ପେହଲୁ ଖାନ୍‌ ଲିଞ୍ଚିଂ ମାମଲା: ସମସ୍ତ ୬ ଅଭିଯୁକ୍ତ ଦୋଷମୁକ୍ତ

ଜୟପୁର: ବହୁ ଚର୍ଚ୍ଚିତ ପେହଲୁ ଖାନ୍‌ ମବ୍‌ ଲିଞ୍ଚିଂ ମାମଲାରେ ଆଜି ସମସ୍ତ ୬ ଅଭିଯୁକ୍ତଙ୍କୁ ରାଜସ୍ଥାନ ସ୍ଥିତ ଅଲୱାରର ଏକ ଟ୍ରାଏଲ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାର ବିଚାର ଆଡସିନାଲ ଡିଷ୍ଟ୍ରିକ୍ଟ ଜଜ୍‌ ଅଗଷ୍ଟ ୭ରେ ଶେଷ କରିଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ଯଦି କେହି ବି ଦୋଷୀ ନୁହନ୍ତି, ତା’ହେଲେ ପେହଲୁ ଖାନଙ୍କୁ କିଏ ମାରିଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କ୍ୟାମେରାରେ ପେହଲୁ […]

Untitled-1-10

Untitled-1-10

Hemant Lenka
  • Published: Wednesday, 14 August 2019
  • Updated: 14 August 2019, 06:28 PM IST

Sports

Latest News

ଜୟପୁର: ବହୁ ଚର୍ଚ୍ଚିତ ପେହଲୁ ଖାନ୍‌ ମବ୍‌ ଲିଞ୍ଚିଂ ମାମଲାରେ ଆଜି ସମସ୍ତ ୬ ଅଭିଯୁକ୍ତଙ୍କୁ ରାଜସ୍ଥାନ ସ୍ଥିତ ଅଲୱାରର ଏକ ଟ୍ରାଏଲ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାର ବିଚାର ଆଡସିନାଲ ଡିଷ୍ଟ୍ରିକ୍ଟ ଜଜ୍‌ ଅଗଷ୍ଟ ୭ରେ ଶେଷ କରିଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି।

ଯଦି କେହି ବି ଦୋଷୀ ନୁହନ୍ତି, ତା’ହେଲେ ପେହଲୁ ଖାନଙ୍କୁ କିଏ ମାରିଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କ୍ୟାମେରାରେ ପେହଲୁ ଖାନ୍‌ଙ୍କୁ ଆକ୍ରମଣ କରିବାର ଦୃଶ୍ୟ କଏଦ ହୋଇଥିଲା। ତଥାପି ‘ବେନିଫିଟ୍‌ ଅଫ୍‌ ଡାଉଟ୍‌’ ଯୋଗୁ ସମସ୍ତ ୬ ଅଭିଯୁକ୍ତଙ୍କୁ କୋର୍ଟ ଖଲାସ କରିଦେଇଛନ୍ତି।

ପ୍ରଥମେ ଏହି ମାମଲାର ବିଚାର ବେହରୋରରେ ହେଉଥିଲା। ତେବେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ଅଲୱାରକୁ ସ୍ଥାନାନ୍ତର କରିଥିଲେ। ତେବେ ପ୍ରମାଣ ଅଭାବରୁ ଏହି ମାମଲାରେ ସମସ୍ତେ ମୁକ୍ତି ପାଇଛନ୍ତି। ୫୦ ବର୍ଷୀୟ ପେହଲୁ ଖାନ, ତାଙ୍କର ଦୁଇ ପୁଅ ଓ ଆଉ କିଛି ସହଯୋଗୀ ଗୋ-ମାଂସ ଚାଲାଣା କରୁଥିବା ଅଭିଯୋଗ ହୋଇଥିଲା।

ଏଥିପାଇଁ ୨୦୧୭ ଏପ୍ରିଲ ୧ରେ ବେହରୋରଠାରେ କିଛି ତଥାକଥିତ ଗୋ-ରକ୍ଷକକାରୀ ସେମାନଙ୍କୁ ଆକ୍ରମଣ କରିଥିଲେ। ଏପ୍ରିଲ ୪ରେ ପେହଲୁ ଖାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ବେହରୋର ପୁଲିସ୍‌ ଏହି ଘଟଣାରେ ୭ଟି ଏଫ୍‌ଆଇଆର ରୁଜୁ କରିଥିଲା। ଗୋଟିଏ ପେହଲୁ ଖାନ୍‌ଙ୍କ ହତ୍ୟାକାଣ୍ଡ ପାଇଁ ଓ ଅନ୍ୟ ୬ଟି ବେଆଇନ୍‌ ଗୋ ମାଂସ ଚାଳାଣ ପାଇଁ ରୁଜୁ ହୋଇଥିଲା। କିନ୍ତୁ ଏବେ ସମସ୍ତେ ଏହି ମାମଲାରେ ଛାଡ଼ ପାଇଛନ୍ତି।

୨୦୧୭ ମସିହାରେ ପେହଲୁ ‘ଗୋ ରକ୍ଷକ’ଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଆସୁଥିଲା। କିନ୍ତୁ ପେହଲୁ ଖାନ୍‌ ଏବଂ ତାଙ୍କ ଦୁଇ ପୁଅ ନାମରେ ପୁଲିସ୍‌ ବେଆଇନ ଗୋଚାଲାଣ ମାମଲା ରୁଜୁ କରିଥିଲା। ପୁଲିସ୍‌ ଚାର୍ଜଶିଟ୍‌ରେ ପେହଲୁ ଖାନ୍‌ର ପୁଅ ଇର୍ସାଦ୍‌ ଏବଂ ଆରିଫ୍‌ଙ୍କ ନାମରେ ଗୋସୁରକ୍ଷା ସମ୍ବନ୍ଧୀୟ ଆଇନ (ରାଜସ୍ଥାନ ବୋଭାଇନ୍‌ ଆନିମଲ)ର ଧାରା ୫,୮ ଏବଂ ୯ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଅନ୍ୟପକ୍ଷରେ ମୃତ ପେହଲୁ ଖାନ୍‌ଙ୍କ ନାମରେ ଏହି ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos