ବିନା ମାସ୍କରେ ବିହାର ନିର୍ବାଚନ ପାଇଁ ପ୍ରଚାର: ୬ ଫୁଟର ଦୂରତା ନିୟମକୁ ଫୁ’

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରାଯାଇଛି। ଏବେ ବିହାରରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ ହେଁ ନେତାଙ୍କ ପ୍ରଚାର ବେଳେ ଯେଉଁ ସବୁ ଦୃଶ୍ୟ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ନେତାମାନେ ନିଜର ପ୍ରଚାର ପାଇଁ ରାସ୍ତାରୁ ଓହ୍ଲାଇବା କ୍ଷଣି ସାମାଜିକ ଦୂରତା ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିବା ଦେଖିବାକୁ ମିଳୁଛି। ଅଗଷ୍ଟ ୬ରୁ ୧୫ ଯାଏ ବିହାରରେ କୋଭିଡ୍‌ ଫୁଲ ପିକ୍‌ରେ ଥିଲା। ଏଥିପାଇଁ ପ୍ରତିଦିନ ପ୍ରାୟ […]

dd

dd

Hemant Lenka
  • Published: Thursday, 15 October 2020
  • Updated: 15 October 2020, 09:54 PM IST

Sports

Latest News

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରାଯାଇଛି। ଏବେ ବିହାରରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ ହେଁ ନେତାଙ୍କ ପ୍ରଚାର ବେଳେ ଯେଉଁ ସବୁ ଦୃଶ୍ୟ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ନେତାମାନେ ନିଜର ପ୍ରଚାର ପାଇଁ ରାସ୍ତାରୁ ଓହ୍ଲାଇବା କ୍ଷଣି ସାମାଜିକ ଦୂରତା ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିବା ଦେଖିବାକୁ ମିଳୁଛି।

ଅଗଷ୍ଟ ୬ରୁ ୧୫ ଯାଏ ବିହାରରେ କୋଭିଡ୍‌ ଫୁଲ ପିକ୍‌ରେ ଥିଲା। ଏଥିପାଇଁ ପ୍ରତିଦିନ ପ୍ରାୟ ୪ ହଜାର ସଂକ୍ରମିତ ଚିହ୍ନଟ ହେଉଥିଲେ। ଏବେ ଅବଶ୍ୟ ୧୨ ଶହ ଲେଖାଏ ଅକ୍ରାନ୍ତ ଚିହ୍ନଟ ହେଉଛନ୍ତି। ହେଲେ ସାମାଜିକ ଦୂରତା ନିୟମକୁ ଫୁ’ ଓ ମାସ୍କ ପିନ୍ଧିବା କଟକଣାକୁ ଭୁଲି ଲୋକମାନେ ନେତାଙ୍କ ରାଲିରେ ଯୋଗଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବୁଧବାର ନୀତୀଶ କୁମାର ଆଗାମୀ ନିର୍ବାଚନ ପାଇଁ ମୋକାମା ଠାରେ ଶୋଭାଯାତ୍ରା କରିଥିଲେ। ଏଥିରେ ହଜାର ହଜାର ସଂଖ୍ୟକ ଲୋକ ଯୋଗଦେଇଥିଲେ। କେହି ବି ୬ଫୁଟ ଦୂରତାକୁ ମାନି ନଥିଲେ କିମ୍ବା ମାସ୍କ ମଧ୍ୟ ପିନ୍ଧି ନଥିଲେ। ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ, ନେତାଙ୍କ ରାଲିରେ ୨୦୦ରୁ ଅଧିକ ଲୋକ ଯୋଗଦେଇପାରିବେ ନାହିଁ। ସେହିପରି ସମସ୍ତେ ମାସ୍କ ମଧ୍ୟ ପିନ୍ଧିବେ। ହେଲେ ଏହାକୁ କେହି ବି ମାନି ନଥିଲେ।

ସେହିପରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମହନର ଠାରେ କରିଥିବା ରାଲିରେ ମଧ୍ୟ ସାମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଥିରେ ଶହଶହ ଲୋକ ଯୋଗଦେଇଥିଲେ ହେଁ କେହି ବି ମାସ୍କ ପିନ୍ଧି ନଥିଲେ। ଆରଜେଡି ନେତା ତେଜ ପ୍ରତାପ ଯାଦବ ହାସନାପୁର ପାଇଁ ନାମାଙ୍କନ ଦାଖଲ କରିବା ବେଳେ କୋଭିଡ ଗାଇଡଲାଇନକୁ ଉଲ୍ଲଙ୍ଘନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos