ନିଟ୍‌ ଓ ଜେଇଇ ପରୀକ୍ଷାକୁ ବିରୋଧ କରି ସୁପ୍ରିମକୋର୍ଟ ଯିବେ ଏହି ୭ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ କେନ୍ଦ୍ର ସରକାର ଆସନ୍ତା ମାସରେ ଜେଇଇ ଓ ନିଟ୍‌ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି। ଶିକ୍ଷାର୍ଥୀଙ୍କ ଜୀବନ ପ୍ରତି ଏଭଳି ପରୀକ୍ଷା ଦ୍ୱାରା ସଂକ୍ରମଣର ବିପଦ ରହିଛି ବୋଲି ଅନେକ ଲୋକ କହିଛନ୍ତି। ଏସବୁ ଭିତରେ ୭ଟି ରାଜ୍ୟର ଅଣ ବିଜେପି ମୁଖ୍ୟମନ୍ତ୍ରୀମାନେ କେନ୍ଦ୍ରର ପରୀକ୍ଷା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି ଘୋଷଣା କରିଛନ୍ତି।

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଆଜି ଅଣ ବିଜେପି ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଭର୍ଚ୍ୟୁଆଲ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ, ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ବିରୋଧରେ ସୁପ୍ରିମକୋର୍ଟ ଯିବେ। ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ କଂଗ୍ରେସ କ୍ଷମତାସୀନ ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀମାନେ ବି ସାମିଲ ଥିଲେ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଁ ପ୍ରଥମେ ଜେଇଇ ଓ ନିଟ୍‌ ବିରୋଧରେ ସମସ୍ତେ ଏକାଠି ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତାବ ରଖିଥିଲେ। ସେ କହିଥିଲେ, ଛାତ୍ରଛାତ୍ରୀମାନେ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଯଦି କେନ୍ଦ୍ର ସରକାର ଜେଇଇ ଓ ନିଟ୍‌ ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଯାଉନାହାନ୍ତି, ତା’ହେଲେ ରାଜ୍ୟ ସରକାରମାନେ ଏହା ବିରୋଧରେ ଆବେଦନ କରିବା ଉଚିତ।

ବର୍ତ୍ତମାନ ଟ୍ରେନ ଚଳାଚଳ କରୁନି। ବିମାନ ସେବା ମଧ୍ୟ ଅଧିକ ତ୍ୱାରିନ୍ୱିତ ହୋଇନାହିଁ। ଏଭଳି ସ୍ଥିତିରେ କେମିତି ଛାତ୍ରଛାତ୍ରୀମାନେ ପରୀକ୍ଷାରେ ବସିବେ ବୋଲି ସେ ପ୍ରଶ୍ନ କରିଥିଲେ। ଏହାପରେ ୭ ରାଜ୍ୟର ଅଣ ବିଜେପି ମୁଖ୍ୟମନ୍ତ୍ରୀମାନେ ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଥିଲେ।

ଆହୁରି ପଢ଼ନ୍ତୁ

ଆଇପିଏଲରେ କମବ୍ୟାକ୍ କରିବେ କି ନାମୀ ଦଳ ଓ ଦାମୀ ଖେଳାଳି

କୃଷି ବିଲ୍‌ ବିରୋଧରେ ଲଢ଼େଇ ଜୋରଦାର: ଧାରଣାରେ ବସିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଚାଷୀଙ୍କ ବିରୋଧ ଜାରି

ଲତାଙ୍କୁ ମାରିବାକୁ ବିଷ ଦିଆଯାଇଥିଲା

‘ପରୀକ୍ଷା ଟାଳିବା ଅସମ୍ଭବ’, ୩୦ରେ ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ

ପ୍ରତି ୧୫ ଦିନରେ କୋଭିଡ ହସ୍ପିଟାଲରେ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ

କୃଷି ବିଲକୁ ବିରୋଧ, ଇଣ୍ଡିଆ ଗେଟ୍ ଆଗରେ ଟ୍ରାକ୍ଟର ଜଳାଇଲେ ଚାଷୀ

ବିବାଦୀୟ ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ, ହଜାର ହଜାର ସୈନ୍ୟ ମୁତୟନ

ଚୀନର କ୍ରୁରତା, ହଜାର ହଜାର ଲୋକଙ୍କୁ ଦିଆଯାଉଛି ଅସୁରକ୍ଷିତ କରୋନା ଟିକା

ଗୁଳି କରି ଜଙ୍ଗଲରେ ପୋତି ଦେଇଥିଲେ, ଦେଢ଼ ମାସ ପରେ ବାହାରିଲା ମୃତଦେହ

ଖୁସି ବ୍ୟକ୍ତ କଲେ ପୁଲିସ ଡିଜି; କହିଲେ-ଆଗଉଛି ସ୍ୱାଭିମାନ ଅଞ୍ଚଳ

ସୁସ୍ଥ ହେଲେ ୩୩୭୮ କରୋନା ଆକ୍ରାନ୍ତ, ଆଗରେ କଟକ

କୃଷି ବିଲ୍‌କୁ ପାସ୍‌ କରିବା ବେଳେ ରାଜ୍ୟସଭାର ନିୟମ ଭାଙ୍ଗିଥିଲେ କି ଉପାଧ୍ୟକ୍ଷ?