ଟ୍ରମ୍ପଙ୍କୁ ଝଟକା! ୭୨% ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ଜୋ ବାଇଡେନଙ୍କ ସପକ୍ଷରେ

ୱାଶିଂଟନ: ଆସନ୍ତା ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବ। ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା ଲାଗିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକଙ୍କ ଭୂମିକା ବେଶ ଗୁରୁତ୍ୱ ବହନ କରିବ। ଏହି କାରଣରୁ ଟ୍ରମ୍ପ ପ୍ରଚାର ବେଳେ ବାରମ୍ବାର ଭାରତ କଥା ଉଠାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରନ୍ତି। ହେଲେ ନିର୍ବାଚନ ପୂର୍ବରୁ ଆସିଥିବା ସର୍ଭେ ରିପୋର୍ଟ ଟ୍ରମ୍ପଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ୨୦୨୦ […]

cdc

cdc

Hemant Lenka
  • Published: Wednesday, 14 October 2020
  • Updated: 14 October 2020, 10:27 PM IST

Sports

Latest News

ୱାଶିଂଟନ: ଆସନ୍ତା ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବ। ଏହାପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା ଲାଗିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକଙ୍କ ଭୂମିକା ବେଶ ଗୁରୁତ୍ୱ ବହନ କରିବ। ଏହି କାରଣରୁ ଟ୍ରମ୍ପ ପ୍ରଚାର ବେଳେ ବାରମ୍ବାର ଭାରତ କଥା ଉଠାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରନ୍ତି।

ହେଲେ ନିର୍ବାଚନ ପୂର୍ବରୁ ଆସିଥିବା ସର୍ଭେ ରିପୋର୍ଟ ଟ୍ରମ୍ପଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ୨୦୨୦ ଇଣ୍ଡିଆନ ଆମେରିକା ଆଟିଚ୍ୟୁଡ ସର୍ଭେ(ଆଇଏଏଏସ୍)ର ରିପୋର୍ଟ ଅନୁଯାୟୀ, ୭୨% ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀ ଜୋ ବାଇଡେନଙ୍କ ସପକ୍ଷରେ ରହିଛନ୍ତି। ଅର୍ଥାତ ସେମାନେ ବାଇଡେନଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବାକୁ ଚାହୁଁଛନ୍ତି। ସେହିପରି ମାତ୍ର ୨୨% ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ଟ୍ରମ୍ପଙ୍କୁ ଭୋଟ ଦେବେ ବୋଲି ସର୍ଭେ ବେଳେ କହିଥିବା ଜଣାପଡ଼ିଛି।

ସର୍ଭେ ସଂସ୍ଥା ପକ୍ଷରୁ ସେପ୍ଟେମ୍ବର ମାସର ପ୍ରଥମ ୨୦ ଦିନ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକଙ୍କ ମତାମତ ଅନଲାଇନ ଜରିଆରେ ନିଆଯାଇଥିଲା। ଏଥିରେ ୯୩୬ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୫୬% ଲୋକ ନିଜକୁ ଡେମୋକ୍ରାଟିକ ପାର୍ଟିର ସମର୍ଥକ ବୋଲି କହିଥିବା ବେଳେ ୧୫% ଲୋକ ନିଜକୁ ରିପବ୍ଲିକାନ ପାର୍ଟିର ସଦସ୍ୟ ଭାବେ ମତ ଦେଇଥିଲେ।

ସେହିପରି ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକମାନେ ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ଦେଖି ଭୋଟିଂ ଦେବେ ନାହିଁ ବୋଲି କହିଛନ୍ତି। ଏହା ଟ୍ରମ୍ପଙ୍କ ପାଇଁ ଏକ ଚିନ୍ତାର କାରଣ ପାଲଟିଛି। କାରଣ ଟ୍ରମ୍ପ ବାରମ୍ବାର ପ୍ରଧାନମନ୍ତ୍ରୀ ମୋଦିଙ୍କର ସେ ଜଣେ ଭଲ ବନ୍ଧୁ ବୋଲି କହି ଆସୁଥିଲେ। ଏଥିସହ ଭାରତ ସହ ଆମେରିକାର ବନ୍ଧୁତା ନିବିଡ଼ ଥିବାରୁ ସେ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକଙ୍କ ସମର୍ଥନ ହାସଲ କରିବେ ବୋଲି ଲକ୍ଷ୍ୟ ରଖିଥିଲେ।

ଅଧିକାଂଶ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକଙ୍କ ମତରେ ଡେମୋକ୍ରାଟିକ ପାର୍ଟି ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ତୁଳନାରେ ଭାରତ ଓ ଆମେରିକା ସମ୍ପର୍କକୁ ଅଧିକ ସୁଦୃଢ଼ କରିପାରିଛି। ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟି ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ କମଲା ହାରିସଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିଛି।

ଏହି କାରଣରୁ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକମାନେ ଡେମୋକ୍ରାଟିକ ପାର୍ଟି ସପକ୍ଷରେ ମତ ଦେଇଛନ୍ତି। ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକଙ୍କ ମଧ୍ୟରୁ ୬୯% ମହିଳା ଓ ୬୮% ପୁରୁଷ ଡେମୋକ୍ରାଟିକ ପାର୍ଟି ସପକ୍ଷରେ ରହିଛନ୍ତି। ସେହିପରି ମାତ୍ର ୧୯% ମହିଳା ଓ ୨୪% ପୁରୁଷ ଟ୍ରମ୍ପଙ୍କ ସପକ୍ଷରେ ଭୋଟ ଦେବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story