୩୦ ବର୍ଷ ବୟସରେ ୪୭ ପିଲାର ବାପା, ଜନ୍ମ ହେବେ ଆଉ ୧୦

ନୂଆଦିଲ୍ଲୀ: ବୟସ ୩୦। ହେଲେ ତାଙ୍କ ଔରସରୁ ଜନ୍ମ ନେଲେଣି ୪୭ ପିଲା। ପୁଣି ସେ ୧୦ ପିଲାଙ୍କ ବାପା ହେବାକୁ ଯାଉଛନ୍ତି। ଏହି ବ୍ୟକ୍ତି ଜଣକ ଆମେରିକା କାଲିଫାର୍ନିୟାର କାଇଲ୍ କର୍ଡି। ଖୁବ୍ ଶୀଘ୍ର ସେ ମୋଟ ୫୭ ପିଲାଙ୍କ ବାପା ହୋଇଯିବେ। ସେ ନିଜେ ଏହି ଦାବି କରିଛନ୍ତି।

ଏହି ବ୍ୟକ୍ତି ଜଣକ ଜଣେ ସ୍ପର୍ମ ଦାତା। ତେବେ ଏହା ତାଙ୍କ ଡେଟିଂ ଜୀବନକୁ ମଧ୍ୟ ବରବାଦ କରିଦେଇଥିବା ପ୍ରକାଶ କରିଛନ୍ତି। ଦ’ ମିରର ରିପୋର୍ଟ ମୁତାବକ, କିଛି ବର୍ଷ ପୂର୍ବେ ସେ ତାଙ୍କ ଡେଟିଂ ଲାଇଫ୍ ଆରମ୍ଭ କରିଥିଲେ। ଅନେକ ମହିଳାଙ୍କ ସହ ସମୟ ବିତାଇଥିଲେ। ହେଲେ କାହାରି ସହ ବି ସେ ଲମ୍ବା ସମ୍ପର୍କରେ ରହିପାରି ନାହାନ୍ତି।

ମହିଳାମାନେ ତେବେ ତାଙ୍କ ସହ କଥାବାର୍ତ୍ତା ହେଉଛନ୍ତି, ଯେତେବେଳ ତାଙ୍କୁ ପିଲା ଆବଶ୍ୟକ ହେଉଛି। ସେ ସ୍ପର୍ମ ଦାନ କରିବା ପରେ ଅନେକ ମହିଳା ଗର୍ଭବତୀ ହୋଇଛନ୍ତି। ସେ ସ୍ପର୍ମ ଦାନ କରୁଥିବା ଜାଣିବା ପରେ ମହିଳାମାନେ ତାଙ୍କ ଇନଷ୍ଟଗ୍ରାମରେ ବାର୍ତ୍ତା ପଠାଇବା ଆରମ୍ଭ କରିଥିଲେ। ବହୁ ସଂଖ୍ୟାରେ ମହିଳା ଏଥିନିମନ୍ତେ ଆଗ୍ରହ ପ୍ରକାଶ କରିବେ ଏହା ତାଙ୍କୁ ଆଦୌ ଅନୁମାନ ବି ନ ଥିଲା। କାରଣ ତାଙ୍କ ଠାରୁ ବହୁ ବଡ ଲୋକ ଅଛନ୍ତି ଏବଂ ମହିଳାମାନେ ମଧ୍ୟ ସ୍ପର୍ମ ବ୍ୟାଙ୍କ ମଧ୍ୟ ଯାଇପାରିଥାନ୍ତେ। ହେଲେ ପ୍ରାୟ ହଜାରେରୁ ଅଧିକ ଲୋକ ତାଙ୍କୁ ସ୍ପର୍ମ ଦେବାକୁ କହିଲେଣି। ଅନେକ ମହିଳା ସ୍ପର୍ମ ନେଇ ମା’ ହେବା ପରେ ସେ ଜନ୍ମ କରିଥିବା ପିଲାର ଫଟୋ ପଠାଇଛନ୍ତି।

ଯିଏ ବି ଆବଶ୍ୟକ କରିବ ଯୋଗାଯୋଗ କଲେ ସେ ନିଶ୍ଚୟ ସ୍ପର୍ମ ଦେବେ ବୋଲି ମଧ୍ୟ କହିଛନ୍ତି। ସେ କୌଣସି ପ୍ରକାର ନିଶା ନ ଖାଇ ଏକ ଶାନ୍ତସରଳ ଜୀବନ ବିତାଉଛନ୍ତି। ତେବେ ସେ ଏବେ ବି ଆଶାବାଦି ଯେ ନିଜର ଏକ ପରିବାର କରିବାରେ ସଫଳ ହେବେ। ହେଲେ ଏଭଳି ବ୍ୟକ୍ତିଙ୍କ ହାତ କିଏ ଧରିବ ତାହା ତାଙ୍କ ନିମନ୍ତେ ସମସ୍ୟା ହୋଇ ଠିଆ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।