୭୩ ବର୍ଷ ପରେ ଏଲଓସିର ୩ ଗାଁରେ ପହଞ୍ଚିଲା ବିଜୁଳି

ନୂଆଦିଲ୍ଲୀ: ଦୀର୍ଘ ୭୩ ବର୍ଷ ଧରି ଅନ୍ଧାରରେ ରହୁଥିବା ଜମ୍ମୁ-କଶ୍ମୀରର ପ୍ରାୟ ୧୪ ହଜାର ଲୋକ ଶେଷରେ ବିଜୁଳି ପାଇଛନ୍ତି। ପାକିସ୍ତାନ ସୀମାକୁ ଲାଗି ରହିଥିବା କୁପୱାଡାର ୩ଟା ଗାଁରେ ପ୍ରାୟ ୧୪ ହଜାର ଲୋକ ବସବାସ କରନ୍ତି। ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ପରେ ମଧ୍ୟ ଗାଁର ଲୋକଙ୍କ ପାଖରେ ବିଜୁଳି ପହଞ୍ଚି ପାରି ନଥିଲା। ସର୍ବଦା ପାକିସ୍ତାନ ଶେଲିଂର ଭୟ ମଧ୍ୟରେ ଏହି ଗାଁର ଲୋକମାନେ ରହିଥାଆନ୍ତି। ସେହିପରି ବରଫ ପାତ ଯୋଗୁ […]

t

t

Hemant Lenka
  • Published: Saturday, 01 August 2020
  • Updated: 01 August 2020, 02:52 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୭୩ ବର୍ଷ ଧରି ଅନ୍ଧାରରେ ରହୁଥିବା ଜମ୍ମୁ-କଶ୍ମୀରର ପ୍ରାୟ ୧୪ ହଜାର ଲୋକ ଶେଷରେ ବିଜୁଳି ପାଇଛନ୍ତି। ପାକିସ୍ତାନ ସୀମାକୁ ଲାଗି ରହିଥିବା କୁପୱାଡାର ୩ଟା ଗାଁରେ ପ୍ରାୟ ୧୪ ହଜାର ଲୋକ ବସବାସ କରନ୍ତି। ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ପରେ ମଧ୍ୟ ଗାଁର ଲୋକଙ୍କ ପାଖରେ ବିଜୁଳି ପହଞ୍ଚି ପାରି ନଥିଲା।

ସର୍ବଦା ପାକିସ୍ତାନ ଶେଲିଂର ଭୟ ମଧ୍ୟରେ ଏହି ଗାଁର ଲୋକମାନେ ରହିଥାଆନ୍ତି। ସେହିପରି ବରଫ ପାତ ଯୋଗୁ ଦୀର୍ଘ ୬ ମାସ ଧରି ଏଠାକାର ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରୁହନ୍ତି।

ଏହି ଗାଁ ଗୁଡ଼ିକରେ ବିଜୁଳି ପହଞ୍ଚାଇବା ପାଇଁ କଶ୍ମୀର ବିଜୁଳି ବିତରଣ କର୍ପୋରେସନ ଲିଃ ଦୀର୍ଘ ୨ ବର୍ଷ ହେଲା କାମ କରି ଆସୁଥିଲା। ଏବେ ଉକ୍ତ ଗାଁକୁ ୩୩ କେଭି ତାର ଟଣା ଯାଇଛି। ଏହାଦ୍ୱାରା କେରନ, ମୁଣ୍ଡିଆନ ଓ ପାତ୍ରୁ ଗାଁକୁ ବିଜୁଳି ମିଳି ପାରିଛି। କେରନ ହେଉଛି ଏଲଏଓସି ଠାରୁ ୫୦୦ ମିଟିର। ଏଠାରେ ବିଜୁଳି ଯୋଗାଇ ଦେବାକୁ ୯୭୯ଟି ବିଜୁଳି ଖୁଣ୍ଟଠ ବିଛା ଯାଇଛି।

କଶ୍ମୀର ବିଜୁଳି ବିତରଣ କର୍ପୋରେସନ ଲିଃର ନିର୍ଦ୍ଦେଶକ ମହମ୍ମଦ ଅଜିଜ ଅସାଦ କହିଛନ୍ତି, କରୋନା ଭାଇରସ ସ୍ଥିତି ଯୋଗୁ କାମ ଅଧିକ ଦ୍ରୁତଗତିରେ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା। କାରଣ ଆମେ ଅନ୍ୟ କାମରେ ନିୟୋଜିତ ଲୋକଙ୍କୁ ଉକ୍ତ ପ୍ରକଳ୍ପରେ ସାମିଲ କରି ଦ୍ରୁତଗତିରେ କାମ ଆଗକୁ ନେଇଥିଲୁ।

ଏହି ଗାଁର ଲୋକମାନେ ସୋଲାର ପାୱାର କିମ୍ବା ଡିଜେଲ ଜେନେରେଟର ଦ୍ୱାରା ବିଜୁଳି ପାଉଥିଲେ। ୬ଟାରୁ ରାତି ୯ଟା ଯାଏ ସେମାନେ ଆଲୁଅ ପାଉଥିଲେ। ଏବେ ଏହି ଅଞ୍ଚଳରେ ଲୋକମାନେ ୟୁନିଟ ପିଛା ୨ରୁ ୩ ଟଙ୍କା ଦେଇ ବିଜୁଳି ସେବା ପାଇପାରିବେ। ଚାଷୀମାନଙ୍କୁ ମଧ୍ୟ ବିଜୁଳି ଆସି ଯାଇଥିବାରୁ ଅନେକ ଫାଇଦା ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos