କ୍ୟାମେରାରେ କଏଦ ହେଲା ଆତଙ୍କୀଙ୍କ ଗ୍ରେନେଡ ଆଟାକ୍‌

ଶ୍ରୀଗନର: ସୁରକ୍ଷାକର୍ମୀଙ୍କ କନଭୟକୁ ଟାର୍ଗେଟ କରି ଆଜି ଆତଙ୍କବାଦୀମାନେ ଗ୍ରେନେଡ ହମଲା କରିଛନ୍ତି। ଜମ୍ମୁ-କଶ୍ମୀରର ବାରମୁଲ୍ଲା ଠାରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଥିଲେ ହେଁ ଏହା ସୁରକ୍ଷାକର୍ମୀଙ୍କ କନଭୟରେ ମାଡ଼ ହୋଇନାହିଁ। ରାସ୍ତାରେ ଗ୍ରେନେଡ ମାଡ଼ ହେବାରୁ ୬ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଏହି ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

ଆତଙ୍କୀଙ୍କ ଗ୍ରେନେଡ ଆକ୍ରମଣର ଦୃଶ୍ୟ ସିସିଟିଭରେ କଏଦ ହୋଇଛି। ଭିଜୁଆଲ ଅନୁଯାୟୀ, ପ୍ରଥମେ ଆର୍ମିର ଦୁଇଟି ଟ୍ରକ ଓ ପରେ ଦୁଇଟି ଜିପ୍‌ ବାରମୁଲ୍ଲାରେ ଥିବା ବ୍ରିଜ୍‌ ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି। ଆର୍ମି କନଭେୟ ପାଇଁ ଅନ୍ୟଗାଡ଼ିକୁ ଅଟକାଇ ରଖାଯାଇଥିଲା। ତେବେ ଆର୍ମି କନଭୟର ଶେଷ ଗାଡ଼ି ବ୍ରିଜ୍‌ ଅତିକ୍ରମ କରିଥିବା ବେଳେ ହଠାତ୍‌ ଏହା ପଛରେ ଗୋଟିଏ ବିସ୍ଫୋରଣ ହୋଇଥିଲା।


ରାସ୍ତାରୁ ଧୁଆଁ ବାହାରିବା ସହ ଲୋକମାନେ ଏଣେତେଣ ଦୌଡ଼ୁ ଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ବିସ୍ଫୋରଣ ପରେ ଲୋକମାନେ ଘଟଣା ସ୍ଥଳରୁ ଚାଲିଯାଇଥିଲେ। ବ୍ରିଜ୍‌ ଉପରେ ଥିବା ଗାଡ଼ିଗୁଡ଼ିକ ବ୍ୟାକ ଗିୟର ପକାଇ ପଛକୁ ଫେରିଯାଇଥିଲେ। ପୂରା ଘଟଣା କ୍ୟାମେରାରେ କଏଦ ହୋଇଛି।

ଆହୁରି ପଢ଼ନ୍ତୁ

ଦେଶରେ ପ୍ରଥମ: ଏହି ରାଜ୍ୟରେ ୨୫% ଛାଡ଼ ହେଲା ସ୍କୁଲ ଫି’

ଆୟକର ରିଟର୍ଣ୍ଣର ଅବଧି ପୁଣି ବଢ଼ିଲା, ନୂଆ ତାରିଖ ସମ୍ପର୍କରେ ଜାଣନ୍ତୁ

କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀଙ୍କ ସୁରକ୍ଷା ସମ୍ପର୍କରେ ପୁଲିସକୁ‌ ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ

ୟୁପିରେ ନିର୍ଭୟା ଗଣଦୁଷ୍କର୍ମର ପୁନରାବୃତ୍ତି: ଯୋଗୀଙ୍କ ଇସ୍ତଫା ଦାବି ଜୋର ଧରିଲା

ଲକ୍ଷେ ମୁହାଁ ଦେଶରେ କରୋନା ମୃତ୍ୟୁସଂଖ୍ୟା

ଅର୍ଗାନ ଡୋନେଟ କରିବେ ଅମିତାଭ, କିନ୍ତୁ ଫ୍ୟାନ୍‌ ଉଠାଇଲେ ପ୍ରଶ୍ନ

ହାଥରସ ମାମଲା: ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ନାହାନ୍ତି କହିଲେ ଆଇଜି

ବାବ୍ରି ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇ ଅବସର ନେବେ ଜଷ୍ଟିସ୍ ଏସ.କେ ଯାଦବ

ହାଥରସ ଦୁଷ୍କର୍ମ ମାମଲା, ଯୋଗୀଙ୍କ ସହ କଥା ହେଲେ ମୋଦି

ଜାପାନ ଯିବେ ଜୟଶଙ୍କର, ବଢ଼ିଲା ଚୀନର ଟେନସନ

ବିବାଦୀୟ ମନ୍ତବ୍ୟ ପାଇଁ ସଞ୍ଜୟ ରାଉତଙ୍କ ଉପରେ ବର୍ଷିଲେ କୋର୍ଟ

ଟ୍ରାକ୍ଟର ପୋଡ଼ି ମାମଲାରେ ଆଉ ଚାରି ଗିରଫ୍