ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ସଫା

ପଶ୍ଚିମ ଚମ୍ପାରନ: ବିହାରର ପଶ୍ଚିମ ଚମ୍ପାରନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଏଠାକାର ବାଗହା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି।

ପୁଲିସ୍‌ର ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିବା ପରେ ସୀମା ସଶସ୍ତ୍ର ବଳ(ଏସଏସବି) ଓ ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ) ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ବାଗହା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ହଠାତ୍‌ ଗୁଳି ବିନିମୟ ହୋଇଥିଲା।

ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି। ଏହା ମଧ୍ୟରେ ୩ଟି ସେଲ୍ଫ ଲୋଡିଂ ରାଇଫଲ ରହିଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ପୁଣି ରିୟାଙ୍କୁ ଟାର୍ଗେଟ କରି ଭିଡିଓ ଜାରି କଲେ ସୁଶାନ୍ତଙ୍କ ବାପା

ଏଣିକି ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା

ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

ଅନନ୍ୟ: ସ୍ୱାମୀଙ୍କୁ ‘ତିନ୍ ତଲାକ୍’ ଦେଲେ ମହିଳା

ରିୟା ଫେରାର ନାହାନ୍ତି, ବିହାର ପୁଲିସ୍‌ ତାଙ୍କୁ ସମନ କରିନି: ଓକିଲ

ଅମିତ ଶାହଙ୍କୁ କରୋନା ପରେ ଆଇସୋଲେସନରେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ

‘ପ୍ରଧାନମନ୍ତ୍ରୀଙ୍କ ପାଇଁ ମୋର ଚିନ୍ତା’: ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେନି ଉମା ଭାରତୀ

ଅଯୋଧ୍ୟା ଭୂମି ପୂଜନ ପାଇଁ ଇକବାଲ ଅନସାରୀଙ୍କୁ ମିଳିଲା ପ୍ରଥମ ନିମନ୍ତ୍ରଣ କାର୍ଡ

ମହାକାଶରୁ ସମୁଦ୍ର ମଧ୍ୟରେ ଅବତରଣ କଲେ ମହାକାଶଚାରୀ, ଦେଖନ୍ତୁ ଭିଡିଓ

ଓଜନ କମ୍‌ କରେ ଉଷୁମ ପାଣି

ସାଂସଦ କାର୍ତ୍ତି ଚିଦାମ୍ବରମ କରୋନାରେ ଆକ୍ରାନ୍ତ

ଦେଶରେ ୧୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ରେକର୍ଡ ୪୦ ହଜାରରୁ ଅଧିକ ସୁସ୍ଥ