ବର୍ଷକ ପରେ ଜମ୍ମୁ-କଶ୍ମୀରକୁ ଫେରିବ ୪ଜି ଇଣ୍ଟରନେଟ ସେବା

ନୂଆଦିଲ୍ଲୀ: ଦୀର୍ଘ ଗୋଟିଏ ବର୍ଷ ପରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ କିଛି ସ୍ଥାନରେ ପ୍ରଶାସନ ପକ୍ଷରୁ ୪ଜି ଇଣ୍ଟରନେଟ ସେବା ଆରମ୍ଭ କରାଯିବ। ଅଗଷ୍ଟ ୧୫ ପରେ ଜମ୍ମୁ-କଶ୍ମୀରର ଦୁଇଟି ଜିଲ୍ଲାରେ ପରୀକ୍ଷା ମୂଳକ ଭାବେ ଏହାକୁ କାର୍ଯ୍ୟକାରୀ କରାଯିବ। ଏଠାରେ ଇଣ୍ଟରସେବା ଯୋଗାଇ ଦେବାକୁ ସ୍ଥିତି ଅନୁକୂଳ କି ନାହିଁ ତା’ର ସମୀକ୍ଷା କରିବା ପାଇଁ ସ୍ପେଶାଲ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟି ପରୀକ୍ଷା ମୂଳକ ଭାବେ ଅଗଷ୍ଟ ୧୫ ପରେ କିଛି ସ୍ଥାନରେ ୪ଜି ଇଣ୍ଟରନେଟ ସେବା ଆରମ୍ଭ କରିବାକୁ କହିଛି। ଏନେଇ ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ ଜମ୍ମୁର ଗୋଟିଏ ଜିଲ୍ଲାରେ ଓ କଶ୍ମୀରର ଗୋଟିଏ ଜିଲ୍ଲାରେ ୪ଜି ଇଣ୍ଟରନେଟ ସେବା ମିଳିବ। ଯେଉଁ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ କମ ଥିବ ସେଠାରେ ହିଁ ପ୍ରଥମେ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଅଗଷ୍ଟ ୧୦ ତାରିଖରେ ଜମ୍ମୁ-କଶ୍ମୀରର ସ୍ଥିତି ସମୀକ୍ଷା ପାଇଁ ଗଠନ ହୋଇଥିବା କମିଟି ତୃତୀୟ ଥର ପାଇଁ ବୈଠକ କରିଥିଲା। ବୈଠକ ବେଳେ ସ୍ଥାନୀୟ ଏଜେନ୍ସିଙ୍କ ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ସୀମା ସୁରକ୍ଷାକୁ ନେଇ ଏକାଧିକ ମତାମତ ପ୍ରକାଶ ପାଇଥିଲା।

ଜମ୍ମୁ-କଶ୍ମୀର ଉପରେ ଏବେ ବି ବଡ଼ ବିପଦ ରହିଛି। ତେବେ ଇଣ୍ଟରନେଟ ସେବା ବନ୍ଦ ଥିବାରୁ ଏହାର ପ୍ରଭାବ କରୋନା ମୁକାବିଲା, ଶିକ୍ଷା କିମ୍ବା ବ୍ୟବସାୟ ଉପରେ କୁପ୍ରଭାବ ପକାଇ ନଥିବା କମିଟି ପକ୍ଷରୁ ମତ ଦିଆଯାଇଥିଲା। ବର୍ତ୍ତମାନ ସ୍ଥିତିକୁ ଦେଖି ମୋବାଇଲରେ ହାଇସ୍ପିଡ୍‌ ଇଣ୍ଟରନେଟ ସେବା ଯୋଗାଇ ଦେବା ଶୁଭଙ୍କର ନୁହେଁ। ତଥାପି ଅଗଷ୍ଟ ୧୫ ପରେ ପରୀକ୍ଷା ମୂଳକ ଭାବେ କିଛି ସ୍ଥାନରେ ଇଣ୍ଟରନେଟ ସେବା ଆରମ୍ଭ କରାଯିବ ବୋଲି ସରକାର କହିଛନ୍ତି।

ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଜମ୍ମୁ-କଶ୍ମୀରରେ ୪ଜି ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ରହିଥିଲା। ଏହା ବିରୋଧରେ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା। ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଥିଲେ।

ଆହୁରି ପଢ଼ନ୍ତୁ

ତବଲିଗି ଜମାତ ପାଇଁ କରୋନା ସଂକ୍ରମଣ ବ୍ୟାପିଛି: ଗୃହ ମନ୍ତ୍ରାଳୟ

ଆଜି ଚ୍ୟାଲେଞ୍ଜର୍ସ ସହ ରାଇଜର୍ସ ଟକ୍କର

ମୁମ୍ୱାଇ ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ

ଡ୍ରଗ୍ସ ଲିଙ୍କ୍: ଏନସିବି ରାଡାରରେ ଆଉ ଜଣେ ବଲିଉଡ ଅଭିନେତ୍ରୀ

ଲାଲୁ ଜେଲରେ ଥାଇ ପ୍ରତିଦିନ ଫୋନରେ କଥା ହେଉଛନ୍ତି: ଆରଜେଡି ନେତା

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ

ସୁପର୍‌ ଓଭରରେ ବାଜି ମାରିନେଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଜିଠୁ ଏହି ସବୁ ରାଜ୍ୟରେ ଖୋଲିବ ସ୍କୁଲ; ନିଜ ଇଚ୍ଛାରେ ଆସିବେ ପିଲା

ସୁଶାନ୍ତ ସିଂହ ମୃତ୍ୟୁ ମାମଲା, ଜୟା ଓ ଶ୍ରୁତିଙ୍କୁ ସମନ୍ କଲା ଏନସିବି

ପାରମ୍ପରିକ ଠାରୁ ଅଲଗା ହେବ ଅଯୋଧ୍ୟାର ମସଜିଦ୍

୨୦୨୨ ସୁଦ୍ଧା ଅଭିବୃଦ୍ଧି ହାର ୧୯% ବଢ଼ିବ ବୋଲି ଆକଳନ କଲା କେନ୍ଦ୍ର

ଭାରତ ବିରୋଧରେ ୧୯୬୨ ନୀତି ଆପଣାଉଛି ଚୀନ୍!