ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୩୪% କୋଟିପତି ପ୍ରାର୍ଥୀ

ପାଟନା: ସବୁଥର ପରି ଏଥର ମଧ୍ୟ ରାଜନୀତିକ ଦଳଗୁଡ଼ିକ ନିର୍ବାଚନରେ ପୁଣିଥରେ କୋଟିପତି ବ୍ୟକ୍ତିମାନଙ୍କୁ ପ୍ରାର୍ଥୀ କରିଛନ୍ତି। ବିହାର ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୩ ତାରିଖରେ ଭୋଟିଂ ହେବ। ଏହି ପର୍ଯ୍ୟାୟରେ ପ୍ରାର୍ଥୀ ହୋଇଥିବା ମୋଟ ୧୪୬୩ ଜଣ ନେତାଙ୍କ ମଧ୍ୟରୁ ୪୯୫ ଜଣ କୋଟିପତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପି ଓ ଆରଜେଡିର ଟିକେଟ ପାଇଛନ୍ତି। ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠ ଅନୁଯାୟୀ, ୫୬ ଜଣ ଆରଜେଡି ପ୍ରାର୍ଥୀଙ୍କ ମଧ୍ୟରୁ ୪୬ […]

uo

uo

Hemant Lenka
  • Published: Friday, 30 October 2020
  • Updated: 30 October 2020, 04:59 PM IST

Sports

Latest News

ପାଟନା: ସବୁଥର ପରି ଏଥର ମଧ୍ୟ ରାଜନୀତିକ ଦଳଗୁଡ଼ିକ ନିର୍ବାଚନରେ ପୁଣିଥରେ କୋଟିପତି ବ୍ୟକ୍ତିମାନଙ୍କୁ ପ୍ରାର୍ଥୀ କରିଛନ୍ତି। ବିହାର ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୩ ତାରିଖରେ ଭୋଟିଂ ହେବ। ଏହି ପର୍ଯ୍ୟାୟରେ ପ୍ରାର୍ଥୀ ହୋଇଥିବା ମୋଟ ୧୪୬୩ ଜଣ ନେତାଙ୍କ ମଧ୍ୟରୁ ୪୯୫ ଜଣ କୋଟିପତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପି ଓ ଆରଜେଡିର ଟିକେଟ ପାଇଛନ୍ତି।

ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠ ଅନୁଯାୟୀ, ୫୬ ଜଣ ଆରଜେଡି ପ୍ରାର୍ଥୀଙ୍କ ମଧ୍ୟରୁ ୪୬ ଜଣ କୋଟିପତି। ଆରଜେଡି ପଛକୁ ବିଜେପିର ୩୯ ଜଣ ପ୍ରାର୍ଥୀ ହେଉଛନ୍ତି କୋଟିପତି। ସେହିପରି ଚିରାଗ ପାଶ୍ୱାନଙ୍କ ୫୨ ଜଣ ପ୍ରାର୍ଥୀ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାର୍ଥୀ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୮ ଜଣ ବା ୭୩% ହେଉଛନ୍ତି କୋଟିପତି।

ଦ୍ୱିତୀୟ ପର୍ଯ୍ୟାୟରେ ୧୭ଟି ଜିଲ୍ଲାର ୯୨ଟି ଆସନ ପାଇଁ ଭୋଟିଂ ହେବ। ଏହି ପର୍ଯ୍ୟାୟରେ ଭାଗ ନେଇଥିବା ମୋଟ ୧୪୬୩ ଆଶାୟୀଙ୍କ ମଧ୍ୟରୁ ୧୩୧୫ ଜଣ ପୁରୁଷ ଓ ୧୪୭ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗ ରହିଛନ୍ତି।

ସବୁ କୋଟିପତିଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ତଥା ରାଜ୍ୟର ସାଧାରଣ ସମ୍ପାଦକ ସଞ୍ଜୀବ ସିଂହ ସବୁଠାରୁ ଅଧୀକ ଧନୀ। ତାଙ୍କ ପାଖରେ ୫୬ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଛି। ସେ ବୈଶାଲୀ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେଉଛନ୍ତି। ଏଡିଆର ରିପୋର୍ଟ ଅନୁଯାୟୀ, ୧୧୮ ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୫ କୋଟି ଉପରେ ରହିଥିବା ବେଳେ ୧୮୫ ଜଣଙ୍କ ପାଖରେ ୨ କୋଟିରୁ ୫ କୋଟି ମୂଲ୍ୟ ଯାଏ ସମ୍ପତ୍ତି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos