ନିପା ଭାଇରସ ଆତଙ୍କ: ପୁଣି ନେଲା ୫ ଜୀବନ

ଥିରୁଅନନ୍ତପୁରମ: କେରଳର ନିପା ଭାଇରସ୍ ପ୍ରଭାବରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।  ମୃତକ ମାନେ କୋଝିକୋଡ୍ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସିତ ହେଉଥଲେ।

ମୃତକଙ୍କ ମଧ୍ୟରେ ଜଣେ ନର୍ସ ଅଛନ୍ତି। ସେ ରୋଗୀମାନଙ୍କ ଚିକିତ୍ସା କରୁଥିବା ବେଳେ ନିପା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ସେମାନଙ୍କୁ ଅଲଗା ରଖି ଚିକିତ୍ସା କରାଯାଉଥିଲା। ମୃତକଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।