ପୁଣି ଲଜ୍ଜା: ୬ ବର୍ଷୀୟ ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ପରେ ସ୍କୁଲ ବେଲଟରେ ତଣ୍ଟି ଚିପି ହତ୍ୟା

ଜୟପୁର: ଦେଶରେ ଦୁଷ୍କର୍ମ ଘଟଣା ବଢ଼ିବାରେ ଲାଗିଛି। ମହିଳା ଓ ଶିଶୁମାନେ ଯେ ଏଠାରେ ଆଉ ସୁରକ୍ଷିତ ନୁହନ୍ତି, ତାହା ପୁଣିଥରେ ପ୍ରମାଣିତ ହୋଇଛି। ରାଜସ୍ଥାନର ଟୋଙ୍କ ଜିଲ୍ଲାରୁ ଗତକାଲି ଠାରୁ ନିଖୋଜ ଥିବା ଜଣେ ୬ ବର୍ଷୀୟ ଶିଶୁକନ୍ୟାର ମୃତଦେହ ଆଜି ଉଦ୍ଧାର ହୋଇଛି। ତାଙ୍କୁ ଦୁଷ୍କର୍ମ କରାଯିବା ପରେ ତାଙ୍କରି ସ୍କୁଲ ବେଲଟରେ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଶିଶୁଟି ରହୁଥିବା ଖେତାଡି ଗାଁ ନିକଟ ଏକ ବୁଦା ମୂଳରୁ ଆଜି ଶିଶୁଟିର ମୃତଦେହ […]

sc

sc

Hemant Lenka
  • Published: Sunday, 01 December 2019
  • Updated: 01 December 2019, 08:42 PM IST

Sports

Latest News

ଜୟପୁର: ଦେଶରେ ଦୁଷ୍କର୍ମ ଘଟଣା ବଢ଼ିବାରେ ଲାଗିଛି। ମହିଳା ଓ ଶିଶୁମାନେ ଯେ ଏଠାରେ ଆଉ ସୁରକ୍ଷିତ ନୁହନ୍ତି, ତାହା ପୁଣିଥରେ ପ୍ରମାଣିତ ହୋଇଛି। ରାଜସ୍ଥାନର ଟୋଙ୍କ ଜିଲ୍ଲାରୁ ଗତକାଲି ଠାରୁ ନିଖୋଜ ଥିବା ଜଣେ ୬ ବର୍ଷୀୟ ଶିଶୁକନ୍ୟାର ମୃତଦେହ ଆଜି ଉଦ୍ଧାର ହୋଇଛି।

ତାଙ୍କୁ ଦୁଷ୍କର୍ମ କରାଯିବା ପରେ ତାଙ୍କରି ସ୍କୁଲ ବେଲଟରେ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଶିଶୁଟି ରହୁଥିବା ଖେତାଡି ଗାଁ ନିକଟ ଏକ ବୁଦା ମୂଳରୁ ଆଜି ଶିଶୁଟିର ମୃତଦେହ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ମଦ ବୋତଲ, କିଛି ଖାଦ୍ୟ ସାମଗ୍ରୀ ଓ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଛି।

ଶିଶୁଟି ପଢ଼ୁଥିବା ସ୍କୁଲରେ ଶନିବାର ଏକ କ୍ରୀଡ଼ା ପ୍ରତିଯୋଗୀତା ଚାଲିଥିଲା। ଏଥିରେ ଭାଗ ନେବା ପାଇଁ ଶିଶୁ ଜଣଙ୍କ ଆସିଥିବା ବେଳେ ନିଖୋଜ ହୋଇଯାଇଥିଲେ।

ଅପରାହ୍ଣ ୩ଟା ସୁଦ୍ଧା ଶିଶୁକନ୍ୟା ଘର ନ ଆସିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ଆଜି ସକାଳେ ହିଁ ତାଙ୍କ ରକ୍ତ ଭିଜା ମୃତଦେହ ଗାଁ ନିକଟ ବୁଦା ନିକଟରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପୁଲିସ୍‌ ଶିଶୁକନ୍ୟାର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos