ଘରେ ପଶିଲାଣି କରୋନା

ନୂଆଦିଲ୍ଲୀ: ଚାଇନାରେ ମହାମାରୀ ରୂପ ଧାରଣ କରିଥିବା ପ୍ରାଣଘାତୀ କରୋନା ଭାଇରସର ଆଖି ଏବେ ଭାରତ ଉପରେ ପଡ଼ିଛି। ବିଶ୍ୱର ୬୦ରୁ ଅଧିକ ଦେଶରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ଭାରତର ୩ ଜଣ ଲୋକ ଆକ୍ରାନ୍ତ ହେବା ପରେ ଦିଲ୍ଲୀଠାରୁ ପଲ୍ଲୀ ଯାଏ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ୩ ନୂଆ ରୋଗୀଙ୍କୁ ମିଶାଇ ଭାରତରେ ଏଯାଏ ମୋଟ ୬ ଜଣ ରୋଗୀଙ୍କ ଶରୀରରେ କରୋନା ଭୂତାଣୁ ଠାବ କରାଯାଇଛି। ପୂର୍ବରୁ କେରଳରେ ୩ ଜଣ କରୋନା […]

c

c

Hemant Lenka
  • Published: Tuesday, 03 March 2020
  • Updated: 03 March 2020, 09:06 PM IST

ନୂଆଦିଲ୍ଲୀ: ଚାଇନାରେ ମହାମାରୀ ରୂପ ଧାରଣ କରିଥିବା ପ୍ରାଣଘାତୀ କରୋନା ଭାଇରସର ଆଖି ଏବେ ଭାରତ ଉପରେ ପଡ଼ିଛି। ବିଶ୍ୱର ୬୦ରୁ ଅଧିକ ଦେଶରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ଭାରତର ୩ ଜଣ ଲୋକ ଆକ୍ରାନ୍ତ ହେବା ପରେ ଦିଲ୍ଲୀଠାରୁ ପଲ୍ଲୀ ଯାଏ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

୩ ନୂଆ ରୋଗୀଙ୍କୁ ମିଶାଇ ଭାରତରେ ଏଯାଏ ମୋଟ ୬ ଜଣ ରୋଗୀଙ୍କ ଶରୀରରେ କରୋନା ଭୂତାଣୁ ଠାବ କରାଯାଇଛି। ପୂର୍ବରୁ କେରଳରେ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ତେବେ ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ସୋମବାର ଦିଲ୍ଲୀ ଓ ହାଇଦ୍ରାବାଦର ଜଣେ ଲେଖାଏ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ଇତି ମଧ୍ୟରେ ରାଜସ୍ଥାନର ଜୟପୁରରେ ଜଣେ ଇଟାଲୀୟ ମହିଳା ପର୍ଯ୍ୟଟକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି।

ଶନିବାର ଇଟାଲୀୟ ପର୍ଯ୍ୟଟକଙ୍କଠାରୁ ସଂଗୃହିତ ପ୍ରଥମ ନମୁନାରୁ କରୋନା ଚିହ୍ନଟ ହୋଇନଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ଖରାପ ହେବାରୁ ଦ୍ୱିତୀୟ ଥର ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସୋମବାର ନମୁନାର ରେଜଲ୍ଟ କରୋନା ପଜିଟିଭ୍ ବାହାରିଛି।

ରିପୋର୍ଟରେ ଭିନ୍ନତା ଥିବାରୁ ପୁଣିଥରେ ନମୁନା ପରୀକ୍ଷା ପାଇଁ ପୁଣେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) କୁ ପଠାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

ଉତ୍ତର ପ୍ରଦେଶର ଆଗ୍ରାରୁ ୬ ଜଣ ସନ୍ଦିଗ୍ଧ କରୋନା ରୋଗୀଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି। ଏମାନେ କରୋନାରେ ଆକ୍ରାନ୍ତ କି ନାହିଁ, ତା’ର ପରୀକ୍ଷା ନୀରାକ୍ଷା କରାଯାଉଛି। ଏହାକୁ ନେଇ ସାରା ଦେଶରେ କୋରାନ ଭାଇରସ କୋକୁଆ ଭୟ ସୃଷ୍ଟି କରିଛି।  ଆଜି ଆଗ୍ରାରେ ପ୍ରଥମେ ୬ଜଣଙ୍କ ଶରୀରରେ କରୋନା ଭୂତାଣୁ ପ୍ରବେଶ କରିଥିବା ସନ୍ଦେହ ସୃଷ୍ଟି ହୋଇଥିଲା। ସେମାନଙ୍କୁ ତୁରନ୍ତ ଦିଲ୍ଲୀ ସ୍ଥାନାନ୍ତର କରାରଯାଇଛି। ଏମାନେ ସମସ୍ତେ ନିକଟରୁ ଇଟାଲିରୁ ଫେରିଥିଲେ ବୋଲି ଜଣାପଡ଼ିଛି।

ସେହିପରି ଦିଲ୍ଲୀର ଯେଉଁ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ, ସେ ଏକ ଜନ୍ମଦିନ ପାର୍ଟି ରଖିଥିଲେ। ଏଥିରେ ନୋଏଡା ସ୍କୁଲର ଦୁଇ ଜଣ ପିଲା ମଧ୍ୟ ଯୋଗଦେଇଥିଲେ। ଏହା ଜଣାପଡ଼ିବା ପରେ ଉକ୍ତ ସ୍କୁଲରେ କୋକୁଆ ଭୟ ସୃଷ୍ଟି ହୋଇଛି। ଦୁଇ ପିଲା ପଢୁଥିବା ନୋଏଡ଼ା ଅଞ୍ଚଳର ୨ଟି ସ୍କୁଲକୁ ୩ଦିନ ପାଇଁ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ସ୍ଥିତିକୁ ଦେଖି ଦେଶର ସମସ୍ତ ବିମାନ ବନ୍ଦରରେ ସ୍କ୍ରିନିଂ ଜୋରଦାର କରାଯାଇଛି। ଏପରି କି ସୁରକ୍ଷାକର୍ମୀଙ୍କୁ ମାସ୍କ ଓ ଗ୍ଲୋବ୍ସ ଆଦି ଦିଆଯାଇଛି। ଭାରତ ସରକାର ନୂଆ ଟ୍ରାଭେଲ ଆଡଭାଇଜରୀ ଜାରି କରିବା ସହ ଲୋକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି।

ଭାରତ ସରକାର ଜାରି କରିଥିବା ନୂଆ ଟ୍ରାଭେଲ ଆଡଭାଇଜରୀ ଅନୁସାରେ, ଚାଇନା, ଇଟାଲୀ, ଇରାନ୍, ଦକ୍ଷିଣ କୋରିଆ ଓ ଜାପାନରୁ ଭାରତ ଆସିବାକୁ ଥିବା ସମସ୍ତ ଭିସା ରଦ୍ଦ କରାଯାଇଛି। ଭାରତୀୟ ଇମିଗ୍ରେସନ ବ୍ୟୁରୋ ଏହି ୫ ଦେଶ ସହ ହଂକଂ, ମାକାଉ, ଭିଏତନାମ୍, ମ୍ୟାଲେସିଆା, ଇଣ୍ଡୋନେସିଆ, ନେପାଳ, ଥାଇଲ୍ୟାଣ୍ଡ, ସିଙ୍ଗାପୁର ଓ ତାଇଓ୍ୱାନ୍ ଭଳି ଦେଶରୁ ଆସୁଥିବା ଯାତ୍ରୀଙ୍କ ମେଡିକାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି।

ବିଭିନ୍ନ ବିମାନ ସେବା କମ୍ପାନୀ ଉଡ଼ାଣ ବେଳେ ଯାତ୍ରୀଙ୍କୁ ଭାରତ ସରକାର ଜାରି କରିଥିବା ନିର୍ଦ୍ଦେଶନାମା ପାଳନ କରିବାକୁ କହିଛନ୍ତି। ଲୋକଙ୍କୁ ଯଥା ସମ୍ଭବ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆଜି ଜରୁରୀ ବୈଠକ ଡକାଇଥିଲେ। ୧୯ଟି ସରକାରୀ ଓ ୬ଟି ଘରୋଇ ହସ୍ପିଟାଲରେ ୨୩୯ଟି ବେଡ୍‌କୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଭାବେ ସଂରକ୍ଷିତ ରଖିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାର ମଧ୍ୟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଆସନ୍ତାକାଲି କରୋନା ଭାଇରସର ମୁକାବିଲା ପାଇଁ ଭାରତ କେମିତି ପ୍ରସ୍ତୁତ ଏହି କମିଟି ତା’ର ସମୀକ୍ଷା କରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ଏହି କମିଟିରେ ଏମ୍‌ସ, ଲେଡି ହାର୍ଡଙ୍ଗ ହସ୍ପିଟାଲ, ସଫର୍ଦଜଙ୍ଗ, ଆରଏମଏଲ ହସ୍ପିଟାଲର ଡାକ୍ତର ରହିଛନ୍ତି।

ଏଥିସହ ଅତ୍ୟାବଶ୍ୟକ ମେଡିସିନ୍‌ ରପ୍ତାନୀକୁ ଭାରତ ସରକାର ଆଜିଠାରୁ ବନ୍ଦ କରିଦେଇଛନ୍ତି। ବିଶେଷ କରି ପାରାସିଟମଲ, neomycin, acyclovir, tinidazole, metronidazole, ornidazole, Vitamin B12, Vitamin B6, Vitamin B1, progesterone, clindamycin salts, erythromycin salts, chloramphenicol ମେଡିସିନା ରପ୍ତାନୀ ଉପରେ ରୋକ ଲାଗିଛି।

ଦକ୍ଷିଣ କୋରିଆ, ଇଟାଲୀ ଓ ଜାପାନରୁ ଆସୁଥିବା ବିମାନଗୁଡ଼ିକ ପ୍ରତି ଅଧିକ ସତର୍କ ଅବଲମ୍ବନ କରିବାକୁ ଡିଜିସିଏ ପକ୍ଷରୁ କୁହାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଟିଭି, ରେଡିଓ ଏବଂ ଏଫଏମ ଚ୍ୟାନେଲ ଗୁଡ଼ିକୁ ଲୋକଙ୍କୁ ସତର୍କ କରିବା ଭଳି କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା ୮ ତାରିଖରୁ ଭାରତୀୟ ନୌସେନା ଏକାଧିକ ବିଦେଶୀ ରାଷ୍ଟ୍ର ସହ ମିଶି ସମରାଭ୍ୟାସ କରିବାର ଥିଲା। ହେଲେ କରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଛି।

ଅନ୍ୟପକ୍ଷରେ ଘାତକ କରୋନା ଭାଇରସ ଚାଇନା ଭଳି ଇରାନ୍, ଦକ୍ଷିଣ କୋରିଆ ଓ ଇଟାଲୀରେ ବି ବ୍ୟାପି ଚାଲିଛି। ଇରାନରେ ଆଜି ଆଉ ୧୧ଜଣ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଫଳରେ ଏଠାରେ ମୃତ୍ୟୁସଂଖ୍ୟା ୬୫ରେ ପହଞ୍ଚିଛି। ଚାଇନାରେ ଆଜି ପୁଣି ୧୨୫ ଜଣଙ୍କ ମୃତ୍ୟୁ କରୋନା ଭାଇରସ ଯୋଗୁ ହୋଇଛି। ଏଠାରେ ଏଯାଏ ୨୯୪୫ ଜଣ କରୋନା ଯୋଗୁ ପ୍ରାଣ ହରାଇଥିବା ବେଳେ ୮୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।

ସେହିପରି ସାରା ବିଶ୍ୱରେ କରୋନା ଯୋଗୁ ଏଯାବତ ୩୧୨୦ ଜଣଙ୍କ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୯୧,୩୪୭ରେ ପହଞ୍ଚିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଥିବା ୪୮,୨୮୪ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story