ଏଣିକି ରାଜଧାନୀରେ ବାହାଘର ହେଲେ ଯୋଗଦେଇ ପାରିବେ ୫୦ ଜଣ ଲୋକ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନୂଆ ନିୟମ ଲାଗୁ କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏଣିକି ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ୫୦ ଜଣ ଲୋକଙ୍କୁ ଅନୁମତି ମିଳିବ ବୋଲି କହିଛନ୍ତି। ପୂର୍ବରୁ କେନ୍ଦ୍ରର ଗାଇଡଲାଇନ ଅନୁଯାୟୀ, ବାହାଘର କାର୍ଯ୍ୟକ୍ରମରେ ୨୦୦ ଜଣ ଲୋକ ସାମିଲ ହେବାର ପ୍ରାବଧାନ ରହିଥିଲା। ଦିଲ୍ଲୀରେ ଏଯାଏ ୪.୯୫ […]

u

u

Hemant Lenka
  • Published: Wednesday, 18 November 2020
  • Updated: 18 November 2020, 03:38 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନୂଆ ନିୟମ ଲାଗୁ କରିଛନ୍ତି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏଣିକି ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ୫୦ ଜଣ ଲୋକଙ୍କୁ ଅନୁମତି ମିଳିବ ବୋଲି କହିଛନ୍ତି। ପୂର୍ବରୁ କେନ୍ଦ୍ରର ଗାଇଡଲାଇନ ଅନୁଯାୟୀ, ବାହାଘର କାର୍ଯ୍ୟକ୍ରମରେ ୨୦୦ ଜଣ ଲୋକ ସାମିଲ ହେବାର ପ୍ରାବଧାନ ରହିଥିଲା।

ଦିଲ୍ଲୀରେ ଏଯାଏ ୪.୯୫ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହେଲେଣି। ଏଥିପାଇଁ ବାହାଘରରେ ଯୋଗ ଦେଉଥିବା ଲୋକଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମତାମତ ଦେଇଥିଲେ ଓ ଏଥିପାଇଁ ଉପ ରାଜ୍ୟପାଳ ଅନୀଲ ବୈଜଲଙ୍କ ଅନୁମତି ଲୋଡ଼ିଥିଲେ।

ଶ୍ରୀ ବୈଜଲ ଏହି ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମତି ଦେଇଛନ୍ତି। ଉପ ରାଜ୍ୟପାଳଙ୍କ ଅନୁମତି ପରେ ଆଜି ଦିଲ୍ଲୀ ସରକାର ବିଜ୍ଞପ୍ତି ପ୍ରକାଶ କରି ବାହାଘରରେ ଏଣିକି ୫୦ ଜଣ ଲୋକ ଯୋଗଦେଇ ପାରିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos