ଆସନ୍ତା ୨ ବର୍ଷରେ ୫୦ ପ୍ରତିଶତ ଚାଷୀ ଫସଲ ବୀମା ଯୋଜନାରେ ସାମିଲ ହେବେ: ମୋଦି

ନୂଆଦିଲ୍ଲୀ: ଆସନ୍ତା ୨ବର୍ଷ ମଧ୍ୟରେ ଦେଶର ୫୦ ପ୍ରତିଶତ ଚାଷୀ ଫସଲ ବୀମା ଯୋଜନା ଯୋଜନାରେ ସାମିଲ ହେବେ। ଏ ନେଇ ସାରା ଦେଶରେ ସଚେତନତା ସୃଷ୍ଟି କରାଯିବା ଦରକାର। ୨୦୧୬ ବର୍ଷର ପ୍ରଥମ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ରବିବାର ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫସଲ ସୁରକ୍ଷା ଯୋଜନାରେ ଚାଷୀଙ୍କୁ ସର୍ବୋତ୍ତମ ସାହାଯ୍ୟ କରିବାକୁ ସେ ମତପୋଷଣ କରିଥିଲେ।

ମୋଦି କହିଥିଲେ, ଆମ ଦେଶକୁ କୃଷି ପ୍ରଧାନ ରାଷ୍ଟ୍ର ବୋଲି କୁହାଯାଏ। କୃଷିକୁ ଭିତ୍ତି କରି ଚାଷୀ ଜୀବନ ଯାପନ କରେ। କିନ୍ତୁ ପ୍ରାକୃତିକ ଦୂର୍ବିପାକ କାରଣରୁ ଚାଷୀର ବର୍ଷକ ଯାକର ପରିଶ୍ରମ ମାଟିରେ ମିଶିଯାଏ। ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଗତ ମାସରେ ସରକାର ଏହି ଯୋଜନାକୁ ହାତକୁ ନେଇଛନ୍ତି। ପ୍ରାକୃତିକ ଦୁର୍ବିପାକ କାରଣରୁ ଫସଲ ବୀମାରେ ହିଁ ଚାଷୀଙ୍କୁ ସୁରକ୍ଷା ଦେଇପାରିବ। ନୂଆବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀ ପାଇଁ ଉପହାର ସଦୃଶ ବୋଲି ସେ କହିଛନ୍ତି।

ଏହାସହ ସେ ଖଦିର ପ୍ରସାର ପ୍ରଚାର, କନ୍ୟା ସୁରକ୍ଷା ଓ ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଉପରେ ଗୁରୁତ୍ତ୍ୱାରୋପ କରିଥିଲେ। ଯୁବପୀଢି ଖଦିପ୍ରତି ଆକର୍ଷଣ ଦେଖାଇଛନ୍ତି ବୋଲି ସେ କହିଥିଲେ।

ଆହୁରି ପଢ଼ନ୍ତୁ

ବିରୋଧୀଙ୍କ ଅସନ୍ତୋଷ ଭିତରେ ସରକାର ବଢ଼ାଇଲେ ଏମଏସପି

ଆଇସିୟୁରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ

ବିଗତ ଚାରି ବର୍ଷରେ କେତେ ଜଣଙ୍କୁ ଭାରତର ନାଗରିକତ୍ୱ ଦିଆଯାଇଛି?

ଦେହଜୀବୀଙ୍କୁ ସହଯୋଗ କରିବା ପାଇଁ ରାଜ୍ୟକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

ନିଲମ୍ବନ ବିରୋଧରେ ଧାରଣାରେ ଆଠ ସାଂସଦ, ଗୃହ କାର୍ଯ୍ୟ ଠପ୍

ନୌସେନାର ହେଲିକପ୍ଟର ବିଭାଗରେ ଦୁଇ ମହିଳା ଅଧିକାରୀ ସାମିଲ୍

ତବଲିଗି ଜମାତ ପାଇଁ କରୋନା ସଂକ୍ରମଣ ବ୍ୟାପିଛି: ଗୃହ ମନ୍ତ୍ରାଳୟ

ମୁମ୍ୱାଇ ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ

ସଂସଦ ପହଞ୍ଚିଲା କାଷ୍ଟିଂ କାଉଚ ମାମଲା, ପାଏଲଙ୍କ ସମର୍ଥନରେ ରୁପା ଗାଙ୍ଗୁଲି

ଡ୍ରଗ୍ସ ଲିଙ୍କ୍: ଏନସିବି ରାଡାରରେ ଆଉ ଜଣେ ବଲିଉଡ ଅଭିନେତ୍ରୀ

ଲାଲୁ ଜେଲରେ ଥାଇ ପ୍ରତିଦିନ ଫୋନରେ କଥା ହେଉଛନ୍ତି: ଆରଜେଡି ନେତା

ରିଆ ଜଣେ ଛୋଟ ଡ୍ରଗ୍ସ ବ୍ୟବସାୟୀ ନୁହନ୍ତି: ଏନସିବି ମୁଖ୍ୟ