୫ ରାଜ୍ୟରେ ଦେଶର ପ୍ରାୟ ୫୦% କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ହ୍ରାସ ପାଉଥିବା ବେଳେ ୫ ରାଜ୍ୟରେ ସଂକ୍ରମଣ ବୃଦ୍ଧି କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଛି। ଦେଶର ୫ ରାଜ୍ୟ-କେରଳ, ପଶ୍ଚିମବଙ୍ଗ, ଦିଲ୍ଲୀ, ମହାରାଷ୍ଟ୍ର ଓ କର୍ଣ୍ଣାଟକାରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏହି ୫ ରାଜ୍ୟରେ ପ୍ରାୟ ୫୦% ଲୋକ ରହିଛନ୍ତି। ଦେଶରେ ଆକ୍ଟିଭ କେସ୍ ୬.୨୫ ଲକ୍ଷ ଥିବା ବେଳେ କେବଳ ୧୮ଟି ଜିଲ୍ଲାରେ ୩୫% ସକ୍ରିୟ ମାମଲା ରହିଛି। ଏବେ […]

i

i

Hemant Lenka
  • Published: Wednesday, 28 October 2020
  • Updated: 28 October 2020, 04:15 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ହ୍ରାସ ପାଉଥିବା ବେଳେ ୫ ରାଜ୍ୟରେ ସଂକ୍ରମଣ ବୃଦ୍ଧି କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଛି। ଦେଶର ୫ ରାଜ୍ୟ-କେରଳ, ପଶ୍ଚିମବଙ୍ଗ, ଦିଲ୍ଲୀ, ମହାରାଷ୍ଟ୍ର ଓ କର୍ଣ୍ଣାଟକାରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏହି ୫ ରାଜ୍ୟରେ ପ୍ରାୟ ୫୦% ଲୋକ ରହିଛନ୍ତି।

ଦେଶରେ ଆକ୍ଟିଭ କେସ୍ ୬.୨୫ ଲକ୍ଷ ଥିବା ବେଳେ କେବଳ ୧୮ଟି ଜିଲ୍ଲାରେ ୩୫% ସକ୍ରିୟ ମାମଲା ରହିଛି। ଏବେ କେନ୍ଦ୍ର ସରକାର କରୋନା କେସ୍‌ ବଢ଼ୁଥିବା ରାଜ୍ୟଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିଥିବା କହିଛନ୍ତି।

ସୋମବାର ୩୬,୪୭୦ଟି ନୂଆ ମାମଲା ଚିହ୍ନଟ ହୋଇଥିଲେ। ଜୁଲାଇ ୧୭ ପରଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ କମ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ଏହି ୩୬, ୪୭୦ ନୂଆ ମାମଲା ମଧ୍ୟରୁ କେବଳ ୫ ରାଜ୍ୟରୁ ୧୮ ହଜାର ଲୋକ ସଂକ୍ରମିତ ହୋଇଛନ୍ତି।
ବିଶେଷ କରି ଦିଲ୍ଲୀ ଓ କେରଳରେ ପୁଣିଥରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତା ବଢ଼ାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos