୩ ଜୈଶ ଆତଙ୍କୀ ଗିରଫ

ଶ୍ରୀନଗର: କଶ୍ମୀରରେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପ ସହ ଶୁକ୍ରବାର ଶ୍ରୀନଗର ପୁଲିସ୍‌ ପୋଷ୍ଟ ଉପରେ ହମ୍‌ଲା କରିଥିବା ଜୈଶ-ଏ-ମହମ୍ମଦର ୩ ଜଣ ଆତଙ୍କବାଦୀଙ୍କୁ ଆଜି ପୁଲିସ୍‌ ଗିରଫ କରିଛି। ଏହି ଆତଙ୍କୀମାନେ ଶୁକ୍ରବାର ଚାନାପୋରା ପୁଲିସ୍‌ ଷ୍ଟେସନ୍‌ ଉପରେ ହୋଇଥିବା ଆକ୍ରମଣରେ ସାମିଲ ଥିଲେ। ଗିରଫ ୩ ଜୈଶ ଆତଙ୍କୀ ହେଲେ ମୁସ୍ତାକ, ଜୁନେଦ ଓ ଲତିଫ। ଏହି ୩ ଆତଙ୍କୀ ପୁଲିସ୍ ଷ୍ଟେସନ୍ ଉପରେ ଆକ୍ରମଣ କରି ସୁରକ୍ଷାକର୍ମୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। […]

uuu

uuu

Hemant Lenka
  • Published: Sunday, 28 April 2019
  • Updated: 28 April 2019, 09:26 PM IST

Sports

Latest News

ଶ୍ରୀନଗର: କଶ୍ମୀରରେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପ ସହ ଶୁକ୍ରବାର ଶ୍ରୀନଗର ପୁଲିସ୍‌ ପୋଷ୍ଟ ଉପରେ ହମ୍‌ଲା କରିଥିବା ଜୈଶ-ଏ-ମହମ୍ମଦର ୩ ଜଣ ଆତଙ୍କବାଦୀଙ୍କୁ ଆଜି ପୁଲିସ୍‌ ଗିରଫ କରିଛି। ଏହି ଆତଙ୍କୀମାନେ ଶୁକ୍ରବାର ଚାନାପୋରା ପୁଲିସ୍‌ ଷ୍ଟେସନ୍‌ ଉପରେ ହୋଇଥିବା ଆକ୍ରମଣରେ ସାମିଲ ଥିଲେ। ଗିରଫ ୩ ଜୈଶ ଆତଙ୍କୀ ହେଲେ ମୁସ୍ତାକ, ଜୁନେଦ ଓ ଲତିଫ। ଏହି ୩ ଆତଙ୍କୀ ପୁଲିସ୍ ଷ୍ଟେସନ୍ ଉପରେ ଆକ୍ରମଣ କରି ସୁରକ୍ଷାକର୍ମୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ।

ଆତଙ୍କୀ ଆକ୍ରମଣରେ ଜଣେ ଏସ୍‌ଏସ୍‌ପି ଆହତ ହୋଇଥିଲେ। ସେ ଏବେ ବି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।  ଗିରଫ ଆତଙ୍କବାଦୀଙ୍କ ଠାରୁ ଏକ ମୋଟର ସାଇକେଲ ଏବଂ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଜଣାପଡ଼ିଛି। ଏମାନେ ସିଧାସଳଖ ପାକିସ୍ତାନର ଜୈଶ କ୍ୟାମ୍ପ ସହ ଯୋଗାଯୋଗ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos