ପବଜୀରେ ବନ୍ଧୁତା କରି ନାବାଳିକାଙ୍କୁ ମାସେ କାଳ ଗଣଦୁଷ୍କର୍ମ

ଭୋପାଲ: ପୁଣି ଗୋଟିଏ ଲଜ୍ଜାଜନକ ଘଟଣା ମଧ୍ୟପ୍ରଦେଶରୁ ଆସିଛି। ଭାରତରେ ବର୍ତ୍ତମାନ ବ୍ୟାନ୍‌ ହୋଇଥିବା ପବଜୀ ଗେମ୍‌ ଜରିଆରେ ଜଣେ ୧୪ ବର୍ଷୀୟ ଝିଅ ସହ ବନ୍ଧୁତା କରିଥିବା ୩ ଜଣ କିଶୋର ତାଙ୍କୁ ମାସେ କାଳ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପବଜୀ ଖେଳିବା ବେଳେ ୩ କିଶୋର ନାବାଳିକା ସହ ବନ୍ଧୁତା କରିଥିଲେ। ଏହାପରେ ସେମାନେ ତାଙ୍କୁ ବ୍ଲାକମେଲିଂ କରି ମାସେ କାଳ ଏଭଳି ଜଘନ୍ୟ କାଣ୍ଡ ଜାରି ରଖିଥିଲେ ବୋଲି ପୁଲିସ୍‌ ଜାଣିବାକୁ […]

ff

ff

Hemant Lenka
  • Published: Friday, 16 October 2020
  • Updated: 16 October 2020, 01:23 PM IST

Sports

Latest News

ଭୋପାଲ: ପୁଣି ଗୋଟିଏ ଲଜ୍ଜାଜନକ ଘଟଣା ମଧ୍ୟପ୍ରଦେଶରୁ ଆସିଛି। ଭାରତରେ ବର୍ତ୍ତମାନ ବ୍ୟାନ୍‌ ହୋଇଥିବା ପବଜୀ ଗେମ୍‌ ଜରିଆରେ ଜଣେ ୧୪ ବର୍ଷୀୟ ଝିଅ ସହ ବନ୍ଧୁତା କରିଥିବା ୩ ଜଣ କିଶୋର ତାଙ୍କୁ ମାସେ କାଳ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପବଜୀ ଖେଳିବା ବେଳେ ୩ କିଶୋର ନାବାଳିକା ସହ ବନ୍ଧୁତା କରିଥିଲେ। ଏହାପରେ ସେମାନେ ତାଙ୍କୁ ବ୍ଲାକମେଲିଂ କରି ମାସେ କାଳ ଏଭଳି ଜଘନ୍ୟ କାଣ୍ଡ ଜାରି ରଖିଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

ବୁଧବାର ଘଟଣାଟି ସାମ୍ନାକୁ ଆସିଛି। କଷ୍ଟ ସହି ନ ପାରି ନାବାଳିକା ଜଣଙ୍କ ତାଙ୍କ ମା’ଙ୍କୁ ଏବିଷୟରେ କହିଥିଲେ। ତାଙ୍କ ମା’ ପୁଲିସ୍‌ରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା। ପୀଡ଼ିତା ଜଣଙ୍କ ଘର ଅଶୋକା ଗାର୍ଡେନ ଅଞ୍ଚଳରେ। ପୁଲିସ୍‌ ଘଟଣାରେ ୩ ଅଭିଯୁକ୍ତ ହେଲେ ଫୁଜାଇଲ, ରିଜୱାନ ଖାନ ଓ ଫରନା ଅହମଦକୁ ଗିରଫ କରିଛି।

କରୋନା ପାଇଁ ଲକଡାଉନ ହୋଇଥିବାରୁ ନାବାଳିକା ଜଣଙ୍କ ନିୟମିତ ତାଙ୍କ ଫୋନରେ ପବଜୀ ଖେଳନ୍ତି। ଖେଳିବା ବେଳେ ସେ ୩ ଜଣ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନେ ନାବାଳିକା ସହ ଗେମ୍‌ ଖେଳି ତାଙ୍କ ସହ ବନ୍ଧୁତା କରିଥିଲେ। ସମୟକ୍ରମେ ୩ ଜଣ ଯାକ ଫୋନ ଓ ମେସେଜରେ କଥାବାର୍ତ୍ତା ମଧ୍ୟ ଆରମ୍ଭ କରିଥିଲେ।

ସେପ୍ଟେମ୍ବର ମାସରେ ସମସ୍ତେ ଦେଖା ହେବା ପାଇଁ ଗୌତମ ନଗରରେ ଥିବା ରମ୍ବା ନଗର ଫ୍ଲାଟକୁ ଯାଇଥିଲେ। ଏହି ସମୟରେ ଝିଅଟିକୁ ସେମାନେ ଗଣଦୁଷ୍କର୍ମ କରିବା ସହ ଏହାର ଭିଡିଓ କରିଥିଲେ। ଏହି ଭିଡିଓ ଜରିଆରେ ବ୍ଲାକମେଲିଂ କରି ସେମାନେ ନାବାଳିକାଟିକୁ ଡାକି ବାରମ୍ବାର ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ମୁହଁ ଖୋଲିଲେ ଭିଡିଓ ଭାଇରାଲ କରିବାକୁ ମଧ୍ୟ ୩ କିଶୋର ଧମକ ଦେଇଥିଲେ। ତେବେ ବୁଧବାର ସାହସ ଜୁଟାଇ ନାବାଳିକା ଜଣଙ୍କ ତାଙ୍କ ମା’ଙ୍କୁ ସବୁ କଥା କହିଥିଲେ। ମା’ଙ୍କ ଅଭିଯୋଗ ପରେ ପୁଲିସ୍‌ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଜେରା ବେଳେ ସେମାନଙ୍କ ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos