ସିଏଏକୁ ବିରୋଧ କରି ତଡ଼ା ଖାଇଛନ୍ତି ୫ ବିଦେଶୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଥିବା ୫ ବିଦେଶୀ ନାଗରିକଙ୍କୁ ସରକାର ଦେଶରୁ ବିଭିନ୍ନ ସମୟରେ ବିଦା କରିଥିବା ଆଜି ଲୋକସଭାରେ ସୂଚନା ଦେଇଛନ୍ତି। ସେମାନେ ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇ ଭିସା ନିୟମକୁ ଉଲ୍ଲଙ୍ଘନ କରିଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏକଥା କହିଛନ୍ତି। ସେ କହିଛନ୍ତି, “ବ୍ୟୁରୋ ଅଫ ଇମିଗ୍ରେସନ(ବିଓଆଇ) ପକ୍ଷରୁ ମିଳିଥିବା ସୂଚନା […]

nv

nv

Hemant Lenka
  • Published: Tuesday, 03 March 2020
  • Updated: 03 March 2020, 05:39 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଥିବା ୫ ବିଦେଶୀ ନାଗରିକଙ୍କୁ ସରକାର ଦେଶରୁ ବିଭିନ୍ନ ସମୟରେ ବିଦା କରିଥିବା ଆଜି ଲୋକସଭାରେ ସୂଚନା ଦେଇଛନ୍ତି।

ସେମାନେ ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇ ଭିସା ନିୟମକୁ ଉଲ୍ଲଙ୍ଘନ କରିଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏକଥା କହିଛନ୍ତି।

ସେ କହିଛନ୍ତି, “ବ୍ୟୁରୋ ଅଫ ଇମିଗ୍ରେସନ(ବିଓଆଇ) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇ ଭିସା ନିୟମକୁ ଉଲ୍ଲଙ୍ଘନ କରିଥିବା ୫ ଜଣ ବିଦେଶୀ ନାଗରିକଙ୍କୁ ଦେଶରୁ ବାହାରି ଯିବାକୁ କୁହାଯାଇଛି।

ଦେଶର ବିଭିନ୍ନ ପ୍ରାନ୍ତରେ ହେଉଥିବା ସିଏଏ ବିରୋଧୀ ଆନ୍ଦୋଳନରେ ଏହି ବିଦେଶୀ ନାଗରିକମାନେ ସାମିଲ ହୋଇଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos