ଗରିଫ ୩ ବିଜେପି କର୍ମୀ ନାରା ବାଜି କରିଥିଲେ। ଦିଲ୍ଲୀ ନାରାବାଜି ଘଟଣାରେ କେହି ବି ଗିରଫ ହୋଇ ନଥିଲେ ହେଁ କୋଲକାତା ପୁଲିସ୍‌ କିନ୍ତୁ ୩ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି।

ସୁରେନ୍ଦ୍ର କୁମାର ତିୱାରୀ, ଧ୍ରବୁ ବାସୁ ଓ ପଙ୍କଜ ପ୍ରସାଦ ଗତକାଲି କୋଲକାତାରେ ଆୟୋଜିତ ଶାହଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ସମୟରେ ସେମାନେ ଗୋଲି ମାରୋ... ନାରା ଦେଇଥିଲେ। ଯେଉଁଥି ପାଇଁ ଏମାନଙ୍କ ନାଁରେ କୋଲକାତାର ନ୍ୟୁ ମାର୍କେଟ ପୁଲିସ୍‌ ଥାନାରେ ଏଫଆଇଆର ହୋଇଥିଲା।

ଆଜି ସେମାନଙ୍କୁ ଗିରଫ କରାଯାଇଛି। ତେବେ ପୁଲିସ୍‌ର ଏହି କାର୍ଯ୍ୟାନୁଷ୍ଠାନକୁ ବିଜେପି ରାଜନୀତିକ ରଙ୍ଗ ଦେଇଛି। ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ସରକାର ବିଜେପି କର୍ମୀଙ୍କୁ ଜାଣିଶୁଣି ପୁଲିସ୍‌ ଲଗାଇ ହଇରାଣ କରୁଥିବା ଦଳ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos