ଗୋଟିଏ ମିନିଟ୍‌ରେ ୬ଟି ଇଡ୍‌ଲି ଖାଇ ରେକର୍ଡ କଲେ ବୃଦ୍ଧା

ମହୀଶୂର: ଜଣେ ୬୦ ବର୍ଷୀୟ ବୃଦ୍ଧା ମାତ୍ର ଗୋଟିଏ ମିନିଟ୍‌ରେ ୬ଟି ଇଡ୍‌ଲି ଖାଇ ରେକର୍ଡ କରିଛନ୍ତି। ଏଥିସହ ସେ ଇଡ୍‌ଲି ଖାଇବା ପ୍ରତିଯୋଗିତାରେ ବିଜୟୀ ମଧ୍ୟ ହୋଇଛନ୍ତି। ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ କର୍ଣ୍ଣାଟକାର ମହୀଶୂରରେ ଇଡ୍‌ଲି ଖାଇବା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଯିଏ ଗୋଟିଏ ମିନିଟ୍‌ରେ ସର୍ବାଧିକ ଇଡ୍‌ଲି ଖାଇପାରିବ, ତା’କୁ ବିଜେତା ଘୋଷଣା କରାଯିବାର ନିୟମ ରହିଥିଲା। ଏଥିରେ ବିଭିନ୍ନ ବୟସର ଏକାଧିକ ମହିଳା ଭାଗ ନେଇଥିଲେ। ସେମାନଙ୍କୁ ଏକ ପେଣ୍ଡାଲରେ ପଡ଼ିଥିବା […]

c

c

Hemant Lenka
  • Published: Tuesday, 01 October 2019
  • Updated: 01 October 2019, 03:26 PM IST

Sports

Latest News

ମହୀଶୂର: ଜଣେ ୬୦ ବର୍ଷୀୟ ବୃଦ୍ଧା ମାତ୍ର ଗୋଟିଏ ମିନିଟ୍‌ରେ ୬ଟି ଇଡ୍‌ଲି ଖାଇ ରେକର୍ଡ କରିଛନ୍ତି। ଏଥିସହ ସେ ଇଡ୍‌ଲି ଖାଇବା ପ୍ରତିଯୋଗିତାରେ ବିଜୟୀ ମଧ୍ୟ ହୋଇଛନ୍ତି। ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ କର୍ଣ୍ଣାଟକାର ମହୀଶୂରରେ ଇଡ୍‌ଲି ଖାଇବା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଯିଏ ଗୋଟିଏ ମିନିଟ୍‌ରେ ସର୍ବାଧିକ ଇଡ୍‌ଲି ଖାଇପାରିବ, ତା’କୁ ବିଜେତା ଘୋଷଣା କରାଯିବାର ନିୟମ ରହିଥିଲା। ଏଥିରେ ବିଭିନ୍ନ ବୟସର ଏକାଧିକ ମହିଳା ଭାଗ ନେଇଥିଲେ। ସେମାନଙ୍କୁ ଏକ ପେଣ୍ଡାଲରେ ପଡ଼ିଥିବା ଲମ୍ବା ଟେବୁଲ ସାମ୍ନାରେ ବସିବାକୁ କୁହାଯାଇଥିଲା।

ଏହାପରେ ସମସ୍ତଙ୍କୁ ଇଡଲି ଓ ସମ୍ବର ଦିଆଯାଇଥିଲା। ତେବେ ସରୋଜମ୍ମା ମାତ୍ର ଗୋଟିଏ ମିନିଟ୍‌ରେ ୬ଟି ଇଡ୍‌ଲି ଖାଇବ ରେକର୍ଡ ସୃଷ୍ଟି କରିବା ସହ ବିଜୟୀ ହୋଇଥିଲେ। ମହୀଶୂରରେ ଦଶହରା ବେଶ ପ୍ରସିଦ୍ଧ। ଚଳିତ ବର୍ଷ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୮ ଯାଏ ମହୀଶୂରରେ ଦଶହରା ପାଳନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos