ସିବିଆଇ-ମମତା ହାଇଡ୍ରାମା: ରାତି ପାହିଲେ ସୁପ୍ରିମକୋର୍ଟ ନେବେ ଚୂଡ଼ାନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଗତକାଲିଠାରୁ ସୃଷ୍ଟି ହୋଇଥିବା ହାଇଡ୍ରାମା ଏବେ ତୀବ୍ର ରୂପ ଧାରଣ କରିଛି। ଗୋଟିଏ ପଟେ ସିବିଆଇ କାର୍ଯ୍ୟକଳାପକୁ ବିରୋଧ କରି ମମତା ଧାରଣାରେ ବସିଥିବା ବେଳେ ଅନ୍ୟପଟେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ସିବିଆଇ ଆଜି ସୁପ୍ରିମକୋର୍ଟରେ ଦୁଇଟି ଆବେଦନ ଦାଖଲ କରିଛି। ଗୋଟିଏରେ ଚିଟ୍‌ଫଣ୍ଡ ଦୁର୍ନୀତିର କୋଲକାତା ପୁଲିସ କମିଶନର ରାଜୀବ କୁମାର ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ନଷ୍ଟ କରିଦେଇଥିବାରୁ ତାଙ୍କୁ […]

r

r

Hemant Lenka
  • Published: Monday, 04 February 2019
  • Updated: 04 February 2019, 09:19 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଗତକାଲିଠାରୁ ସୃଷ୍ଟି ହୋଇଥିବା ହାଇଡ୍ରାମା ଏବେ ତୀବ୍ର ରୂପ ଧାରଣ କରିଛି। ଗୋଟିଏ ପଟେ ସିବିଆଇ କାର୍ଯ୍ୟକଳାପକୁ ବିରୋଧ କରି ମମତା ଧାରଣାରେ ବସିଥିବା ବେଳେ ଅନ୍ୟପଟେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

ସିବିଆଇ ଆଜି ସୁପ୍ରିମକୋର୍ଟରେ ଦୁଇଟି ଆବେଦନ ଦାଖଲ କରିଛି। ଗୋଟିଏରେ ଚିଟ୍‌ଫଣ୍ଡ ଦୁର୍ନୀତିର କୋଲକାତା ପୁଲିସ କମିଶନର ରାଜୀବ କୁମାର ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ନଷ୍ଟ କରିଦେଇଥିବାରୁ ତାଙ୍କୁ ସିବିଆଇ ଜେରା କରିବାକୁ ଚାହୁଁଥିବା ବେଳେ ରାଜ୍ୟ ସରକାର ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା କୁହାଯାଇଛି। ସେହିପରି ଦ୍ୱିତୀୟ ଆବେଦନରେ ପଶ୍ଚିମବଙ୍ଗ ମୁଖ୍ୟ ସଚିବ, ଡିଜିପି ଓ କୋଲକାତା ପୁଲିସ୍‌ କମିଶନର ଅଦାଲତର ଅବମାନନା କରିଥିବା ସିବିଆଇ ଆବେଦନରେ ଦର୍ଶାଇଛି।

ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ମଙ୍ଗଳବାର କରିବେ। ଏଥିପାଇଁ ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଏକ ୩ ଜଣିଆ ଖଣ୍ଡପୀଠ ଗଠନ କରାଯାଇଛି। ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ରହିଛନ୍ତି।

କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କ ନାମରେ ସିବିଆଇ ‘ପ୍ରମାଣ ନଷ୍ଟ’ ଅଭିଯୋଗ ଆଣିଥିବା ପ୍ରସଙ୍ଗରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଛନ୍ତି ଯେ, ଯଦି ଏହାର ପ୍ରମାଣ ମିଳେ ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ହେବ ଯେଉଁଥିପାଇଁ କମିଶନର ପଶ୍ଚାତାପ କରିବେ। ଯଦି କୋଲକାତା ପୁଲିସ କମିଶନର ପ୍ରମାଣ ନଷ୍ଟ କରିଛନ୍ତି ବୋଲି ସିବିଆଇ ତଥ୍ୟ ନଦିଏ, ତା’ହେଲେ ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସିବିଆଇ ତରଫରୁ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା ହାଜର ହୋଇ ନିଜର ପକ୍ଷ ରଖିଥିଲେ।

ଅନ୍ୟପକ୍ଷରେ ମୋଦି ସରକାର ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇ ଗତକାଲିଠାରୁ ସ୍ଥାନୀୟ ମେଟ୍ରୋ ଚ୍ୟାନେଲରେ ମମତା ବାନାର୍ଜୀ ଧାରଣାରେ ବସିଛନ୍ତି। ଧାରଣା ସ୍ଥଳରେ ହିଁ ସେ କ୍ୟାବିନେଟ୍‌ ବୈଠକ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌ରେ ଦସ୍ତଖତ କରିଛନ୍ତି। ସେହିପରି ପୁଲିସ୍‌ କର୍ମଚାରୀଙ୍କୁ ଆୱାର୍ଡ ମଧ୍ୟ ପ୍ରଦାନ କରିଛନ୍ତି।

ସେପଟେ ସିବିଆଇ ଓ ମମତାଙ୍କ ବିବାଦକୁ ଢାଲ କରି ବିରୋଧୀ ଦଳଗୁଡ଼ିକ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, ଆରଜେଡି ନେତା ତେଜସ୍ୱୀ ଯାଦବ, ଏନସିପି ନେତା ଶରଦ୍ ପାଓ୍ୱାର, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ଏନ୍‌ସି ନେତା ଫାରୁକ୍ ଅବଦ୍ଦୁଲା ପ୍ରମୁଖ ଦିଦିଙ୍କୁ ସମର୍ଥନ ଜଣାଇଛନ୍ତି। ବିଜେଡି ମଧ୍ୟ ଲୋକସଭାରେ ସିବିଆଇ ବିରୋଧରେ ମତ ଦେଇ ପରୋକ୍ଷରେ ମମତାଙ୍କୁ ସମର୍ଥନ କରିଛି।

ଧାରଣା ସ୍ଥଳରେ ବସିଥିବା ମମତା ବାନାର୍ଜୀ କହିଛନ୍ତି- “ମୁଁ ଜୀବନ ଦେଇଦେବି ପଛେ, କାହାସହ ବୁଝାମଣା କରିବି ନାହିଁ। ସିବିଆଇ ଯେତେବେଳେ ଆମ ଟିଏମ୍‌ସି କର୍ମୀଙ୍କୁ ଛୁଇଁଥିଲା, ମୁଁ କିଛି କହି ନଥିଲି। ହେଲେ ସିବିଆଇ ଯେତେବେଳେ କୋଲକାତା ପୁଲିସ୍‌ କମିଶନରଙ୍କ ଚୌକିରେ ହାତ ମାରିବାକୁ ଚେଷ୍ଟା କଲା, ସେତେବେଳେ ମୋତେ ରାଗ ଲାଗିଲା। ଏହି ଧାରଣା ଫେବୃଆରୀ ୭ ତାରିଖ ଯାଏ ଜାରି ରହିବ। ଫେବୃଆରୀ ୮ରୁ ଧାରଣା ହେବ କିନ୍ତୁ ମାଇକ୍‌ର ବ୍ୟବହାର କରାଯିବ ନାହିଁ। କାରଣ ଫେବୃଆରୀ ୮ରୁ ବୋର୍ଡ ପରୀକ୍ଷା ଆରମ୍ଭ ହେବ।”

ସେହିପରି ମମତାଙ୍କ ସହ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ସାଂସଦମାନେ ମଧ୍ୟ ବିକ୍ଷୋଭ କରିବେ। ଆଜି ଏ ସମ୍ପର୍କରେ ଚନ୍ଦ୍ରବାବୁ ନାଇଡୁ ସୂଚନା ଦେଇଛନ୍ତି। ତେବେ ଟିଡିପି ସାଂସଦମାନେ ସଂସଦ ବାହାରେ ଏବଂ ଭିତରେ ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଧାରଣା ଦେବେ।

ଅନ୍ୟପକ୍ଷରେ ବିଜେପି କହିଛି, ଯଦି ପୁଲିସ୍‌ କମିଶନର କିଛି କରିନାହାନ୍ତି, ତା’ହେଲେ ସେ କାହିଁକି ତଦନ୍ତରେ ସହଯୋଗ କରୁନାହାନ୍ତି? ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବା ପାଇଁ ମମତା ବାନାର୍ଜୀ ଏଭଳି ଧାରଣା କରୁଛନ୍ତି। ଏହାଦ୍ୱାରା ପଶ୍ଚିମବଙ୍ଗରେ ସାମ୍ବିଧାନିକ ସଙ୍କଟର ଆଭାସ ମିଳିଛି। ସେହିପରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ରାଜ୍ୟପାଳଙ୍କୁ ଘଟଣାର ରିପୋର୍ଟ ତଲବ କରାଯାଇଥିବା ଲୋକସଭାରେ ସୂଚନା ଦେଇଛନ୍ତି। ମମତା ବାନାର୍ଜୀ ସରକାର ବାରମ୍ବାର କେନ୍ଦ୍ର ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି କରୁଥିବାରୁ ବିଜେପି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଆପତ୍ତି ମଧ୍ୟ ଉଠାଇଛି।

ବିଜେପି ସହ କଂଗ୍ରେସର ପଶ୍ଚିମବଙ୍ଗ ମୁଖ୍ୟ ମଧ୍ୟ ସ୍ୱର ମିଳାଇଛନ୍ତି। ରାହୁଲ ଗାନ୍ଧି ଧାରଣାରେ ବସିଥିବା ମମତାଙ୍କୁ ସମର୍ଥନ କରିବାରୁ ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ସୋମେନ ମିତ୍ର କହିଛନ୍ତି- “କ’ଣ ପାଇଁ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାର ଚିଟ୍‌ଫଣ୍ଡ ଦୁର୍ନୀତିରେ ସିବିଆଇ ତଦନ୍ତକୁ ଡରୁଛନ୍ତି। ଯଦି ସେ କିଛି ଭୁଲ କରିନାହାନ୍ତି, ତା’ହେଲେ ସିବିଆଇକୁ ସହଯୋଗ କାହିଁକି କରୁନାହାନ୍ତି।”

ଗତକାଲି ସିବିଆଇ ଟିମ୍‌ ଚିଟ୍‌ଫଣ୍ଡ ଘଟଣାରେ ରାଜୀବ କୁମାରଙ୍କୁ ଜେରା କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲା। ତେବେ ଏହାକୁ ପଶ୍ଚିମବଙ୍ଗ ପୁଲିସ୍‌ ବିରୋଧ କରିଥିଲା। ଯାହାକୁ ନେଇ ସିବିଆଇ ଓ ପୁଲିସ୍‌ ଅଫିସରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଶେଷରେ ପୁଲିସ୍‌ ସିବିଆଇ ଅଧିକାରୀଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story