ଲଗାଣ ବର୍ଷା ଯୋଗୁ ଭୟଙ୍କର ଭୂସ୍ଖଳନ, ୫ ଜଣଙ୍କ ମୃତ୍ୟୁ

ଥିରୁଭନନ୍ତପୁରମ: ମୁମ୍ବାଇ ପରେ କେରଳରେ ଲଗାଣ ବର୍ଷା ଯୋଗୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଇଡୁକ୍କି ଜିଲ୍ଲାର ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ନଖୋଜ ହୋଇଯାଇଛନ୍ତି।

ପର୍ଯ୍ୟଟନ ସହରର ମାନ୍ୟତା ପାଇଥିବା ମୁନ୍ନାର ଠାରୁ ୨୫ କିମି ଦୂର ରାଜାମାଲାଇ ଠାରେ ଏଭଳି ଘଟଣା ଘଟିଛି। ଭୂସ୍ଖଳ ଅଞ୍ଚଳରେ ପ୍ରାୟ ୭୦ରୁ ୮୦ ଜଣ ରହିଥିଲେ। କିନ୍ତୁ ଭୂସ୍ଖଳନ ପରେ କେତେ ଜଣ ଏହା ମଧ୍ୟରେ ଫସି ରହିଛନ୍ତି, ତା’ର ପ୍ରକୃତ ସୂଚନା ଏଯାଏ ପ୍ରଶାସନ ପାଖରେ ପହଞ୍ଚି ନାହିଁ।

ଭୂସ୍ଖଳନ ପରେ ଉଦ୍ଧାରକାରୀ ଟିମ୍‌ ମାଟି ତଳୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତାଲୁକ ଅଧିକାରୀମାନେ କହିଛନ୍ତି ଯେ ଗତକାଲି ଲଗାଣ ବର୍ଷା ଯୋଗୁ ଏହି ଅଞ୍ଚଳକୁ ସଂଯୋଗ କରୁଥିବା ବ୍ରିଜ୍‌ଟି ଭାସି ଯାଇଥିଲା। ଫଳରେ ଏଠାରେ ପହଞ୍ଚିବା ଏକ ପ୍ରକାରର କଷ୍ଟକର ହୋଇଯାଇଛି।

ଜଳ ପ୍ରବାହ ହେଉଥିବାରୁ ଉଦ୍ଧାରକାରୀ ଦଳ ସହଜରେ ଉକ୍ତ ଅଞ୍ଚଳରେ ପହଞ୍ଚି ପାରୁନାହାନ୍ତି। ମଧ୍ୟାହ୍ନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ଆଉ ୧୦ ଜଣଙ୍କୁ ମାଟି ଗଦା ତଳୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଲୋକଙ୍କୁ ମୁନ୍ନାର ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଉଛି।

ଜଙ୍ଗଲ ବିଭାଗ ଅଧିକାରୀ ଓ ଅନ୍ୟାନ୍ୟ ଜରୁରୀ ସେବାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉଦ୍ଧାର ପାଇଁ ବାୟୁସେନା ହେଲିକପ୍ଟରର ସହାୟତା ଲୋଡ଼ିଛି। ବର୍ତ୍ତମାନ ସୁଦ୍ଧା ଗୋଟିଏ ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଥ୍ରୀସୁରରେ ଥିବା ଆଉ ଗୋଟିଏ ଟିମ୍‌ ଉକ୍ତ ଅଞ୍ଚଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଇଡୁକ୍କିକୁ ଗୋଟିଏ ମୋବାଇଲ ମେଡିକାଲ ଟିମ ଓ ୧୫ଟି ଆମ୍ବୁଲାନ୍ସ ପଠା ଯାଇଛି।

ଆହୁରି ପଢ଼ନ୍ତୁ

ରାଜ୍ୟସଭାରେ ବିରୋଧୀଙ୍କ ଆଚରଣ ସଂସଦର ଗାରିମାକୁ ନଷ୍ଟ କରିଛି: ରାଜନାଥ

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଲେ ବିରୋଧୀ

ଭାରତୀୟ କୂଟନୀତିଜ୍ଞଙ୍କୁ ଭିସା ଦେଲାନି ପାକିସ୍ତାନ

ଶତକୀୟ ବିଜୟ ସହ କ୍ୟାପଟେନ୍ କୁଲଙ୍କ ସଫଳ କମ୍ ବ୍ୟାକ୍

କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଆଉ ୧୦ ଜଣଙ୍କ ଜୀବନ ଗଲା, ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦୦ ଟପିଲା

ଆରମ୍ଭ ମ୍ୟାଚରେ ହାରିବା ପରେ ଖୁସି ହୋଇଗଲେ ମୁମ୍ୱାଇ ଇଣ୍ଡିଆନ୍ସ ଫ୍ୟାନ୍ !

ରୋମାଞ୍ଚକର ବିଜୟରୁ ଆଇପିଏଲ ଆରମ୍ଭ କଲା ଚେନ୍ନାଇ

ବାଇକ୍‌ ଉପରେ ଚଢ଼ିଗଲା ସ୍କର୍ପିଓ, ରାସ୍ତାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଆଇପିଏଲରୁ କ୍ୟାରିଅର ଆରମ୍ଭ କଲେ ଓଡ଼ିଆ ପୁଅ

ଏଥର ବିଧାନସଭାର ଅନୁମୋଦନ ପାଇଁ ଆସିବ ୧୨ଟି ଅଧ୍ୟାଦେଶ

ମୁମ୍ବାଇ ଇଣ୍ଡିଆନ୍ସକୁ ୧୬୨ ରନରେ ଅଟକାଇଲା ଚେନ୍ନାଇ