ପାକିସ୍ତାନ ପଟୁ ଗୁଳିମାଡ଼: ଗୋଟିଏ ପରିବାରର ୫ ମୃତ

ଶ୍ରୀନଗର: ପାକିସ୍ତାନ ତା ଅଭ୍ୟାସ ଛାଡ଼ୁନି। ଲଗାତାର ଭାବେ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରୁଛି ଓ ଭାରତର ସୀମା ମଧ୍ୟକୁ ଗୁଳିମାଡ଼ କରୁଛି। ଆଜି ସକାଳେ ବି ଗୁଳିମାଡ଼ କରିଛି ପାକିସ୍ତାନ ସେନା। ଜମ୍ମୁ ଓ କାଶ୍ମୀରର ପୁଂଛ ଅଞ୍ଚଳରେ ଆଜି ସୀମା ସେପଟରୁ ଜୋରଦାର ଗୁଳିମାଡ଼ ହୋଇଥିଲା। ଏଥିରେ ଗୋଟିଏ ପରିବାରର ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଅଛନ୍ତି।

ପୁଂଛ ଅଞ୍ଚଳର ବାଲାକୋଟର ଦେବତା ଗାଁର ଘଟିଛି ଏହି ଘଟଣା। ଗାଁର ମହମ୍ମଦ ରମଜାନ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ହୋଇଥିଲା ଆଖିବୁଜା ଗୁଳିମାଡ଼। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।