ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ଉତ୍ତର କୋରିଆ? ସେନାର ଭର୍ତ୍ତି ହେବେ ୪୭ ଲକ୍ଷ ଲୋକ

ନୂଆଦିଲ୍ଲୀ: ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ତିକ୍ତତା କମିବାର ନାଁ ନେଉ ନାହିଁ। ଉଭୟ ଦେଶ ମଧ୍ୟରେ ଚାଲିଥିବା ବିବାଦ ଆହୁରି ତେଜିବାରେ ଲାଗିଛି। ଇତି ମଧ୍ୟରେ ଉତ୍ତର କୋରିଆରେ ପ୍ରାୟ ୪୭ ଲକ୍ଷ ଲୋକ ସେନାରେ ଭର୍ତ୍ତି ହେବାକୁ ଯାଉଥିବା ନେଇ ଏକ ଖବର ଆସିଛି।

ଉତ୍ତର କୋରିଆର ସରକାରୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପ୍ରାୟ ୪୭ ଲକ୍ଷ ଲୋକ ସ୍ୱଇଚ୍ଛାରେ ସେନାରେ ଭର୍ତ୍ତି ହେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସେଥିମଧ୍ୟରେ ୧୨.୨ ଲକ୍ଷ ଛାତ୍ରୀ ଓ କର୍ମଜୀବୀ ମହିଳା ରହିଛନ୍ତି।

ଉତ୍ତର କୋରିଆକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେବାକୁ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଥିଲେ। ତେବେ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍‌-ଉନ୍ ଟ୍ରମ୍ପଙ୍କ ଏହି ଧମକକୁ ଦୃଢ଼ ଭାବେ ନିନ୍ଦା କରିଥିଲେ। ସେ କହିଥିଲେ,“ଟ୍ରମ୍ପ ପାଗଳ ହୋଇଗଲେଣି। ଆମେରିକା କରିଥିବା ବେଇଜିତିର ଜବାବ ଦୃଢ଼ ଭାବେ ଦିଆଯିବ।”

ଆହୁରି ପଢ଼ନ୍ତୁ

ରେକର୍ଡ ସଂଖ୍ୟକ ପଜିଟିଭ ସହ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର

ନୀତୀଶ କୁମାରଙ୍କ ପାଖରେ ବସିଥିବା ନେତାଙ୍କୁ କରୋନା, ମୁଖ୍ୟମନ୍ତ୍ରୀଙ୍କ ସ୍ୱାବ ସଂଗ୍ରହ

ମୋ ପୁଅକୁ ପୁଲିସ୍‌ ଗୁଳି କରିଦେଉ: ବିକାଶର ମା’

ଅପରାଧୀ ବିକାଶ ଦୁବେର ଘରକୁ ମାଟିରେ ମିଶାଇଲା ପ୍ରଶାସନ, ବ୍ୟବହାର କଲା ସେଇ ଜେସିବି

ଆତ୍ମହତ୍ୟାର ୨୦ ଦିନ ପରେ ବି ସୁଶାନ୍ତଙ୍କୁ ଭୁଲି ପାରୁନାହାନ୍ତି ସାଥୀ କଳାକାର

ଅଗଷ୍ଟ ୧୫ ସୁଦ୍ଧା କରୋନା ଟିକା କେମିତି ବାହାରିବ? ସ୍ପଷ୍ଟୀକରଣ ରଖିଲା ଆଇସିଏମଆର

ଲକଡାଉନ ଯୋଗୁ ମୋବାଇଲ ଭଳି ଡିଭାଇସ ନିଶାରେ ୬୫% ପିଲା

ଜାମିନ୍‌ ପାଇଁ ହସ୍ପିଟାଲକୁ ମାସ୍କ ଓ ସାନିଟାଇଜର ଦେଲେ ଦୁଇ ଅଭିଯୁକ୍ତ

ପୁଣି ଆକାଶରୁ ଖସିଲା ମୃତ୍ୟୁ, ୧୮ ଜଣଙ୍କ ଜୀବନ ଗଲା

‘ମୋ ମା’କୁ ବଞ୍ଚାଇ ଦିଅ’ ହସ୍ପିଟାଲ ବାହାରେ ପୁଅର ଡାକ କେହି ବି ଶୁଣିଲେନି, ଭିଡିଓ ଭାଇରାଲ

ଏନକାଉଣ୍ଟରରେ ଆତଙ୍କୀ ନିହତ, ୩ ଯବାନ ଗୁରୁତର

ଏୟାରପୋର୍ଟରୁ ଧରା ପଡ଼ିଲା ୧୬ କୋଟି ଟଙ୍କାର ସୁନା