୨୦ ବର୍ଷ ସାନ, ତଥାପି ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ରମଣ ସିଂହ

ରାୟପୁର: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ପୂଜକ ଯୋଗୀ ଆଦିତ୍ୟ ନାଥଙ୍କ ବୟସ ମାତ୍ର ୪୬। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ତଥା ଆସନ୍ତାମାସରେ ପୁଣି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ରମଣ ସିଂହଙ୍କ ବୟସ ୬୬। ଉଭୟ ଭାରତୀୟ ଜନତା ପାର୍ଟିର ନେତା। ଯୋଗୀ ଆଦିତ୍ୟ ରମଣ ସିଂହଙ୍କଠାରୁ ୨୦ ବର୍ଷ ସାନ। ତଥାପି ରମଣ ସିଂହ ଯୋଗୀ ଆଦିତ୍ୟନାଥଙ୍କୁ ଫୁଲମାଳ ପିନ୍ଧାଇବା ସହ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଥିବା ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ […]

c

c

Hemant Lenka
  • Published: Tuesday, 23 October 2018
  • Updated: 23 October 2018, 10:02 PM IST

Sports

Latest News

ରାୟପୁର: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ପୂଜକ ଯୋଗୀ ଆଦିତ୍ୟ ନାଥଙ୍କ ବୟସ ମାତ୍ର ୪୬। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ତଥା ଆସନ୍ତାମାସରେ ପୁଣି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ରମଣ ସିଂହଙ୍କ ବୟସ ୬୬। ଉଭୟ ଭାରତୀୟ ଜନତା ପାର୍ଟିର ନେତା। ଯୋଗୀ ଆଦିତ୍ୟ ରମଣ ସିଂହଙ୍କଠାରୁ ୨୦ ବର୍ଷ ସାନ। ତଥାପି ରମଣ ସିଂହ ଯୋଗୀ ଆଦିତ୍ୟନାଥଙ୍କୁ ଫୁଲମାଳ ପିନ୍ଧାଇବା ସହ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଥିବା ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଆସନ୍ତା ମାସରେ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଆଜି ରମଣ ସିଂହ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ସମୟରେ ସେଠାରେ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। ହଠାତ୍‌ ରମଣ ସିଂହ ସର୍ବସମ୍ମୁଖରେ ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ତେବେ କ’ଣ ପାଇଁ ରମଣ ସିଂହ ଏମିତି କଲେ, ତାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।

କେବଳ ବୟସରେ ନୁହେଁ ରାଜନୀତିକ ଅଭିଜ୍ଞତାରେ ମଧ୍ୟ ରମଣ ସିଂହ ଯୋଗୀଙ୍କ ଠାରୁ ବହୁ ଆଗରେ ଅଛନ୍ତି। ରମଣ ସିଂହ ଛତିଶଗଡ଼ର ୩ଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ବିଜେପିର ପୂର୍ବସୂରୀ ଭାବେ ପରିଚିତ ଭାରତୀୟ ଜନସଂଘରେ ରମଣ ସିଂହ ୧୯୭୦ରେ ଯୋଗ ଦେଇଥିଲେ। ଏହାପରେ ସେ ୧୯୭୬-୭୭ରେ ଯୁବ ବାହିନୀର ସଭାପତି ହୋଇଥିଲେ। ହେଲେ ଯୋଗୀ ଆଦିତ୍ୟନାଥ ୧୯୭୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ସେହିପରି ମାତ୍ର ଦେଢ଼ ବର୍ଷ ହେଲା ଯୋଗୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ହେଲେ ଗୋରଖନାଥ ମନ୍ଦିରର ସେ ମୁଖ୍ୟ ପୂଜକ ହୋଇଥିବାରୁ ସର୍ବଦା ବିଜେପିରେ ତାଙ୍କୁ ପୂଜ୍ୟ ବୋଲି ଗ୍ରହଣ କରାଯାଏ।

ଖାସ୍‌ ସେଥିପାଇଁ ରମଣ ସିଂହ ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିବା କୁହାଯାଉଛି।

ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶପଥପାଠ ଉତ୍ସବରେ ଅନେକ ବିଜେପି ନେତା ଯୋଗୀଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଥିଲା। ଏଥିସହ ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ଯୋଗୀଙ୍କ ଆଗରେ ମୁଣ୍ଡ ନୁଆଁଇ ପ୍ରଣାମ କରୁଥିବା ଫଟୋ ମଧ୍ୟ ସମଗ୍ର ଦେଶ ଦେଖିଥିଲା।
ଦେଖନ୍ତୁ ଭିଡିଓ:
ସୌଜନ୍ୟ: ଏନ୍‌ଡି ଟିଭି
https://youtu.be/95VRSWqXVHQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos