୨୦ ମିନିଟ୍‌ରେ ୩ ମାସର ବର୍ଷା: ମୁଖ୍ୟ ରାସ୍ତାରେ ଭାସିଲା ଗାଡ଼ି, ଭାଙ୍ଗିଲା ଘର

ନୂଆଦିଲ୍ଲୀ: ୩ ମାସ ମଧ୍ୟରେ ଯେତିକି ବର୍ଷା ହେବା କଥା ମାତ୍ର ୨୦ ମିନିଟ୍‌ରେ ତା’ରୁ ଅଧିକ ବର୍ଷା ପୂରା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ମୁଖ୍ୟ ରାସ୍ତା ନଦୀରେ ପରିଣତ ହୋଇଛି। ଘର ଭାଙ୍ଗିବା ସହ ବନ୍ୟା ଜଳରେ କାର୍‌ ଭାସି ଯାଇଛି। ଏଭଳି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତର କରାଳ ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ତେବେ ଏଭଳି ଭୟଙ୍କର ବନ୍ୟା ସ୍ଥିତି ମୁମ୍ବାଇ, କେରଳ କିମ୍ବା ଭାରତର କୌଣସି ରାଜ୍ୟର ନୁହଁ। ଏଭଳି ଭୟଙ୍କର ବନ୍ୟା ସ୍ପେନର ସେଭିଲ୍ଲେ ରିଜନର ଇଷ୍ଟେପା ଗାଁରେ ଦେଖିବାକୁ ମିଳିଛି।


ରିପୋର୍ଟ ଅନୁଯାୟୀ, ସେଭିଲ୍ଲେରେ ୩ ମାସ ମଧ୍ୟରେ ଯେତିକି ବର୍ଷା ହେବା କଥା ମାତ୍ର ୨୦ ମିନିଟ୍‌ରେ ସେତିକି ବର୍ଷା ହୋଇଛି। ପୂର୍ବରୁ କାଳବୈଶାଖୀ ଓ ବରଫ ବର୍ଷାରେ ବେହାଲ ହେଉଥିବା ଇଷ୍ଟେପା ଏବେ ପ୍ରବଳ ବର୍ଷା ଯୋଗୁ ଅଚାନକ ବନ୍ୟାର କରାଳ ରୂପ ଦେଖିଛି।

ମୁଖ୍ୟ ରାସ୍ତାରେ ନଦୀ ଭଳି ବନ୍ୟା ଜଳ ପ୍ରବାହିତ ହେଉଛି। ଗୋଟିଏ ଭିଡିଓରେ ଏମିତି ଦୃଶ୍ୟ ରହିଛି, ଯାହା ସମସ୍ତଙ୍କୁ ଜଳକା କରି ଦେଇଛି।

ହଠାତ୍‌ ପାଣି ମାଡ଼ି ଯିବାକୁ ଗୋଟିଏ ଘର ମାତ୍ର କିଛି ସେକେଣ୍ଡରେ ଭାଙ୍ଗି ପାଣିରେ ମିଶି ଯାଉଛି। ସେହିପରି ରାସ୍ତାରେ ଥିବା କାର ଗୁଡ଼ିକ ପାଣିରେ ଭାସି ଆଉ ଗୋଟିଏ କାର ସହ ମାଡ଼ ହେଉଛନ୍ତି। ଆଉ ଗୋଟିଏ ଭିଡିଓରେ ବନ୍ୟା ପାଣି ରାସ୍ତାକୁ ମାଡ଼ି ସାମ୍ନାରେ ଥିବା ସବୁ ଜିନିଷପତ୍ରକୁ ନିଜ ସହ ଟାଣି ନେଇ ଯାଉଛି।

ଆହୁରି ପଢ଼ନ୍ତୁ

ଜାତିସଂଘରେ ମିଛ କହିଲେ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍!

ଶାନ୍ତି ପାଇଁ ଧାରା ୩୭୦ ଲାଗୁ କରାଯାଉ: ଫାରୁକ୍

ଡ୍ରଗ୍ସ ଅଭିଯୋଗ ନେଇ ମୁହଁ ଖୋଲିଲେ ଦିଆ ମୀର୍ଜା

କୋଭିଡ୍ ଟେଷ୍ଟ ଟାର୍ଗେଟ ପୂରଣ କରିବାକୁ ୧୫ ଥର ନମୁନା ଦେଲେ ଡାକ୍ତର

ଡ୍ରଗ୍ସ ଲିଙ୍କରେ ଦିଆ ମୀର୍ଜା, ବଲିଉଡକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି କହିଥିଲେ

ଆକ୍ସନ ମୁଡରେ ଏନସିବି, ଆଠ ଗିରଫ୍

ଶରଦ ପାଓ୍ୱାରଙ୍କୁ ଆୟକର ବିଭାଗର ନୋଟିସ୍

ବିରୋଧୀଙ୍କ ଭୂମିକାକୁ ଶେଷ କରିବାକୁ ଚାହୁଁଛନ୍ତି ସରକାର: ପାଓ୍ୱାର

ପଦାରେ ପଡ଼ିଲା ସନ ରାଇଜର୍ସର ମିଡିଲ ଅର୍ଡର ଦୁର୍ବଳତା

ଧାରଣା ଶେଷ କଲେ ଆନ୍ଦୋଳନରତ ଆଠ ନିଲମ୍ବିତ ରାଜ୍ୟସଭା ସାଂସଦ

ସାତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ

ଡ୍ରଗ୍ସ ଲିଙ୍କ୍, ଦୀପିକାଙ୍କ ସହଯୋଗୀଙ୍କୁ ସମନ କଲା ଏନସିବି