ପ୍ଲାଷ୍ଟିକ କାରଖାନାରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୪ ଜଣଙ୍କ ଜୀବନ

ମାଲଦା: ପଶ୍ଚିମବଙ୍ଗର ମାଲଦାରେ ଥିବା ଗୋଟିଏ ପ୍ଲାଷ୍ଟିକ କାରଖାନାରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ପୁଲିସ୍‌ କହିଛି ଯେ ଆଜି ଦିନ ୧୧ଟାରେ ସୁଜାପୁର ଅଞ୍ଚଳରେ ଥିବା ପ୍ଲାଷ୍ଟିକ କାରଖାନାରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ବେଳେ ୮ ଜଣ ଶ୍ରମିକ ଏହା ମଧ୍ୟରେ କାମ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। […]

b

b

Hemant Lenka
  • Published: Thursday, 19 November 2020
  • Updated: 19 November 2020, 03:35 PM IST

ମାଲଦା: ପଶ୍ଚିମବଙ୍ଗର ମାଲଦାରେ ଥିବା ଗୋଟିଏ ପ୍ଲାଷ୍ଟିକ କାରଖାନାରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ପୁଲିସ୍‌ କହିଛି ଯେ ଆଜି ଦିନ ୧୧ଟାରେ ସୁଜାପୁର ଅଞ୍ଚଳରେ ଥିବା ପ୍ଲାଷ୍ଟିକ କାରଖାନାରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ବେଳେ ୮ ଜଣ ଶ୍ରମିକ ଏହା ମଧ୍ୟରେ କାମ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିସ୍ଫୋରଣ ଯୋଗୁ ପୂରା କାରଖାନାରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର ଏକାଧିକ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ତେବେ କେମିତି ଏହା ମଧ୍ୟରେ ବିସ୍ଫୋରଣ ହେଲା, ସେକଥା ଜଣାପଡ଼ି ନାହିଁ। ପୁଲିସ୍‌ ବର୍ତ୍ତମାନ ଘଟଣାର ତଦନ୍ତ କରୁଥିବା କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos