ବାତ୍ୟା ବୁରେଭି ନେଇଛି ୭ ଜୀବନ, ଘଟାଇଛି ବ୍ୟାପକ କ୍ଷୟକ୍ଷତି

ଚେନ୍ନାଇ: ଗୁରୁବାର ଲ୍ୟାଣ୍ଡଫଲ କରି ତାମିଲନାଡୁରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ବାତ୍ୟା ବୁରେଭି। ଏବେ ବୁରେଭି ଦୁର୍ବଳ ହୋଇଯାଇଥିଲେ ହେଁ କିଛି ସ୍ଥାନରେ ବର୍ଷା ଲାଗି ରହିଛି। ଏସବୁ ଭିତରେ ବୁରେଭି ଦ୍ୱାରା ହୋଇଥିବା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ସରକାର ସାର୍ବଜନୀନ କରିଛନ୍ତି। ସରକାରଙ୍କ ରିପୋର୍ଟ ଅନୁଯାୟୀ, ବୁରେଭି ଯୋଗୁ ହୋଇଥିବା ବର୍ଷା ଜନିତ ଅଘଟଣରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ କ୍ଷତିପୂରଣ ଦେବାକୁ […]

fr

fr

Hemant Lenka
  • Published: Saturday, 05 December 2020
  • Updated: 05 December 2020, 06:50 PM IST

Sports

Latest News

ଚେନ୍ନାଇ: ଗୁରୁବାର ଲ୍ୟାଣ୍ଡଫଲ କରି ତାମିଲନାଡୁରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ବାତ୍ୟା ବୁରେଭି। ଏବେ ବୁରେଭି ଦୁର୍ବଳ ହୋଇଯାଇଥିଲେ ହେଁ କିଛି ସ୍ଥାନରେ ବର୍ଷା ଲାଗି ରହିଛି। ଏସବୁ ଭିତରେ ବୁରେଭି ଦ୍ୱାରା ହୋଇଥିବା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ସରକାର ସାର୍ବଜନୀନ କରିଛନ୍ତି।

ସରକାରଙ୍କ ରିପୋର୍ଟ ଅନୁଯାୟୀ, ବୁରେଭି ଯୋଗୁ ହୋଇଥିବା ବର୍ଷା ଜନିତ ଅଘଟଣରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ୧୧ ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ଓ ବର୍ଷା ଯୋଗୁ ୭୫ଟି ମାଟି ଘର ଧ୍ୱଂସ ହୋଇଯାଇଥିବା ବେଳେ ଅନ୍ୟ ୧୭୨୫ଟି ମାଟି ଘର କ୍ଷତିଗ୍ରସ୍ତ ହୋଇଛି। ୬୬ଟି ଗଛ ଓ ୨୭ଟି ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଯାଇଛି। ବୁରେଭି ଯୋଗୁ ୮ଟି ଟାଇଲ ଘର ସଂପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୪୧୦ଟି ଟାଇଲ ଘର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

ବାତ୍ୟାରେ ଅନେକ ଗୃହପାଳିତ ପଶୁ ମଧ୍ୟ ପ୍ରାଣ ହରାଇଛନ୍ତି। ଗାଈ ହରାଇଥିବା ଲୋକଙ୍କୁ ୩୦ ହଜାର, ବାଛୁରୀ ପାଇଁ ୧୬ ହଜାର ଓ ଛେଳି ପାଇଁ ୩ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ସରକାର କହିଛନ୍ତି। ବାତ୍ୟା ଓ ବର୍ଷାରେ ମୋଟ ୧୯୬ଟି ଗୃହପାଳିତ ପଶୁ ପ୍ରାଣ ହରାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos