ପୂର୍ବତନ ପାକ୍‌ କୂଟନୀତିଜ୍ଞ ମାନିଲେ, ବାଲାକୋଟ ଷ୍ଟ୍ରାଇକରେ ମରିଥିଲେ ୩୦୦ ଆତଙ୍କୀ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ବାଲାକୋଟ ଏୟାର ଷ୍ଟ୍ରାଇକର ସତ। ୨୦୧୯ ଫେବୃଆରୀ ୨୬ରେ ପୁଲୱାମା ହମଲାର ବଦଲା ନେବାକୁ ଭାରତ କରିଥିବା ଏୟାର ଷ୍ଟ୍ରାଇକ୍‌ରେ ୩୦୦ ଆତଙ୍କୀ ନିହତ ହୋଇଥିବା ଆଜି ପାକିସ୍ତାନର ଜଣେ ପୂର୍ବତନ କୂଟନୀତିଜ୍ଞ ସୂଚନା ଦେଇଛନ୍ତି। ଟିଭି ବିତର୍କରେ ସବୁ ବେଳେ ପାକିସ୍ତାନ ଆର୍ମିର ଓକିଲାତି କରୁଥିବା ପୂର୍ବତନ କୂଟନୀତିଜ୍ଞ ଅଘା ହିଲାଲୟ ଆଜି ସବୁ ମିଛରୁ ପରାଦ ଉଠାଇ ଦେଇଛନ୍ତି। ଭାରତ ଏୟାର ଷ୍ଟ୍ରାଇକ କରିଥିଲେ ହେଁ ପାକିସ୍ତାନ ଏଥିରେ କେହି […]

rf

rf

Hemant Lenka
  • Published: Saturday, 09 January 2021
  • Updated: 09 January 2021, 07:05 PM IST

Sports

Latest News

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ବାଲାକୋଟ ଏୟାର ଷ୍ଟ୍ରାଇକର ସତ। ୨୦୧୯ ଫେବୃଆରୀ ୨୬ରେ ପୁଲୱାମା ହମଲାର ବଦଲା ନେବାକୁ ଭାରତ କରିଥିବା ଏୟାର ଷ୍ଟ୍ରାଇକ୍‌ରେ ୩୦୦ ଆତଙ୍କୀ ନିହତ ହୋଇଥିବା ଆଜି ପାକିସ୍ତାନର ଜଣେ ପୂର୍ବତନ କୂଟନୀତିଜ୍ଞ ସୂଚନା ଦେଇଛନ୍ତି।

ଟିଭି ବିତର୍କରେ ସବୁ ବେଳେ ପାକିସ୍ତାନ ଆର୍ମିର ଓକିଲାତି କରୁଥିବା ପୂର୍ବତନ କୂଟନୀତିଜ୍ଞ ଅଘା ହିଲାଲୟ ଆଜି ସବୁ ମିଛରୁ ପରାଦ ଉଠାଇ ଦେଇଛନ୍ତି। ଭାରତ ଏୟାର ଷ୍ଟ୍ରାଇକ କରିଥିଲେ ହେଁ ପାକିସ୍ତାନ ଏଥିରେ କେହି ମୃତାହତ ହୋଇ ନଥିବା କହିଥିଲା। ବାଲାକୋଟରେ ଥିବା ଜୈଶ-ଇ-ମହମ୍ମଦର କ୍ୟାମ୍ପକୁ ଟାର୍ଗେଟ କରି ଭାରତ ଏୟାର ଷ୍ଟ୍ରାଇକ କରିଥିଲା। ହେଲେ ପାକିସ୍ତାନ ନିଜ ଦେଶରେ କେହି ଆତଙ୍କବାଦୀ ନାହାନ୍ତି ବୋଲି କହିବା ସହ ଭାରତ ଉପରେ ପାଲଟା ଆକ୍ରମଣ କରିବାକୁ ପ୍ରୟାସ କରିଥିଲା।

ଏବେ ଅଘା ହିଲାଲୟ ପାକିସ୍ତାନର ସବୁ ମିଛର ଗୁମର ଖୋଲି ଦେଇଛନ୍ତି। ସେ କହିଛନ୍ତି, ଭାରତ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବା ସହ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ୩୦୦ ଜଣ ପ୍ରାଣ ହରାଇଥିଲେ। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆମ ଟାର୍ଗେଟ ସେମାନଙ୍କ ଟାର୍ଗେଟରୁ ଭିନ୍ନ ଥିଲା। ଆମେ ସେମାନଙ୍କର ହାଇ କମାଣ୍ଡଙ୍କୁ ଟାର୍ଗେଟ କରିଥିଲୁ। ଏହା ଆମର ଆଇନଗତ ଟାର୍ଗେଟ ଥିଲା। କାରଣ ଆମେ ସେନାରେ କାମ କରୁଥିବା ଲୋକଙ୍କୁ ଟାର୍ଗେଟ କରିଥିଲୁ। ଆମେ ଏହାକୁ ସର୍ଜିକାଲ ଷ୍ଟ୍ରାଇକ ଭାବେ ବିବେଚନା କରିଥିଲୁ ଓ କୌଣସି ମୃତାହତ ମଧ୍ୟ ଘଟି ନଥିଲା।

ଆମେ ଏପରି କରି ସେମାନଙ୍କୁ ଜଣାଇ ଦେବାକୁ ଚାହୁଁଥିଲୁ ଯେ ସେମାନେ ଯାହା କରିବେ, ଆମେ ମଧ୍ୟ ଏହାର ଜବାବରେ ସାମାନ କାମ କରିପାରିବୁ। ହେଲେ ଆମେ ବିବାଦକୁ ଅଧିକ ତୀବ୍ର କରିବାକୁ ଚାହୁଁନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos