ବେକାବୁ ହେଲାଣି ବନ୍ୟା, ଭୂସ୍ଖଳନରେ ୯ ମୃତ

ନୂଆଦିଲ୍ଲୀ: ଅବିଶ୍ରାନ୍ତ ବର୍ଷା ଯୋଗୁ ଆଜି ଜମ୍ମୁ-କଶ୍ମୀର ଓ ଉତ୍ତରାଖଣ୍ଡରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସେପଟେ କର୍ଣ୍ଣାଟକା, କେରଳ, ମହାରାଷ୍ଟ୍ର ଓ ଗୁଜରାଟ୍‌ରେ ବନ୍ୟା ବିଭୀଷିକା ଜାରି ରହିଛି। ଏହି ୪ ରାଜ୍ୟରେ ବନ୍ୟା ଯୋଗୁ ଏଯାଏ ୧୭୩ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏବେ ବି ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ […]

bfe

bfe

Hemant Lenka
  • Published: Monday, 12 August 2019
  • Updated: 12 August 2019, 08:59 PM IST

Sports

Latest News

ନୂଆଦିଲ୍ଲୀ: ଅବିଶ୍ରାନ୍ତ ବର୍ଷା ଯୋଗୁ ଆଜି ଜମ୍ମୁ-କଶ୍ମୀର ଓ ଉତ୍ତରାଖଣ୍ଡରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି।

ସେପଟେ କର୍ଣ୍ଣାଟକା, କେରଳ, ମହାରାଷ୍ଟ୍ର ଓ ଗୁଜରାଟ୍‌ରେ ବନ୍ୟା ବିଭୀଷିକା ଜାରି ରହିଛି। ଏହି ୪ ରାଜ୍ୟରେ ବନ୍ୟା ଯୋଗୁ ଏଯାଏ ୧୭୩ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏବେ ବି ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି। ବନ୍ୟା ଯୋଗୁ ପ୍ରାୟ ୧୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ଆଜି ବନ୍ୟା ଜଳ ଛାଡ଼ୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁ ଚାମୋଲି ଜିଲ୍ଲାରେ ଆଜି ଭୟଙ୍କର ଭୂସ୍ଖଳନ ହୋଇଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ୯ ମାସର ଶିଶୁ କନ୍ୟା ରହିଛନ୍ତି। ଚୁଫଲାଗଡ଼ ନଦୀରୁ ବନ୍ୟା ଜଳ ହଠାତ୍‌ ସ୍ଥଳ ଭାଗକୁ ଚାଲି ଆସିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ବଞ୍ଜବଗାଡ଼, ଅଲୀଗାଓଁ ଓ ଲଙ୍କଖି ଗାଁରେ ମଧ୍ୟ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି।

ଜମ୍ମୁ-କଶ୍ମୀରର ରେସାଇ ଜିଲ୍ଲାରେ ବର୍ଷା ଯୋଗୁ ହୋଇଥିବା ଭୂସ୍ଖଳନରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ସରକାରୀ ସୂତ୍ର ଅନୁଯାୟୀ, କେରଳରେ ଏଯାଏ ବନ୍ୟା ଓ ବର୍ଷାରେ ସର୍ବାଧିକ ୭୬ ଜଣଙ୍କ ଜୀବନ ଯାଇଥିବା ବେଳେ ମହାରାଷ୍ଟ୍ର, ଗୁଜରାଟ ଓ କର୍ଣ୍ଣାଟକାରେ ୯୭ ଜଣଙ୍କ ମୃତ୍ୟୁ ଘଟିଛି।

ତେବେ ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ ବୋଲି କୁହାଯାଉଛି। ଆଜି ଗୁଜରାଟର କଚ୍ଛରେ ରାସ୍ତା ଧୋଇ ଯିବା ଯୋଗୁ ପ୍ରାୟ ୧୨୫ ଜଣ ଲୋକ ଜଳବନ୍ଦୀ ହୋଇ ରହିଯାଇଥିଲେ। ସେମାନଙ୍କୁ ଭାରତୀୟ ବାୟୁସେନା ପକ୍ଷରୁ ହେଲିକପ୍ଟର ଦ୍ୱାରା ଉଦ୍ଧାର କରାଯାଇଛି। କର୍ଣ୍ଣାଟକା ଓ ମହାରାଷ୍ଟ୍ରରେ ବନ୍ୟା ଓ ଭୂସ୍ଖଳନ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଗୁଡ଼ିରେ ମରାମତି କାମ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos