ପ୍ରକୃତିର ତାଣ୍ଡବରେ ପିଓକେ ଛିନଛତ୍ର

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ପ୍ରକୃତର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରକୃତିର ସର୍ଜିକାଲ ଷ୍ଟ୍ରାଇକ୍‌ରେ ପିଓକେ ସଂପୂର୍ଣ୍ଣ ଭାବେ ଛିନଛତ୍ର ହୋଇଯାଇଛି। ଆଜି ଅପରାହ୍ଣ ୪.୩୫ ମିନିଟ୍‌ ସମୟରେ ପିଓକେରେ ଶକ୍ତିଶାଳୀ ଭୂକମ୍ପ ଝଟକା ପୂରା ପ୍ରଦେଶକୁ ଛାରଖାର କରିଦେଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପିଓକେର ମୀରପୁର ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପ ପରେ କିଛି ଫଟୋ ଜାତୀୟ ଗଣମାଧ୍ୟମର […]

er

er

Hemant Lenka
  • Published: Tuesday, 24 September 2019
  • Updated: 24 September 2019, 06:39 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ପ୍ରକୃତର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରକୃତିର ସର୍ଜିକାଲ ଷ୍ଟ୍ରାଇକ୍‌ରେ ପିଓକେ ସଂପୂର୍ଣ୍ଣ ଭାବେ ଛିନଛତ୍ର ହୋଇଯାଇଛି। ଆଜି ଅପରାହ୍ଣ ୪.୩୫ ମିନିଟ୍‌ ସମୟରେ ପିଓକେରେ ଶକ୍ତିଶାଳୀ ଭୂକମ୍ପ ଝଟକା ପୂରା ପ୍ରଦେଶକୁ ଛାରଖାର କରିଦେଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପିଓକେର ମୀରପୁର ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପ ପରେ କିଛି ଫଟୋ ଜାତୀୟ ଗଣମାଧ୍ୟମର ହସ୍ତଗତ ହୋଇଛି।

ଯେଉଁଥିରେ ରାସ୍ତା ମଝିରୁ ଫାଟି ଆଁ କରିଥିବା ବେଳେ ଘର ଦ୍ୱାରା ସଂପୂର୍ଣ୍ଣ ମାଟିରେ ମିଶି ଯାଇଛି। ରାସ୍ତା ମଝିରୁ ଦୁଇ ଫାଳ ହୋଇଯିବାରୁ ଏକାଧିକ ଗାଡ଼ି ଏହା ମଧ୍ୟରେ ଫସି ରହିଛି। ଭୂକମ୍ପ ପରେ ପାକିସ୍ତାନ ସରକାର ପକ୍ଷରୁ ମେଡିକାଲ ଟିମ୍‌ ଏବଂ ସେନା ବାହିନୀକୁ ଉଦ୍ଧାର ପାଇଁ ଘଟଣା ସ୍ଥଳକୁ ପଠାଯାଇଛି।

ରିକ୍ଟର୍‌ ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୬.୩ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଭୂକମ୍ପର କେନ୍ଦ୍ର ସ୍ଥଳ ପିଓକେର ମୀରପୁରଠାରେ ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଭୂକମ୍ପର ଝଟକା ସିଆଲକୋଟ୍‌, ସରଗୋଧା, ମନଶେହରା, ଗୁଜରାଟ, ଚିତ୍ରାଲ, ମଲକାନ୍ଦା, ସଂଘଲା, ବାଜାଉର, ସ୍ୱତ, ସାହିୱଲ, ରହିମ ୱାର ଖାନ ଓ ମୀରପୁରରେ ଅନୁଭୂତ ହୋଇଛି। ଏହାବାଦ୍‌ ପାକିସ୍ତାନର ଲାହୋର, ଇସ୍‌ଲାମାବାଦ, ରାୱଲପିଣ୍ଡି ଓ ପେଶୱାର ଭଳି ବଡ଼ବଡ଼ ସହରରେ ମଧ୍ୟ ଲୋକମାନେ ଭୂକମ୍ପ ପରେ ଦୀର୍ଘ ସମୟ ଧରି ଘର ବାହାରେ ଆଶ୍ରୟ ନେଇଥିଲେ।

ଭୂକମ୍ପର ଝଟ୍‌କା ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା। ଉତ୍ତର ଭାରତର ପଞ୍ଜାବ, ହରିଆଣା ଏବଂ ଚଣ୍ଡୀଗଡ଼ ସହ ରାଜଧାନୀ ନୂଆଦିଲ୍ଲୀ ମଧ୍ୟ ଅନୁଭୁତ ହୋଇଛି। ତେବେ ଜମ୍ମୁ-କଶ୍ମୀରର କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ନାହିଁ ବୋଲି କହିଛନ୍ତି ଡିଜି ଦିଲ୍‌ବାଗ ସିଂହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story