୩ ବିଜେପି କର୍ମୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ପୁଣିଥରେ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରରେ ରକ୍ତର ହୋଲି ଖେଳିଛନ୍ତି। ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା କ୍ୱାଜିଗୁଣ୍ଡରେ ଆଜି ଆତଙ୍କବାଦୀମାନେ ୩ ଜଣ ସ୍ଥାନୀୟ ବିଜେପି କର୍ମୀଙ୍କୁ ହତ୍ୟା କରିଛନ୍ତି। ପ୍ରାଣ ହରାଇଥିବା ୩ ବିଜେପି କର୍ମୀ ହେଲେ-କୁଲଗାମ ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଫିଦା ହୁସେନ ଇଠୋ, ସହଯୋଗୀ ଉମର ହାଜମ ଓ ହାରୋନ ବୈଗ। ଫିଦା ଓ ହୁସେନଙ୍କ ଘର ୱାଇ କେ ପୁରାରେ ହୋଇଥିବା ବେଳେ ହାରୋନଙ୍କ ଘର ସୋପାଟ ଅଞ୍ଚଳରେ ବୋଲି […]

dfs

dfs

Hemant Lenka
  • Published: Thursday, 29 October 2020
  • Updated: 29 October 2020, 10:05 PM IST

Sports

Latest News

ଶ୍ରୀନଗର: ପୁଣିଥରେ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରରେ ରକ୍ତର ହୋଲି ଖେଳିଛନ୍ତି। ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା କ୍ୱାଜିଗୁଣ୍ଡରେ ଆଜି ଆତଙ୍କବାଦୀମାନେ ୩ ଜଣ ସ୍ଥାନୀୟ ବିଜେପି କର୍ମୀଙ୍କୁ ହତ୍ୟା କରିଛନ୍ତି। ପ୍ରାଣ ହରାଇଥିବା ୩ ବିଜେପି କର୍ମୀ ହେଲେ-କୁଲଗାମ ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଫିଦା ହୁସେନ ଇଠୋ, ସହଯୋଗୀ ଉମର ହାଜମ ଓ ହାରୋନ ବୈଗ। ଫିଦା ଓ ହୁସେନଙ୍କ ଘର ୱାଇ କେ ପୁରାରେ ହୋଇଥିବା ବେଳେ ହାରୋନଙ୍କ ଘର ସୋପାଟ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଆଜି ସନ୍ଧ୍ୟାରେ ୱାଇ କେ ପୁରା ନିକଟରେ ୩ ଜଣ ଯାକ ଛିଡ଼ା ହୋଇଥିବା ବେଳେ ଦୁଇରୁ ୩ ଜଣ ଆତଙ୍କବାଦୀ ସେମାନଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଛି। ଏବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରି ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos